ଡାକ୍ତର ନାହାନ୍ତି, ରୋଗୀ ହନ୍ତସନ୍ତ: ପଶ୍ଚିମ ଓଡ଼ିଶାରେ ୨୭୭୪ ପଦ ଖାଲି, ସ୍ମାର୍ଟସିଟିରେ ବି ସ୍ବାସ୍ଥ୍ୟସେବା ଦୁର୍ବଳ

ରାଉରକେଲା: ଡାକ୍ତର ଅଭାବରୁ ପଶ୍ଚିମ ଓଡ଼ିଶାର ସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ବିଶେଷ କରି ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ଏହି ସ୍ଥିତି ଉଦ୍‌ବେଗଜନକ। ମଞ୍ଜୁରିପ୍ରାପ୍ତ ୪,୪୯୭ ଡାକ୍ତର ପଦ ମଧ୍ୟରୁ ମାତ୍ର ୧,୭୨୩ ଜଣ (୩୮.୩୧%) ଡାକ୍ତର କାର୍ଯ୍ୟରତ ଅଛନ୍ତି। ଅବଶିଷ୍ଟ ୨,୭୭୪ (୬୧.୬୯%) ପଦ ବହୁଦିନରୁ ଖାଲି ପଡ଼ିଛି। କାର୍ଯ୍ୟରତ ଡାକ୍ତରଙ୍କ ମଧ୍ୟରୁ ୧୮୨ ଜଣ ଚୁକ୍ତିଭିତ୍ତିକ ଓ ୩୦ ଜଣ ଜିଲ୍ଲାଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି ଦ୍ବାରା ନିୟୋଜିତ ଅଛନ୍ତି। ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏହି ଚିନ୍ତାଜନକ ସ୍ଥିତିରେ କୌଣସି ସୁଧାର ଆସୁନଥିବାରୁ ରୋଗୀ କଲବଲ ହେବା ସାର ହେଉଛି।  କେବଳ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ନୁହେଁ, ସ୍ମାର୍ଟସିଟି ରାଉରକେଲାର ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ମଧ୍ୟ ସମାନ ସ୍ଥିତି। ଆର୍‌ଜିଏଚ୍‌ରେ ୧୫୦ଟି ମଞ୍ଜୁର ପଦରୁ ୭୮ ଜଣ କାର୍ଯ୍ୟରତ ଥିବାବେଳେ ୭୨ଟି ପଦ ଖାଲିପଡ଼ିଛି। ଏଠାରେ ୬୩ ଜଣ ସ୍ଥାୟୀ ଡାକ୍ତର ଥିବାବେଳେ ୨ ଜଣ ଚୁକ୍ତିଭିତ୍ତିକ ଓ ୧୩ ଜଣ ଜିଲ୍ଲା ଡିଏମ୍‌ଏଫ୍‌ ପାଣ୍ଠି ଦ୍ବାରା ନିଯୁକ୍ତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ୭୨୪ରୁ ୪୧୪ଟି (୫୭.୧୮%), ବରଗଡ଼ରେ ୬୦୬ରୁ ୩୫୧ଟି (୫୭.୯୨%), ବଲାଙ୍ଗୀରରେ ୫୯୯ରୁ ୩୧୩ଟି (୫୨.୨ ୫%), ବୌଦ୍ଧରେ ୨୩୮ରୁ ୧୮୦ଟି (୭୫.୬୩%), ଝାରସୁଗୁଡ଼ାରେ ୨୭୦ରୁ ୧୬୦ (୫୯.୨୬%), କଳାହାଣ୍ଡିରେ ୬୦୬ରୁ ୩୯୯ (୬୫.୮୪%), ନୂଆପଡ଼ାରେ ୩୦୨ରୁ ୧୮୯ଟି (୬୨.୫୮%), ସମ୍ବଲପୁରରେ ୪୮୯ରୁ ୩୩୭ଟି (୬୮.୯୨%) ଏବଂ ସୁବର୍ଣ୍ଣପୁରରେ ୨୯୯ରୁ ୨୦୬ଟି (୬୮.୯୦%) ପଦ ଖାଲି ରହିଛି। ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ ଲୋକେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି। ଜଣେ ଜଣେ ଡାକ୍ତରଙ୍କ ଉପରେ ଶତାଧିକ ରୋଗୀଙ୍କ ବୋଝ ପଡ଼ୁଥିବାରୁ ଚିକିତ୍ସାର ମାନ ହ୍ରାସ ପାଉଛି। ଫଳରେ ଜନସାଧାରଣ ବାଧ୍ୟ ହୋଇ ବେସରକାରୀ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ପଶ୍ଚିମ ଓଡ଼ିଶାର ଏହି ଗୁରୁତର ସ୍ୱାସ୍ଥ୍ୟ ସଙ୍କଟକୁ ଦୂର କରିବା ପାଇଁ ସରକାର ତୁରନ୍ତ ସ୍ୱତନ୍ତ୍ର ପଦକ୍ଷେପ ନେଇ ଖାଲି ପଡ଼ିଥିବା ପଦବିଗୁଡ଼ିକୁ ପୂରଣ କରିବାକୁ ଦାବି