ବୁରୁଯାତ୍ରା ଅବସରରେ ସମାଜ ସିଂଗ୍ରାଇ ଓ ଲାଗଣେ ଏନେଜ୍‌ ହେପରାୱ:Ommtv Kalingavikas

ବିଜାତଳା: ବିଜାତଳା ବ୍ଲକ ବଡଝରଣ ଗ୍ରାମରେ ଜିୟାଳ ଝାର୍‌ନା ୟୁଥ୍‌ କ୍ଲବ୍‌,ମାରାଂ ଝରନ୍‌ ଆନୁକୁ ଆନୁକୁଲ୍ୟରେ ବାବା କାଣାପାଟ ବୁରୁଯାତ୍ରା ଉପଲକ୍ଷେ ଢାବୁଲ ଲାଗଣେ ଏନେଜ୍‌ ହେପରାୱ ସହିତ ସାନ୍ତାଳୀ ସମାଜ ସିଂଗ୍ରାଇ ଅନୁଷ୍ଠିତ ହୋଇଯାଇଛି।ପୂଜାର୍ଚ୍ଚନା ପରେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅପରାହ୍ନରେ ପାରମ୍ପରିକ ନୃତ୍ୟ ଲାଗଣେ ଏନେଜ୍‌ ହେପରାୱ ସହିତ ଦୁଇଟି ଦଳ ବାଗଡେଗା ଓ ଲୁହାବାଡିଆ ସାନ୍ତାଳି ପାରମ୍ପରିକ ବାଦ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସମାଜ ସିଂଗ୍ରାଇରେ ଦୁଇଟି ଦଳ ପାଟପୁର ଓ ପଶ୍ଚିମ ବଙ୍ଗର ଆଶା ମୁର୍ମୁ ସମାଜ ସିଂଗ୍ରାଇ ଦଳ ଭାଗ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କ୍ଲବର ସଭାପତି ସିଲହ ମୁର୍ମୁ,ସମ୍ପାଦକ ଯଦୁନାଥ ମୁର୍ମୁ, ଉପଦେଷ୍ଟା ଚୈତନ୍ଯ ମାରାଣ୍ଡି, ମାଝୀବାବା ଜୟରାମ ଟୁଡୁ, ନାୟକେ ବାବା ସିଦ୍ଧେଶ୍ୱର ହେମ୍ବ୍ରମ, ମଦନ ମୋହନ ମୁର୍ମୁ, ନାରାନ୍‌ ଟୁଡୁ, ବାଳକ ମୁର୍ମୁ, ଚୁନୁରାମ ମୁର୍ମୁ, ସାଗ୍ରାମ ହାଁସଦାଃ, ଦଶରଥ ହାଁସଦାଃ, ଡାକ୍ତର ମୁର୍ମୁ, ବିଶୁ ମୁର୍ମୁ ଓ ଧାରମାଲ ଟୁଡୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ମୟୂରଭଞ୍ଜରୁ ନିହାର ରଞ୍ଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍‌