କଳାକାଦରେ ବିଶ୍ବ ଓଜୋନ୍‌ ଦିବସ ପାଳିତ : Ommtv

କଳାକାଦରେ ବିଶ୍ବ ଓଜୋନ୍‌ ଦିବସ ପାଳିତ : Ommtv

କଳାକାଦରେ ବିଶ୍ବ ଓଜୋନ୍‌ ଦିବସ ପାଳିତ : Ommtv

କଳାକାଦରେ ବିଶ୍ବ ଓଜୋନ୍‌ ଦିବସ ପାଳିତ : Ommtv

କରଂଜିଆ: କରଂଜିଆ ବ୍ଲକ ଅନ୍ତର୍ଗତ କଳକାଦସ୍ଥିତ ଏସ୍‌ଏସ୍‌ଆଇଟି ପଲିଟେକ୍‌ନିକ୍‌ଠାରେ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ୍‌ ସଦସ୍ଯ ଇଂ ସତ୍ୟନାରାୟଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଶ୍ବ ଓଜୋନ୍‌ ଦିବସ ଆୟୋଜିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବନ ବିଭାଗର କେନ୍ଦୁମୁଣ୍ଡି ସେକସନ୍‌ ଫରେଷ୍ଟର ଚନ୍ଦ୍ରଭାନୁ ମହାନ୍ତ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଓଜୋନ୍‌ ସ୍ତରର ଅସନ୍ତୁଳନତା ଯୋଗୁଁ ଜୀବଜଗତରେ ବହୁ ପ୍ରଭାବ ପକାଉଥିବାରୁ ସଚେତନତା ବହୁ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଅନୁଷ୍ଠାନର ଇଲେକ୍ଟ୍ରିକାଲ୍‌ ବିଭାଗ ମୁଖ୍ୟ ଇଂ ଯୁଧିଷ୍ଠିର ମହାନ୍ତ ନିଜ ବକ୍ତବ୍ୟରେ ଓଜୋନ୍ ସ୍ତରର ସୁରକ୍ଷା ବୃକ୍ଷରୋପଣ ଦ୍ବାରା ସମ୍ଭବ ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପିକା ଇଂ ଗାୟତ୍ରୀଦେବୀ ସେଠି ସଂଯୋଜନା କରିଥିବା ବେଳେ ପ୍ଲେସ୍‌ମେଣ୍ଟ ଇନ୍‌ଚାର୍ଜ୍‌ କୁନାଲ୍‌ ଚନ୍ଦ୍ର ମହାନ୍ତ,ଏକ୍ସଜାମ୍‌ ଇନ୍‌ଚାର୍ଜ୍‌ ଇଂ ବିଜୟିନୀ ମହାନ୍ତ,ବରିଷ୍ଠ ଅଧ୍ୟାପକ ଉତ୍ତମ କୁମାର ନାଏକ,ଇଂ ସୁଇଟି କିସ୍କୁ,ଇଂ ଶିବାନୀ ମହାନ୍ତ, ଇଂ ଯୋଗେଶ ଯୋଗେଶ ରଂଜନ ମହାନ୍ତ, ଇଂ ଭବାନୀ ଶଙ୍କର ପାତ୍ର,ନଗେନ୍‌ କୁମାର ବାରିକ,ଦୟାନିଧି ବେହେରା, ପ୍ରମୋଦ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ଓଜୋନ୍‌ ସ୍ତରର ସୁରକ୍ଷା ନିମନ୍ତେ ସଂକଳ୍ପ ନେଇଥିଲେ।