ଲାଞ୍ଜିଗଡ଼ ଠାରେ "ମହାରାଣୀ କସ୍ତୁରୀକା ମୋଦିନୀ ଦେବୀ ଟ୍ରଷ୍ଟ ,ଭବାନୀପାଟଣା ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର" ଅନୁଷ୍ଠିତ

ଲାଞ୍ଜିଗଡ଼ ଠାରେ "ମହାରାଣୀ କସ୍ତୁରୀକା ମୋଦିନୀ ଦେବୀ ଟ୍ରଷ୍ଟ ,ଭବାନୀପାଟଣା ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର" ଅନୁଷ୍ଠିତ

ଲାଞ୍ଜିଗଡ଼ ଠାରେ "ମହାରାଣୀ କସ୍ତୁରୀକା ମୋଦିନୀ ଦେବୀ ଟ୍ରଷ୍ଟ ,ଭବାନୀପାଟଣା ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର" ଅନୁଷ୍ଠିତ

ଲାଞ୍ଜିଗଡ଼ ଠାରେ "ମହାରାଣୀ କସ୍ତୁରୀକା ମୋଦିନୀ ଦେବୀ ଟ୍ରଷ୍ଟ ,ଭବାନୀପାଟଣା ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର" ଅନୁଷ୍ଠିତ I

=================================

କଳାହାଣ୍ଡି ଜିଲ୍ଲା, ୨୪/୦୨ (କଳିଙ୍ଗ ବିକାଶ) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ଲାଞ୍ଜିଗଡ ରିପୋର୍ଟ :- ଆଜି ସକାଳ ୧୦ ଘଣ୍ଟା ୩୦ ମିନିଟ ସମୟରେ "ମହାରାଣୀ କସ୍ତୁରୀକା ମୋଦିନୀ ଦେବୀ ଟ୍ରଷ୍ଟ "ଭବାନୀପାଟଣା ପକ୍ଷରୁ ଏକ ମାଗଣା ଚକ୍ଷୁ ଶିବିରକୁ କଳାହାଣ୍ଡି ମହାରାଜ ଶ୍ରୀ ଅନନ୍ତ ପ୍ରତାପ ଦେଓ ତାଙ୍କ ଧର୍ମପତ୍ନୀ ମହାରାଣୀ ରିତୁଜା କୁମାରୀ ଦେବୀ ଲାଞ୍ଜିଗଡ଼ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ତାଙ୍କର କର କମଳରେ ଫିତା କାଟି ଶିବିର କୁ ଉଦଘାଟନ କରିଥିଲେ I ଏହି ମାଗଣା ଚକ୍ଷୁ ଶିବିରକୁ ସହାୟତା କରିଥିଲେ ଡାକ୍ତର ମୁରଲୀଧର ଚକ୍ଷୁ ଡାକ୍ତରଖାନା (ମୁରଲୀଧର ଏଜୁକେଶନ ଏଣ୍ଡ ହେଲଥ ଫାଉଣ୍ଡେସନ,ଭୁବନେଶ୍ୱର) I ଏହି ଶିବିର ରେ ଲାଞ୍ଜିଗଡ ବ୍ଲକ ର ବହୁ ଲୋକ ଆସି ମାଗଣା ଚକ୍ଷୁ ଶିବିରରେ ନିଜ ନିଜର ଚକ୍ଷୁ ପରୀକ୍ଷା ପାଇଁ ସକାଳ ୦୯ ଘଣ୍ଟା ସମୟରୁ ଭିଡ଼ ଦେଖିବାକୁ ମିଳିଥିଲା I ପ୍ରାୟ ୦୮ ଗୋଟି ପଞ୍ଚାୟତ ଲୋକଙ୍କ ସମାଗମ ହୋଇଥିଲା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲାଞ୍ଜିଗଡ ବ୍ଲକ ଗୋଟିଏ କଳାହାଣ୍ଡି ଜିଲ୍ଲାର ଉପାନ୍ତ ଅଞ୍ଚଳ ଅଟେ,ଏହି ବ୍ଲକରେ ବହୁ ସଂଖ୍ୟାରେ ଗରିବ ଶ୍ରେଣୀର ଲୋକେ ରହିଥାନ୍ତି ନିଜ ଜାଗାରେ ରହି ଦୁଇ ମୁଠା ଖାଇପିଇ ରହିଯାନ୍ତି, କିନ୍ତୁ ନିଜେ ନିଜର ଦେହ ପ୍ରତି କେତେବେଳେ ବି ଧ୍ୟାନ ଦେଇ ନଥାନ୍ତି ନିଜ ଅଙ୍ଗର ବହୁ ମୂଲ୍ୟବାନ ସମ୍ପତି ହେଲା ଚକ୍ଷୁ,ଚକ୍ଷୁ ଖରାପ ଅବସ୍ଥାକୁ ଯାଉଥିଲେ ମଧ୍ୟ ବାହାର ଡାକ୍ତରଖାନାକୁ ଯାଇ ନିଜର ମୂଲ୍ୟବାନ ଚକ୍ଷୁକୁ ଦେଖେଇବା ପାଇଁ ସମ୍ବଳ ନ ଥାଏ I ଯାହାଫଳରେ ଏହି ଗରୀବ ବ୍ୟକ୍ତି ଜଣକ ଚକ୍ଷୁ ଖରାପ ପରେ ନିଜ ଘରେ ନିଜେ ହତାଶ ହୋଇ ବସି ପଡିଥାଏ, ତେଣୁକରି "ମହାରାଣୀ କସ୍ତୁରୀକା ମୋଦିନୀ ଦେବୀ ଟ୍ରଷ୍ଟ " ପ୍ରୟାସ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ଆଜି ବି ଏଇ ଦୁନିଆରେ ଏଇ ପ୍ରକାର ଲୋକ ଅଛନ୍ତି ନିଜର ଦେହ ପାଇଁ କିଛି ଅର୍ଥ ଖର୍ଚ୍ଚ କରି ନିଜ ଦେହକୁ ଭଲ କରିବା ବି ଅସମ୍ଭବ I ଏହି ମାଗଣା ଚକ୍ଷୁ ପରୀକ୍ଷା ଶିବିରକୁ ବିଭିନ୍ନ ପଞ୍ଚାୟତରୁ ୧୧୨ ଜଣ ରୋଗୀ ଆସି ନିଜେ ନିଜର ଚକ୍ଷୁ ପରୀକ୍ଷା ନିରୀକ୍ଷା କରି ଆସିଥିବା ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ କ୍ରମେ କିଛି ଔଷଧ ଓ ଚକ୍ଷୁ ଡ୍ରପ ମାଗଣାରେ ରୋଗୀମାନେ ପାଇଥିଲେ I "ମହାରଣୀ କସ୍ତୁରୀକା ମୋଦିନୀ ଦେବୀ ଟ୍ରଷ୍ଟ" ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ କରେଇଥିଲେ ଟ୍ରଷ୍ଟି ମହାରାଜମାତା ପଦ୍ମ ମଞ୍ଜରୀ ଦେବୀ, ମହାରାଜା ଅନନ୍ତ ପ୍ରତାପ ଦେଓ, ମହାରାଣୀ ରିତୁଜା କୁମାରୀ ଦେବୀ ଓ ଏମାନଙ୍କୁ ସାହାଯ୍ୟ ଓ ସହଯୋଗ କରିଥିଲେ ମୁରଲୀଧର ଏଜୁକେଶନ ଏଣ୍ଡ ହେଲଥ ଫାଣ୍ଡେସନର ଡାକ୍ତର ରିମା ସାରିଆ,ରାଜେନ୍ଦ୍ର ନାଥ, ଶିବ ପ୍ରସାଦ ପଣ୍ଡା । ଅଶୋକ କୁମIର ନେଗୀ,ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଂ ଦେଓ, ଲାଞ୍ଜିଗଡ ଶ୍ରୀ ହରିହର ସାଂସ୍କୃତିକ ଅନୁଷ୍ଠାନର ସଭାପତି ରାଜେନ୍ଦ୍ର ପ୍ରତାପ ସିଂ ଦେଓ, କୋଷାଧ୍ୟକ୍ଷ ଚନ୍ଦ୍ରଧ୍ଵଜ ପେସନିଆ,ବରିଷ୍ଟ ସମାଜସେବୀ ଶ୍ରୀମୁଖ ଅଗସ୍ତି,ସୁବାଷ ମହାପାତ୍ର,ସୁବାସ ଅଗ୍ରୱାଲ,ଶ୍ରୀଧର ପେସନିଆ,ଶିଶିର ପୂଜାରୀ, ଲାଞ୍ଜିଗଡ଼ ସରପଞ୍ଚ ସରସ୍ଵତୀ ମୁଣ୍ଡା ଓ ଲାଞ୍ଜିଗଡ଼ ର ଅନ୍ୟାନ୍ୟ ଜନସାଧାରଣ , ଲାଞ୍ଜିଗଡ଼ ସରକାରୀ ଡାକ୍ତରଖାନାର ଡାକ୍ତର ଭବାନୀ ଶଙ୍କର ଲେଙ୍କା,ଡାକ୍ତର ନରେନ୍ଦ୍ର ଦାସ ଓ ଷ୍ଟାପ ପ୍ରଗତି ରାଉତ,ନୀଳିମା ଡୁଙ୍ଗଡୁଙ୍ଗ, ଖଗେଶ୍ୱର ରାଉତ,କ୍ଷୀରସିନ୍ଧୁ ହରିଜନ ଲାଞ୍ଜିଗଡ ପ୍ରତି କଳାହାଣ୍ଡି ମହାରାଜା ବଂଶଜଙ୍କର ସ୍ନେହ ଶ୍ରଦ୍ଧା ଦେଖି ଲାଞ୍ଜିଗଡ଼ ଅଞ୍ଚଳବାସୀ କଳାହାଣ୍ଡି ମହାରାଜା ଓ ମହାରାଣୀଙ୍କୁ ବହୁ କୃତଜ୍ଞତା ଜଣାଇଛନ୍ତି I