ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପୂର୍ବଛାତ୍ର ଏକତ୍ରୀକରଣ:Ommtv Kalinga Vikas

ରାଇରଙ୍ଗପୁର: ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପୂରାତନ ଛାତ୍ର ଏକତ୍ରୀକରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ବିଦ୍ବତ୍‌ ପରିଷଦ ସଭାପତି ସ୍ତମ୍ଭକାର ଲଳିତ ମହାନ୍ତ ଯୋଗଦେଇ ବିକଶିତ ଭାରତ ନିର୍ମାଣରେ ପୂର୍ବଛାତ୍ରଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରି ସେମାନଙ୍କର ନିଜର ଶିକ୍ଷା, ସାଧନା, ସଂଯମ, ସଦାଚାର ଓ ସର୍ବୋପରି ବୌଦ୍ଧିକତା ରାଷ୍ଟ୍ରୀୟ କର୍ତ୍ତବ୍ୟପାଳନରେ ବିନିଯୋଗ କରି ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେଲେ ବିକଶିତ ଭାରତ ନିର୍ମାଣ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ କେଦାରନାଥ ବାରିକ ପଂଚ ପରିବର୍ତ୍ତନରେ ପୁରାତନ ଛାତ୍ରଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ପୂର୍ବଛାତ୍ର ଟୋଲିର ସଦସ୍ୟ ଭାସ୍କର ପ୍ରତିମ ପଟ୍ଟନାୟକ ସାମାଜିକ ସେବାକାର୍ଯ୍ୟ ଓ ସମାଜ ଜାଗରଣରେ ପୂର୍ବଛାତ୍ରଙ୍କର ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପୂର୍ବଛାତ୍ର ଏକତ୍ରିକରଣ କାର୍ଯ୍ୟକ୍ରମର ସଭାପତି ଗୁରୁଜୀ ସରୋଜ କୁମାର ମହାନ୍ତ, ପୁରାତନ ଛାତ୍ର ଏକତ୍ରିକରଣର ଲକ୍ଷ୍ୟ, ଉଦ୍ଦେଶ୍ଯ ଓ ଆଭିମୁଖ୍ୟ ସମ୍ପର୍କରେ ତାଙ୍କର ବିଚାରଧାରାକୁ ଉପସ୍ଥାପନ କରିଥିଲେ। ଗୁରୁମା ବବିତା କୌଡୱାର କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ବିଦ୍ୟାଳୟ କମିଟିର ଉପସଭାପତି ଧୀରେନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ପୂଜାର୍ଚ୍ଚନା ଓ ପରିଶେଷରେ ବନ୍ଦେ ମାତରମ୍‌ ଗାନ କରିଯାଇଥିଲା। ଏହି ସମାବେଶରେ ଶତାଧିକ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ନିଜ ନିଜର ମତ ରଖିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ଥିଲେ।

ମୟୂରଭଞ୍ଜ ଯଶିପୁରରୁ ନିହାର ରଞ୍ଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି କଳିଙ୍ଗବିକାଶ ନ୍ୟୁଜ୍‌