ମାଟିଆଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ:Ommtv Kalinga Vikas

ମାଟିଆଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ:Ommtv Kalinga Vikas

ମାଟିଆଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ:Ommtv Kalinga Vikas

ମାଟିଆଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ:Ommtv Kalinga Vikas

ଯଶିପୁର:୦୨/୦୭:ଯଶିପୁର ବ୍ଲକ ଅନ୍ତର୍ଗତ ମାଟିଆଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବନବିଭାଗର ଦୁଧିଆଣୀ ବନାଂଚଳ ଅଧିକାରୀ ମହାବୀର ସିଂ ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୭୬ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କରାଯିବା ପରେ ବନାଂଚଳ ଅଧିକାରୀ ଶ୍ରୀ ମୁର୍ମୁ ବନ ମହୋତ୍ସବ ପାଳନ ଏବଂ ମା ପାଇଁ ଗଛଟିଏ ସମ୍ପର୍କରେ ସମ୍ୟକ ଅବଗତ କରାଇଥିଲେ। ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ୍‌ ଷ୍ଟାଣ୍ଡିଙ୍ଗ୍‌ କମିଟି ସଦସ୍ୟ ଇଂ ସତ୍ୟନାରାୟଣ ମାଝୀ ପରିବେଶ ସୁରକ୍ଷା ଦିଗରେ ଛାତ୍ରଛାତ୍ରୀଙ୍କ ଭୂମିକା ବହୁ ଗୁରୁତ୍ବପୂର୍ଣ୍ଣ ରହିଛି ବୋଲି ମତବ୍ୟକ୍ତ କରି ବୃକ୍ଷରୋପଣ ଲାଗି ଆହ୍ବାନ ଦେଇଥିଲେ।ପ୍ରଧାନ ଶିକ୍ଷକ ଶ୍ରୀ ସେଠୀ ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷରୋପଣ ବହୁ ଜରୁରୀ ବୋଲି ପରିପ୍ରକାଶ କରିଥିଲେ।ମାଟିଆଗଡ ସରପଞ୍ଚ ରଶ୍ମିତା ନାଏକ,ପୂର୍ବତନ ସରପଞ୍ଚ ସୁଶିଲ ନାଏକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ ନିମନ୍ତେ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମରେ ବନପାଳ ଯତିନ୍ଦ୍ର କୁମାର ବେହେରା ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନ ଦେଇଥିବା ବେଳେ ବନପାଳ ଲକ୍ଷ୍ମୀ ମହାନ୍ତ, ଦେବଶ୍ରୀ ମହାନ୍ତ,ତପନ ମହାନ୍ତ, ବନରକ୍ଷୀ କ୍ଷୀରୋଦ ମହାନ୍ତ, ସଂଯୁକ୍ତା ନାୟକ, ଭାରତୀ ନାଏକ, ପ୍ରିତିଶ ରଂଜନ ମହାନ୍ତ, କବିତା ମହାନ୍ତଙ୍କ ସମେତ ବନ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।ବିଦ୍ୟାଳୟ ତରଫରୁ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ବିଜୟ କୁମାର ଗିରି, ଚନ୍ଦନ କୁମାର ମହାପାତ୍ର,ନୀଳିମା ମହାନ୍ତ,ଆଶିଷ କୁମାର ଦାସ, ପ୍ରିତିରଂଜନ ସେଠୀ, ପବିତ୍ର ମୋହନ ବାରିକ,ମଂଜୁଳା ମହାନ୍ତ, ନିରଂଜନ ବେହେରା ଏବଂ ରାଜେଶ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।

ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍‌