What's Your Reaction?
Join our subscribers list to get the latest news, updates and special offers directly in your inbox
ଡ଼ମଣା ଟ୍ରାଫିକ୍ ସିଗ୍ନାଲ୍ରେ ପାତର ଅନ୍ତର, ୩୦ ବଦଳରେ ୧୦ ସେକେଣ୍ଟ୍
ଭୁବନେଶ୍ବର ୨୮/୬/୨୨(ଓମ): ଟ୍ରାଫିକ୍ କଟକଣା ନେଇ କମିଶନରେଟ୍ ପୁଲିସ୍ ଯେତିକି ତତ୍ପର ହୋଇ ଉଠିଛି। ଏବେ ସେହିପରିମାଣର ଟ୍ରାଫିକ୍ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନା ନେଇ ଟ୍ରାଫିକ୍ କଟକଣାରେ ପ୍ରଭାବ ଦେଖାଯାଉଥିଲା ବେଳେ ଅନେକ ସ୍ଥାନରେ ନିୟମ ନମାନି ଗାଡ଼ି ଚଲାଉଥିବା ଲୋକଙ୍କପ୍ରତି ଚେକିଂ କିଛି ଦିନ ହେବ ଠପ୍ ହୋଇଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ କରିବାନେଇ ବିଭିନ୍ନ ଛକରେ ପାରାଲାଲ୍ ସିଗ୍ନାଲ୍ ସିଷ୍ଟମ୍ କରାଯାଇଥିଲେ ମଧ୍ୟ ଏବେ ଡ଼ମଣା ଜନଗହଳି ଟ୍ରାଫିକ୍ ଛକରେ ଦେଖାଯାଇଛି ପାତର ଅନ୍ତର। ଓମଫେଡ଼୍ ଦିଗରୁ ଶୈଳଶ୍ରୀବିହାର କିମ୍ବା ପଟିଆ ଯାତାୟତ କରୁଥିବା ଜାନବାହାନ, ପଟିଆ ଦିଗରୁ ଓମଫେଡ଼୍ ଯାତାୟତ କରୁଥିବା ଗାଡ଼ି, ଶୈଳଶ୍ରୀବିହାର ଦିଗରୁ ନାଲକୋ ଯାତାୟତ କରୁଥିବା ଗାଡ଼ି ଗୁଡ଼ିକ ପାଇଁ ପାଖାପାଖି ୩୦ ସେକେଣ୍ଟରୁ ଅଧିକ ସମୟ ସିମା ନିର୍ଧାରଣ କରାଯାଇଥିବା ବେଳେ ଡ଼ମଣା ଦିଗରୁ ପଟିଆ ଶୈଳଶ୍ରୀବହିାର ଯାଉଥିବା ଗାଡ଼ି ଗୁଡ଼ିକୁ ମାତ୍ର ୧୦ ସେକେଣ୍ଟ୍ ସମୟ ଦିଆଯାଉଛି। ଫଳରେ ୧୦ ସେକେଣ୍ଟ୍ରେ ମାତ୍ର ୧୦ଟି ଗାଡ଼ି ଟ୍ରାଫିକ୍ ସିଗ୍ନାଲ୍ ଅତିକ୍ରମ କରିବାରେ ସଫଳ ହୋଇ ପାରୁଛି। ଯାହାନେଇ ଉକ୍ତ ଦିଗରେ ଗାଡ଼ି ଗୁଡ଼ିକ ଲମ୍ବା ଲାଇନ୍ ହୋଇ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଠିଆହେଉଥିବା ଦେଖିବାକୁ ମିଳୁଛି। ଅନ୍ୟ ପକ୍ଷରେ ଡ଼ମଣା ଗାଡ଼କଣ ଦୁଇ ଥାକିଆ ରାସ୍ତା ଏକ ପ୍ରକାର ଯାତାୟତପାଇଁ ଉପଯୋଗି ହୋଇଯାଇଥିବାରୁ ଉକ୍ତ ଦିଗଦେଇ ଶହଶହ ଗାଡ଼ି ଆସୁଛି। ମାତ୍ର ଡ଼ମଣା ଛକରେ ବିଳମ୍ବିତ ସମସୟ ପର୍ଯ୍ୟନ୍ତ ଅଟକିବା ନେଇ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି ଗାଡ଼ି ଚାଳକ। ସବୁ ଦିଗରୁ ସମାନ ସମୟ ଅର୍ଥାତ ୩୦ ସେକେଣ୍ଟରୁ ଅଧିକ ସମସୟ ଦିଆଗଲେ ଭଲ ହୁଅନ୍ତା ବୋଲି ସ୍ଥାନୀୟବାସିନ୍ଦା ଚନ୍ଦ୍ରଶେଖପୁର ଟ୍ରାଫିକ୍ ନିୟନ୍ତ୍ରଣ କାର୍ଯ୍ୟାଳୟରେ ନିବେଦ କରିଛନ୍ତି।
BIDYADHAR BARIK MADHU Feb 23, 2023 0 8791
BIDYADHAR BARIK MADHU Jun 24, 2023 0 12776
BIDYADHAR BARIK MADHU Mar 20, 2024 0 29350
BIDYADHAR BARIK MADHU Oct 18, 2024 0 27676
ଘରୋଇ ଡାକ୍ତରଖାନାରେ ଅଙ୍ଗ ଚୋରି ଅଭିଯୋଗ ନେଇ ତଦନ୍ତ ନିର୍ଦ୍ଦେଶ : Ommtv
BIDYADHAR BARIK MADHU Oct 6, 2023 0 32585
KISS Foundation changes the lives of 4 orphan sisters
BIDYADHAR BARIK MADHU Oct 23, 2024 0 23139
ଘରୋଇ ହସ୍ପିଟାଲରୁ ମାନସିକ ରୋଗୀ ନିଖୋଜ : Ommtv
BIDYADHAR BARIK MADHU Nov 11, 2024 0 48
KIIT Student Trishna Ray Crowned Miss Teen Universe 2024 in South Africa Odisha’s...
BIDYADHAR BARIK MADHU Apr 17, 2024 0 17562
ଭୋଟ ଦିଅନ୍ତୁ ନିଜର ଅଧିକାର ସାବ୍ୟସ୍ଥ କରନ୍ତୁ: ମଧୁର ବାଣୀ : Ommtv Round The Clock
BIDYADHAR BARIK MADHU Jul 26, 2024 0 28822
ରାଣୀ ମା’ଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଲା କଳିଙ୍ଗ ପାଇକ ସମାଜ : Ommtv Round The Clock
BIDYADHAR BARIK MADHU Aug 3, 2024 0 24811
ସାରେଗାମା ଓଡ଼ିଆର ଶୁଭାରମ୍ଭ : Ommtv Round The Clock
BIDYADHAR BARIK MADHU Jun 1, 2023 0 24727
Art of Giving
BIDYADHAR BARIK MADHU Nov 6, 2024 0 32187
ଆସନ୍ତା ୯ ରେ ନିଫ୍ ଭୁବନେଶ୍ବରର ସମାବର୍ତ୍ତନ ଉତ୍ସବ-୨୦୨୪ : Ommtv
BIDYADHAR BARIK MADHU Oct 11, 2024 0 31924
ବସ୍ତି ଆବାସ ମିଶନ ଫେଲ… ବସ୍ତିବାସିନ୍ଦା ଆବାସ ଘରନେଲେ ବସ୍ତିକୁ ଭଡ଼ାରେ ଲଗାଇଲେ : Ommtv