ପେଟ୍ରୋଲ ଢ଼ାଳି ୨ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ, ମହିଳା ମୃତ ଓ ପୁରୁଷ ଗୁରୁତର : Ommtv Kalinga Vikas
ପେଟ୍ରୋଲ ଢ଼ାଳି ୨ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ, ମହିଳା ମୃତ ଓ ପୁରୁଷ ଗୁରୁତର : Ommtv Kalinga Vikas
ପେଟ୍ରୋଲ ଢ଼ାଳି ୨ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ, ମହିଳା ମୃତ ଓ ପୁରୁଷ ଗୁରୁତର : Ommtv Kalinga Vikas
(ମୟୂରଭଞ୍ଜ କରଞ୍ଜିଆ ରୁ ସୁମନ୍ତ ପାତ୍ର ଙ୍କ ରିପୋର୍ମ): ୟୂରଭଞ୍ଜ ଜିଲ୍ଲା ଖିଚିଂ ଠାରୁ ଆସିଲା ଅଭାବନୀୟ ଘଟଣା।ଖିଚି° ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରୁ ୨୦୦ ମିଟର ଦୂରରେ ବିଲ ମଝିରେ ଘଟିଛି ଏହି ଅଭାବନୀୟ ଘଟଣା। ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଜଣେ ମହିଳା ଓ ଜଣେ ପୁରୁଷ। ମହିଳାଙ୍କ ଗାଁ ଲୋକେ ଦୁଇ ଜଣ ଜଳୁଥିବା ଓ ପାଟି କରୁଥିବା ଦୃଶ୍ୟ ଦେଖି ଦୈାଡି ଆସି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ।ବିଲ ମଝିରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ଶୁକୃଳି ଗୋଷ୍ଠୀ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲେ। ଚିକିତ୍ସାଳୟରେ ଡାକ୍ତର ଅର୍ଦ୍ଧଦଗ୍ଧ ମହିଳା ଖିଚି° ନିବାସୀ ବିବାହିତା ଭାରତୀ ପାତ୍ରଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଅର୍ଦ୍ଧଦଗ୍ଧ ପୁରୁଷ ରାଇରଙ୍ଗପୁର ନିବାସୀ ହରି ଶଙ୍କର ଆଚାର୍ଯ୍ୟଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ କେନ୍ଦୁଝର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିବା ଦାୟିତ୍ଵରେ ଥିବା ଡ଼ାକ୍ତରଙ୍କ ଠାରୁ ସୂଚନା ମିଳିଛି।

ରରୁଆଁ ଥାନା ଭାରପ୍ରାପ୍ତ ଅଧିକାରୀ ଅନାଦି ପଟ୍ଟାୟତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ଏବଂ ଶବକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି। ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଓ ପୁରୁଷ ବିବାହିତ ଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀ ନୁହଁନ୍ତି। ଆତ୍ମହତ୍ୟା ଉଦ୍ୟମ ସନ୍ଦେହ ଘେରରେ ଥିବା ଶୁଣିବାକୁ ମିଳୁଛି। ରରୁଆଁ ଥାନାରେ ୧୪/୨୫-୨୬ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
