ରାଇରଙ୍ଗପୁର ବନଖଣ୍ଡରେ ବନ୍ୟପ୍ରାଣୀ ସପ୍ତାହ :Ommtv Kalingavikas

ରାଇରଙ୍ଗପୁର ବନଖଣ୍ଡରେ ବନ୍ୟପ୍ରାଣୀ ସପ୍ତାହ :Ommtv Kalingavikas

ରାଇରଙ୍ଗପୁର ବନଖଣ୍ଡରେ ବନ୍ୟପ୍ରାଣୀ ସପ୍ତାହ :Ommtv Kalingavikas

ରାଇରଙ୍ଗପୁର ବନଖଣ୍ଡରେ ବନ୍ୟପ୍ରାଣୀ ସପ୍ତାହ :Ommtv Kalingavikas

ରାଇରଙ୍ଗପୁର: ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ସପ୍ତାହ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ୭୧ତମ ବନ୍ୟପ୍ରାଣୀ ସପ୍ତାହ ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ରଙ୍କ ସଭାପତିତ୍ୱରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ ଯୋଗଦେଇ କହିଥିଲେ ଯେ ବୃକ୍ଷ ହେଉଛି ଅମୂଲ୍ୟ ସଂପଦ। ତେଣୁ ଯେତେ ପାରିବା ଆମେ ଲଗାଇବା ଉଚିତ। ଆଜିକାଲି ଜଙ୍ଗଲ ନଷ୍ଟ ହେଉଥିବାରୁ ବନ୍ୟପ୍ରାଣୀ ଗାଁ ମୁହାଁ ହେଉଛନ୍ତି। ଗାଁ ଲୋକଙ୍କର ଧନଜୀବନ ନଷ୍ଟ କରୁଛନ୍ତି। ତେଣୁ ଆମେ ଜଙ୍ଗଲ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରିବା ଉଚିତ। ମୁଖ୍ୟବକ୍ତା ରାଜ୍ୟ ବନ୍ୟପ୍ରାଣୀ ପୁରସ୍କାର ପ୍ରାପ୍ତ ପରିବେଶବିତ୍‌ ଲଳିତ ମହାନ୍ତ ବିଶ୍ବ ପରିବେଶର। ସୁରକ୍ଷାପାଇଁ ବନ୍ୟପ୍ରାଣୀର ଅବଦାନ ଅତୁଳନୀୟ। ତା ସତ୍ତ୍ବେ ମଣିଷ ସେମାନଙ୍କ ପ୍ରତି କରୁଛି ଅବିଚାର। ସେଥିପାଇଁ ବନ୍ୟପ୍ରାଣୀ ସଂରକ୍ଷଣର ଅନ୍ତରଙ୍ଗ ଉଦ୍ୟମ ହେଉଛି ବନ୍ୟପ୍ରାଣୀ ସଂରକ୍ଷଣ। ବନ୍ୟପ୍ରାଣୀଙ୍କୁ ସୁରକ୍ଷା ପ୍ରଦାନ କଲେ ମାନବ ସମାଜ ସୁରକ୍ଷିତ ଓ ନିରାପଦ ରହିବ। ଏହାହିଁ ବନ୍ୟପ୍ରାଣୀ ସପ୍ତାହ ପାଳନର ଅନୁଚିନ୍ତା ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥିଭାବେ ସାଂସଦ ପ୍ରତିନିଧି ମନୋଜ ଦାସ(ବାପି ବାବୁ) ଓ ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ପ୍ରଦୀପ୍ତ କବି ଯୋଗଦେଇ ପରିବେଶ ସୁଦୃଢ ହେଲେ ବନ୍ୟପ୍ରାଣୀ ସୁରକ୍ଷିତ ରହିବେ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଏସିଏଫ୍‌ ପ୍ରଭାକର ମଲ୍ଲିକ ରଂଜନ ବେହେରା ଧରିତ୍ରୀ ମୁର୍ମୁ ବନ୍ୟପ୍ରାଣୀ ସପ୍ତାହ ପାଳନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ରାଇରଙ୍ଗପୁର ରେଂଜ୍‌ ଅଫିସର ଜ୍ୟୋତିରଂଜନ ସେନାପତି, ବିଶୋଇ ରେଂଜ ଅଫିସର୍‌ କ୍ଷୀରୋଦ ଚନ୍ଦ୍ର ସିଂ, ବାଦାମପାହାଡ ରେଂଜ ଅଫିସର୍‌ ଅଜିତ ମହାନ୍ତି ଉପସ୍ଥିତ ଥିବାବେଳେ ବନପାଳ ବିପିନଚନ୍ଦ୍ର ବେହେରା, ପଙ୍କଜ ବେହେରା, ଶ୍ରାବନ୍ତୀ ମାରାର୍ଣ୍ଡି, ଦେବାଶିଷ ମିଶ୍ର ଓ ବନରକ୍ଷୀ ଦୁଷ୍ମନ୍ତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ୍ୟପ୍ରାଣୀ ସମ୍ବନ୍ଧୀୟ କୁଇଜ୍‌ ପ୍ରତିଯୋଗିତା ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପାତ୍ର ପୁରସ୍କୃତ କରିଥିଲେ।

ମୟୂରଭଞ୍ଜ ଯଶିପୁରରୁ ନିହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି କଳିଙ୍ଗ ବିକାଶ ନ୍ୟୁଜ୍‌