ଭାରତ ବିକାଶ ପରିଷଦ ଚନ୍ଦ୍ରଶେଖରପୁର ଶାଖାର, " ଭାରତ କୋ ଜାନୋ" କୁଇଜ୍ ପ୍ରତିଯୋଗିତା : ଓମଟିଭି

ଆଜି ଅପରାହ୍ନରେ ଭାରତ ବିକାଶ ପରିଷଦ ଚନ୍ଦ୍ରଶେଖରପୁର ଶାଖା ପକ୍ଷରୁ " ଭାରତ କୋ ଜାନୋ " କୁଇଜ୍ ପ୍ରତିଯୋଗିତା ସ୍ଥାନୀୟ ନିଳାଦ୍ରୀ ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଭା କକ୍ଷରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଇଂରାଜୀ ତଥା ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକରୁ ବରିଷ୍ଠ ବର୍ଗରେ ୧୧ ଟି ଦଳ ଭାଗ ନେଇଥିବା ବେଳେ କନିଷ୍ଠ ବର୍ଗରେ ୯ ଗୋଟି ଦଳ ଭାଗ ନେଇଥିଲେ। ତୁହାକୁ ତୁହା ବର୍ଷା ସତ୍ବେ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କ ସହ ଆସି ଆଗ୍ରହର ସହ ଏଥିରେ ଅଂଶଗ୍ରହଣ କରି  ଭାରତର ସଂସ୍କୃତି, ସାହିତ୍ୟ, ଇତିହାସ, ଭୂଗୋଳ, ସମ୍ବିଧାନ,ଖେଳ ପ୍ରଭୃତି ବିଷୟରେ ନିଜ ନିଜର ଜ୍ଞାନର ପ୍ରତିଭା ପ୍ରଦର୍ଶନ କରିଥିଲେ।

ଭାରତ ବିକାଶ ପରିଷଦ ଚନ୍ଦ୍ରଶେଖରପୁର ଶାଖାର, " ଭାରତ କୋ ଜାନୋ" କୁଇଜ୍ ପ୍ରତିଯୋଗିତା : ଓମଟିଭି

ଭାରତ ବିକାଶ ପରିଷଦ ଚନ୍ଦ୍ରଶେଖରପୁର ଶାଖାର, " ଭାରତ କୋ ଜାନୋ" କୁଇଜ୍ ପ୍ରତିଯୋଗିତା : ଓମଟିଭି

ଆଜି ଅପରାହ୍ନରେ ଭାରତ ବିକାଶ ପରିଷଦ ଚନ୍ଦ୍ରଶେଖରପୁର ଶାଖା ପକ୍ଷରୁ " ଭାରତ କୋ ଜାନୋ " କୁଇଜ୍ ପ୍ରତିଯୋଗିତା ସ୍ଥାନୀୟ ନିଳାଦ୍ରୀ ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଭା କକ୍ଷରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଇଂରାଜୀ ତଥା ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକରୁ ବରିଷ୍ଠ ବର୍ଗରେ ୧୧ ଟି ଦଳ ଭାଗ ନେଇଥିବା ବେଳେ କନିଷ୍ଠ ବର୍ଗରେ ୯ ଗୋଟି ଦଳ ଭାଗ ନେଇଥିଲେ। ତୁହାକୁ ତୁହା ବର୍ଷା ସତ୍ବେ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କ ସହ ଆସି ଆଗ୍ରହର ସହ ଏଥିରେ ଅଂଶଗ୍ରହଣ କରି  ଭାରତର ସଂସ୍କୃତି, ସାହିତ୍ୟ, ଇତିହାସ, ଭୂଗୋଳ, ସମ୍ବିଧାନ,ଖେଳ ପ୍ରଭୃତି ବିଷୟରେ ନିଜ ନିଜର ଜ୍ଞାନର ପ୍ରତିଭା ପ୍ରଦର୍ଶନ କରିଥିଲେ। ସଂପୂର୍ଣ୍ଣ କମ୍ପ୍ୟୁଟରୀକୃତ କୁଇଜ୍ ଟିକୁ କୁଇଜ୍ ମାଷ୍ଟର ଡ ମନୋରଞ୍ଜନ ଦାସ ପରିଚାଳନା କରିଥିବା ବେଳେ କମ୍ପ୍ୟୁଟର ପରିଚାଳନା କରିଥିଲେ ଇଂ ଅରଣ୍ୟା ଦାସ।ପ୍ଲାଜମା ସ୍କୋର ବୋର୍ଡ ଶ୍ରୀ ରଘୁପତି ସାହୁ ପରିଚାଳନା କରିଥିବା ବେଳେ  ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା ସ୍କୋର ସିଟ୍ ପରିଚାଳନା କରିଥିଲେ। ପରେ ପରେ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଶା ପୂର୍ବ ପ୍ରାନ୍ତର ଅଧ୍ୟକ୍ଷ ଶ୍ରୀ ସତ୍ୟବାଦୀ ଦାଶ,ମହା ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାରଣା, ପର୍ଯ୍ୟବେକ୍ଷକ ଶ୍ରୀମତୀ ପୌର୍ଣ୍ଣମାସୀ ଦାଶ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଶିକ୍ଷାବିତ ଶ୍ରୀ ହୃଷୀକେଶ ବେହୁରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ଦେଶ,ନିଜ ଜାତିର ଉନ୍ନତି ପାଇଁ ଦେଶ ସଂପର୍କରେ ଜ୍ଞାନ ଆହରଣର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ। କନିଷ୍ଠ ବର୍ଗର ପ୍ରତିଯୋଗିତାରେ ନିଳାଦ୍ରୀ ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଦ୍ବୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଏବଂ ବରିଷ୍ଠ ବର୍ଗରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଛାତ୍ର ଦ୍ବୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଉଭୟ ଦଳ ଆସନ୍ତା ଅକ୍ଟୋବର ମାସର ୩୦ ତାରିଖରେ ହେବାକୁ ଥିବା ପ୍ରାନ୍ତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାର ଉଭୟ ବର୍ଗରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳଙ୍କୁ ଟ୍ରଫି ସହ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରଚିତ ପୁସ୍ତକ ପୁରସ୍କାର ସ୍ଵରୂପ ଦିଆଯାଇଥିଲା। ଆବାହିକା ଭାବେ ଶ୍ରୀମତୀ ନିନାଦିନୀ ମହାନ୍ତି ସଭା ପରିଚାଳନା କରିଥିବା ବେଳେ ସଚିବ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଉପାଧ୍ୟକ୍ଷ ଶ୍ରୀ ମୂରଲୀଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ଧନୂଷ୍ ଧାରୀ ମିଶ୍ର, ଶ୍ରୀ ଦେବେନ୍ଦ୍ର ନାଥ ଦାଶ, ବୈଜ୍ଞାନିକ ଡଃ ବିଶ୍ଵେଶ୍ଵର ଦାଶ ଡ ପ୍ରଭାସିନୀ ବ୍ରହ୍ମା, ଅପର୍ଣ୍ଣା ଦାସ, ଅପର୍ଣ୍ଣା ସ୍ଵାଇଁ ପ୍ରମୁଖ ଙ୍କ ସମେତ ଶାଖାର ବହୁ ସଦସ୍ୟ ଏବଂ ପରିବାର ର କନ୍ୟା ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବନ୍ଦେ ମାତରଂ ସମୂହ ଗାନରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମଟି ସମସ୍ତଙ୍କ ସହଯୋଗରେ ଜାତୀୟ ସଙ୍ଗୀତ ସମୂହ ଗାନରେ ସଂପୂର୍ଣ୍ଣ ହୋଇଥିଲା।