ପ୍ରଗତିମଞ୍ଚ ପକ୍ଷରୁ ପାଞ୍ଚପୀଢ ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ଗଣଧାରଣା :Ommtv Kalinga Vikas

ପ୍ରଗତିମଞ୍ଚ ପକ୍ଷରୁ ପାଞ୍ଚପୀଢ ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ଗଣଧାରଣା :Ommtv Kalinga Vikas

ପ୍ରଗତିମଞ୍ଚ ପକ୍ଷରୁ ପାଞ୍ଚପୀଢ ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ଗଣଧାରଣା :Ommtv Kalinga Vikas

ପ୍ରଗତିମଞ୍ଚ ପକ୍ଷରୁ ପାଞ୍ଚପୀଢ ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ଗଣଧାରଣା :Ommtv Kalinga Vikas

 ପାଞ୍ଚପୀଢ ଉପଖଣ୍ଡକୁ ଜିଲ୍ଲା ଦାବିରେ ଆଜି ଠାରୁ ଗଣଧାରଣା ଆରମ୍ଭ ହୋଇଛି।ପାଞ୍ଚପୀଢ ଉପଖଣ୍ଡର ଭୈଗଳିକ ଅବସ୍ଥିତି,ଆୟତନ, ଜନସଂଖ୍ୟା, ଭିତ୍ତିଭୂମି ପୂର୍ବରୁ ଘୋଷଣା ହୋଇଥିବା ବୌଦ୍ୟ ,ଦେବଗଡ଼ ଜିଲ୍ଲା ଠାରୁ କୈାଣସି ଗୁଣରେ କମ୍ ନୁହେଁ।ପାଞ୍ଚପୀଢ ଜିଲ୍ଲାର ସଦରମହକୁମା କରଞ୍ଜିଆ ଠାରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ,ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ,ଏଆରଟିଓ, ଜନସ୍ବାସ୍ଥ୍ୟ ବିଭାଗ ଡିଭିଜନ,ପୁର୍ତ୍ତ ବିଭାଗ ଡିଭିଜନ ଖୋଲାଯିବା ସହ ପୂର୍ବର କଂଗ୍ରେସ, ବିଜେଡ଼ି ଓ ବର୍ତ୍ତମାନର ବିଜେପି ସରକାରଙ୍କୁ ବହୁବାର ଦାବି କରାଯାଇଛି। ହେଲେ ପ୍ରଶାସନିକ ଓ ରାଜନୈତିକ ଉଦାସିନତା ଯୋଗୁଁ ଆଜିବି ମୟୂରଭଞ୍ଜ ଜିଲ୍ଲାର ସର୍ବବୃହତ ଉପଖଣ୍ଡ ପାଞ୍ଚପୀଢ ଅବହେଳିତ ହୋଇ ରହିଛି।ମଞ୍ଚ ପକ୍ଷରୁ ଏହି ଉପଖଣ୍ଡକୁ ଜିଲ୍ଲା ଘୋଷଣା କରିବା ନ୍ୟାୟ ସଙ୍ଗତ।

ତୁଳନାତ୍ମକ ଦୃଷ୍ଟି କୋଣରୁ ପାଞ୍ଚପୀଢ ଉପଖଣ୍ଡ ରାଜସ୍ବ ସଂଗ୍ରହ ଠାରୁ ଆରମ୍ଭ କରି ସାଂସ୍କୃତିକ, ଶିକ୍ଷା ଓ ଧାର୍ମିକତା ବିଷୟରେ କୈାଣସି ଗୁଣରେ ନିମ୍ନ ନୁହେଁ। ଏହି ଉପଖଣ୍ଡର ମସ୍ତକ ଶିମିଳିପାଳ ଜାତୀୟ ଉଦ୍ୟାନ, ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଐତିହାସିକ ମା କୀଚକେଶ୍ୱରୀ ମନ୍ଦିର, ରମଣୀୟ ପ୍ରଦର୍ଶନୀ ସ୍ଥଳ ଭୀମକୁଣ୍ଡ,ରାମତୀର୍ଥ ପରି ଭରି ରହିଛି ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସବୁଜିମା। ତେଣୁ ଏହି ଉପଖଣ୍ଡକୁ ନ୍ୟାୟ ପ୍ରଦାନ ସ୍ୱରୂପ ନୂତନ ଜିଲ୍ଲା ଭାବେ ଦାବିରେ ଆଜି ଠାରୁ ଆଗାମୀ ୮ ତାରିଖ ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ ବୋଲି ସଭାପତି ସଞ୍ଜୟ କୁମାର ସାହୁ ସୂଚନା ଦେଇଛନ୍ତି। ଆଜିର ଗଣଧାରଣାରେ ବରିଷ୍ଠ ନାଗରିକ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ ତଥା ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ସାମିଲ ହୋଇ ମା ମାଟି ପାଇଁ ଲଢ଼େଇ ପାଇଁ ଆଗଭର ହୋଇଥିଲେ। ଏହି ଗଣଧାରଣାରେ ମଞ୍ଚର କର୍ମକର୍ତ୍ତା ଗୈାରାଙ୍ଗ ବାରିକ୍, ସରକାରୀ ଆଇନଜୀବି ଜଗମୋହନ ମହାନ୍ତ, ସର୍ବେଶ୍ଵର ମିଶ୍ର, ଅଭିମନ୍ୟୁ ତ୍ରିପାଠୀ,ଉମାଶଙ୍କର ଦାସ, କର୍ଣ୍ଣାର୍ଜୁନ ସାହା,ଦିବ୍ୟ ପ୍ରସାଦ ସାହୁ, ସଚିଦାନନ୍ଦ ସାହୁ, ତଥା ବହୁ ଶୁଭ ଚିନ୍ତକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। 

ମୟୂରଭଞ୍ଜ କରଞ୍ଜିଆ ରୁ ସୁମନ୍ତ ପାତ୍ର ଙ୍କ ରିପୋର୍ଟ