ପ୍ରଥମ ଏନ୍ବିଏ ମାନ୍ୟତାପ୍ରାପ୍ତ ପଲିଟେକ୍ନିକ ମଧ୍ୟରେ କିଟ୍ ପଲିଟେକ୍ନିକ୍ : Ommtv
ପ୍ରଥମ ଏନ୍ବିଏ ମାନ୍ୟତାପ୍ରାପ୍ତ ପଲିଟେକ୍ନିକ ମଧ୍ୟରେ କିଟ୍ ପଲିଟେକ୍ନିକ୍ : Ommtv
ପ୍ରଥମ ଏନ୍ବିଏ ମାନ୍ୟତାପ୍ରାପ୍ତ ପଲିଟେକ୍ନିକ ମଧ୍ୟରେ କିଟ୍ ପଲିଟେକ୍ନିକ୍ : Ommtv
www.ommtv.in : ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧୀନ ନ୍ୟାସ୍ନାଲ୍ ବୋର୍ଡ ଅଫ୍ ଆକ୍ରିଡିଟେସନ୍ (ଏନ୍ବିଏ) ମାନ୍ୟତା ପ୍ରାପ୍ତ ପଲିଟେକ୍ନିକ୍ ମଧ୍ୟରେ କିଟ୍ ପଲିଟେକ୍ନିକ୍ ସ୍ଥାନ ପାଇବାର ଗୌରବ ଅର୍ଜ୍ଜନ କରିଛି । ଏନ୍ବିଏ ପକ୍ଷରୁ କିଟ୍ ପଲିଟେକ୍ନିକର ୩ଟି ଡିପ୍ଲୋମା ଇଂଜିନିୟରିଂ ପାଠ୍ୟକ୍ରମକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ବାଞ୍ଛିତ ଲକ୍ଷ୍ୟ ହାସଲ କରିବାରେ ଅନୁଷ୍ଠାନର କାର୍ଯ୍ୟକ୍ରମ, ସଂରଚନା ଓ ସଫଳତା ଆଦିକୁ ଏନ୍ବିଏ ସ୍ୱୀକୃତି ମିଳିଛି । ଏନ୍ବିଏର ୬ଜଣିଆ ବିଶେଷଜ୍ଞ ଦଳ ୨୦୨୨ ନଭେମ୍ବର ମାସରେ କିଟ୍ ପଲିଟେକ୍ନିକ ପରିଦର୍ଶନ କରି ବିଭିନ୍ନ ମାନଦଣ୍ଡ ଆଧାରରେ ଆକଳନ ଓ ପର୍ଯ୍ୟାଲୋଚନା କରିଥିଲେ । ବିଶେଷକରି ଗୁଣାତ୍ମକ ଶିକ୍ଷାଦାନ, ଅଧ୍ୟାପକ-ଅଧ୍ୟାପିକାଙ୍କ ଅବଦାନ, ଜ୍ଞାନ ଓ ଦକ୍ଷତାରେ ଛାତ୍ରର ଅଗ୍ରଗତି, ଭିତ୍ତିଭୂମି ଓ ପ୍ରଶାସନିକ କାର୍ଯ୍ୟକଳାପ ଆଦି ମାନଦଣ୍ଡ ଆଧାରରେ ଏହି ମାନ୍ୟତା ପ୍ରଦାନ କରାଯାଇଛି । ପୂର୍ବରୁ କିଟ୍ ପଲିଟେକ୍ନି କ୍ୟୁସିଆଇ ନାବେଟ୍ ର୍ୟାଙ୍କିଂରେ ଓଡ଼ିଶାର ଉଭୟ ସରକାରୀ ଓ ବେସରକାରୀ ପଲିଟେକନିକ୍ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । କିଟ୍ ପଲିଟେକ୍ନିକ୍ର ଏହି ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କିଟ୍ ରୌପ୍ୟ ଜୟନ୍ତୀ ବର୍ଷ ପାଳନ କରୁଥିବା ଅବସରରେ ଏଭଳି ସଫଳତା ନିଶ୍ଚିତ ଭାବେ ଛାତ୍ରଛାତ୍ରୀଙ୍କୁ ଆହୁରି ପ୍ରେରଣା ଯୋଗାଇବ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।
KIIT Polytechnic Among First-Time NBA Accredited Polytechnics : Ommtv
Bhubaneswar, Feb 5: The National Board of Accreditation has accredited three diploma engineering programmes of KIIT Polytechnic. The accreditation certifies the institutional activities, structure and achievement towards attaining desired outcomes.A six-member team of experts from NBA visited the institution during 4-6 November 2022 and assessed several criteria. They included teaching, learning, faculty contribution, student progression, infrastructure and governance.In August 2022, KIIT Polytechnic was awarded Rank 1 among all government and private polytechnics of the state by QCI & SCTE & VT. On the achievement, the Founder of KIIT-KISS and KIIT Polytechnic Dr. Achyuta Samanta congratulated the students, staff, saying it is a big achievement for the institute. The accreditation comes at a time when KIIT is holding its silver jubilee celebration. KIIT Polytechnic was established in 1995.
पहली बार एनबीए से मान्यता प्राप्त पॉलिटेक्निक में कीट पॉलिटेक्निक : Ommtv
भुवनेश्वर : राष्ट्रीय प्रत्यायन बोर्ड ने किट पॉलिटेक्निक के तीन डिप्लोमा इंजीनियरिंग कार्यक्रमों को मान्यता दी है। मान्यता वांछित परिणामों की प्राप्ति की दिशा में संस्थागत गतिविधियों, संरचना और उपलब्धि को प्रमाणित करती है।एनबीए के विशेषज्ञों की छह सदस्यीय टीम ने 4-6 नवंबर 2022 के दौरान संस्थान का दौरा किया और कई मानदंडों का आकलन किया। इनमें टीचिंग, लर्निंग, फैकल्टी कंट्रीब्यूशन, स्टूडेंट प्रोग्रेशन, इंफ्रास्ट्रक्चर और गवर्नेंस शामिल हैं।अगस्त 2022 में, कीट पॉलिटेक्निक को क्यूसीआई, एससीटीआई और वीटी द्वारा राज्य के सभी सरकारी और निजी पॉलिटेक्निक में रैंक 1 से सम्मानित किया गया। इस उपलब्धि पर किट-किस एवं किट पॉलिटेक्निक के संस्थापक डॉ. अच्युत सामंत ने संस्थान के लिए बड़ी उपलब्धि बताते हुए छात्रों, कर्मचारियों को बधाई दी। यह मान्यता ऐसे समय में मिली है जब किट अपना रजत जयंती समारोह आयोजित कर रहा है। किट पॉलिटेक्निक की स्थापना 1995 में हुई थी।