ପାଠାଗାର ପ୍ରତିଷ୍ଠାତା ରାମଦାସ ମୁର୍ମୁଙ୍କୁ ସହ ଆଲୋଚନା Ommtv KALINGA VIKAS
ପାଠାଗାର ପ୍ରତିଷ୍ଠାତା ରାମଦାସ ମୁର୍ମୁଙ୍କୁ ସହ ଆଲୋଚନା Ommtv KALINGA VIKAS
ପାଠାଗାର ପ୍ରତିଷ୍ଠାତା ରାମଦାସ ମୁର୍ମୁଙ୍କୁ ସହ ଆଲୋଚନା Ommtv KALINGA VIKAS
ମୟୁରଭଞ୍ଜ ଯଶିପୁର ରୁ ନିହାର ରଞ୍ଜନମହାନ୍ତ l
ବହଳଦା ବ୍ଲକ ଅନ୍ତର୍ଗତ ପାଟ୍ରାମହୁଲପାଣି ଗ୍ରାମସ୍ଥିତ ବାବା ତିଲକା ପାଠାଗାର ପରିଦର୍ଶନ ଅବସରରେ ପାଠାଗାରର ପ୍ରତିଷ୍ଠାତା ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ଶ୍ରୀ ରାମଦାସ ମୁର୍ମୁଙ୍କୁ ବରିଷ୍ଠ ସ୍ତମ୍ଭକାର ବାଗ୍ମୀ ଲଳିତ ମହାନ୍ତ, ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ୍ ଜନଜାତି ପ୍ରତିନିଧି ଯୁବସ୍ତମ୍ଭକାର ଇଂ ସତ୍ୟନାରାୟଣ ମାଝୀ ଓ ପୂର୍ବତନ ସେନାନୀ ସାନ୍ତାଳୀ ସାରସ୍ବତ ସାଧକ ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ମାଝୀ(୧୯୫୨)ଙ୍କୁ ସୁପୁତ୍ର ପାଠାଗାର ସଭାପତି ରାମଚନ୍ଦ୍ର ହେମ୍ବ୍ରମ ପ୍ରମୁଖ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଥିଲେ।ଏହାପରେ ପାଠାଗାରର ମୌଳିକତା ସମ୍ବନ୍ଧରେ ଆଲୋଚନା କରିଥିଲେ।ଆଦିମ ସଭ୍ୟତା,ସଂସ୍କୃତି ଓ ପରମ୍ପରାକୁ ନେଇ ସଂଗୃହିତ ଅନେକ ପୁସ୍ତକ ଏକ ସୀମିତ ପ୍ରକୋଷ୍ଠ ଭିତରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛି।ଭାରତ ବର୍ଷର ବିଭିନ୍ନ ବିଶ୍ବବିଦ୍ୟାଳୟ ଗୁଡିକରୁ ଅନେକ ଛାତ୍ରଛାତ୍ରୀ ତଥା ଗବେଷକ ଦୀର୍ଘଦିନ ହେବ ଏଠାକୁ ଆସି ନିଜର ସନ୍ଦର୍ଭ ପ୍ରସ୍ତୁତ କରିବାରେ ବେଶ୍ ସହାୟକ ହୋଇପାରୁଛନ୍ତି।

ଦୀର୍ଘଦଶନ୍ଧିରୁ ଶ୍ରୀମୁର୍ମୁଙ୍କର ଉକ୍ତପାଠାଗାରର ପରିକଳ୍ପନା ଅନେକ ସାଧକଙ୍କୁ ବହୁମାତ୍ରାରେ ସହାୟକ ହୋଇପାରୁଛି। କେବଳ ପୁସ୍ତକ ବା ଗ୍ରନ୍ଥର ସଂଗ୍ରହ କରିନାହାନ୍ତି,ଏଥିରେ ବହୁଦିନର ପୁରାତନ ଖବର କାଗଜରୁ ବିଶେଷ ତଥ୍ୟମାନ ସୃଗୃହିତ କରି ରଖିଛନ୍ତି। ତାଙ୍କର ଏହି ନିଆରା ପ୍ରୟାସ ଆଗାମୀ ଭବିଷ୍ଯତକୁ ନିଶ୍ଚୟ କିଛି ବିଲୁପ୍ତ ସଂଗ୍ରହର ପରିଚୟ ଦେଇପାରିଛି। ବିଶେଷ ଆଦିବାସୀ ସାନ୍ତାଳ,ହୋ,ମୁଣ୍ଡା,ମାହାଲି,ବାଥୁଡି,ଭୂମିଜ ଭଳି ଜନଜାତିଙ୍କର ବହୁ ପୁସ୍ତକ ସଂଗୃହିତ କରିଛନ୍ତି।
ତାଙ୍କର ଏକାନ୍ତ ପ୍ରଚେଷ୍ଟାକୁ ସମ୍ମାନ ଜଣାଇ ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ ଅନୁଷ୍ଠାନ ଦ୍ବାରା ସମ୍ମାନିତ ହୋଇ ପ୍ରଶଂସିତ ହୋଇଛନ୍ତି।
ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍
