ଲାଞ୍ଜିଗଡ ବ୍ଲକରେ "ଜିଲ୍ଲାପାଳ ଶୁଣାଣି ଓ ସମାଧାନ ଶିବିର" ଅନୁଷ୍ଠିତ ହୋଇଯାଇଛି Ommtv Kalinga Vikas
ଲାଞ୍ଜିଗଡ ବ୍ଲକରେ "ଜିଲ୍ଲାପାଳ ଶୁଣାଣି ଓ ସମାଧାନ ଶିବିର" ଅନୁଷ୍ଠିତ ହୋଇଯାଇଛି Ommtv Kalinga Vikas
ଲାଞ୍ଜିଗଡ ବ୍ଲକରେ "ଜିଲ୍ଲାପାଳ ଶୁଣାଣି ଓ ସମାଧାନ ଶିବିର" ଅନୁଷ୍ଠିତ ହୋଇଯାଇଛି Ommtv Kalinga Vikas
କଳାହାଣ୍ଡି ଜିଲ୍ଲା,୧୦/୧୧ (କ,ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ରିପୋର୍ଟ ଆଜି ଲାଞ୍ଜିଗଡ ବ୍ଲକର ସମ୍ମିଳନୀ କକ୍ଷରେ ମିଳିତ ଜନସାଧାରଣ ଶୁଣାଣି ହୋଇଥିଲା ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ଗୁଡିକୁ ଆବଶ୍ୟକ ନିର୍ଦେଶନାମା ଜାରି କରାଯାଇଥିଲା I କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଦକ୍ଷଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି I ଏହି କାଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ,କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଆଦିକ୍ଷକ ନାଗରାଜ ଦେବାରକୋଣ୍ଡା ଯୋଗଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ I ଏଥିରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିମେଶ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ,ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ,ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ପ୍ରଦ୍ୟୁମ୍ନ ଦାଶ,କେସିଙ୍ଗା ଉପଖଣ୍ଡ ପୋଲିସ ଅଧିକାରୀ ସମ୍ବିତ କୁମାର ମାଝୀ କଳାହାଣ୍ଡି ଜିଲ୍ଲାର ବିଭନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏଥିରେ ଯୋଗଦେଇଥିଲେ I ସେହିପରି ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର,ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଲାଞ୍ଜିଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶIଙ୍କ ପାତ୍ର,ଲାଞ୍ଜିଗଡ ତହସିଲଦାର ବନମାଳୀ ମେହେର, ସହକାରୀ ନିର୍ବାହୀ ଅଧିକାରୀ ସୁବାଷ ବେହେରା, ଲାଞ୍ଜିଗଡ ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀ ଦିଲ୍ଲୀପ ନାୟକଙ୍କ ସହିତ ଲାଞ୍ଜିଗଡ ବ୍ଲକର ସମସ୍ତ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ I ଏହି କାର୍ଯ୍ୟକ୍ରମ ଅବସରରେ ଜନସାଧାରଣ ବ୍ଲକର ଶିକ୍ଷା,ସ୍ୱାସ୍ଥ୍ୟ, ପାନୀୟଜଳ,ଗମନାଗମନ,ଭତ୍ତା,ଆବାସ ଯୋଜନା ସମ୍ପର୍କିତ ବିଭନ୍ନ ପ୍ରକାର ଅଭିଯୋଗ ଦାଖଲ କରିଥିଲେ I

ଲାଞ୍ଜିଗଡ ବ୍ଲକ ଅଞ୍ଚଳର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଅନିୟମିତତା, ବିଳମ୍ବିତ କାର୍ଯ୍ୟ, ରାକ୍ଷଣବେକ୍ଷଣରେ ଅବହେଳା ସମ୍ପର୍କରେ ଅଭିଯୋଗ ହୋଇଥିଲା I ଗ୍ରାମାଞ୍ଚଳରେ ଦେଶୀ ମଦ ଓ ବିଦେଶୀ ମଦ ଗାଁଗାଁରେ କୁଟୀରଶିଳ୍ପ ପାଲଟିଥିବା ନେଇ ଜନସାଧାରଣ ଅଭିଯୋଗ କରିଥିଲେ I ସେହିପରି କାର୍ଯ୍ୟକ୍ଷେତ୍ରରେ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଯୋଗାଇଦେବା ଓ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଉତ୍ତମ ସମ୍ମନୀୟ ରକ୍ଷା କରିବା ଉପରେ ଜିଲ୍ଲା ଆରକ୍ଷ ଅଦକ୍ଷଙ୍କ ଦୃଷ୍ଟି ଲାଞ୍ଜିଗଡ ବ୍ଲକର ସମସ୍ତ ସାମ୍ବାଦିକ ଭାଇମାନେ ଆକର୍ଷଣ କରିଥିଲେ I ଆଜି ୧୦୭ ଗୋଟି ଅଭିଯୋଗ ଦରଖାସ୍ତ ପଞ୍ଜିକୃତ ହୋଇଥିଲା I ତାପରେ ବିଭିନ୍ନ ସମୟରେ ଜିଲ୍ଲା ପ୍ରସାଶନ ପକ୍ଷରୁ ଶହଶହ ଅଭିଯୋଗ ଗ୍ରହଣ କରାଯାଉଥିବା ବେଳେ ସେସବୁର ସମାଧାନରେ ଅହେତୁକ ବିଳମ୍ବ ହେଉଥିବା ନେଇ ମଧ୍ୟ ଅଭିଯୋଗ ଶୁଣାଣୀରେ ପ୍ରଶ୍ନ ଉଠିଥିଲା I ଏହା ନେଇ ଜିଲ୍ଲାପାଳ ନିଜର ମତ ରଖି ଜନଶୁଣାଣି ପୋର୍ଟାଲ ଜରିଆରେ ସମସ୍ତ ସୂଚନା ଉପଲବ୍ଧ କରାଯାଉଥିବା ନେଇ ପ୍ରକାଶ କରିଥିଲେ I
