ରାଇରଙ୍ଗପୁର କେରଳା ପବ୍ଲିକ ସ୍କୁଲରେ ହିନ୍ଦୀ ଦିବସ ପାଳନ (ପାକ୍ଷିକ) : Ommtv

କଳାକାଦରେ ବିଶ୍ବ ଓଜୋନ୍‌ ଦିବସ ପାଳିତ: Ommtv

ରାଇରଙ୍ଗପୁର କେରଳା ପବ୍ଲିକ ସ୍କୁଲରେ ହିନ୍ଦୀ ଦିବସ ପାଳନ (ପାକ୍ଷିକ) : Ommtv

ରାଇରଙ୍ଗପୁର କେରଳା ପବ୍ଲିକ ସ୍କୁଲରେ ହିନ୍ଦୀ ଦିବସ ପାଳନ (ପାକ୍ଷିକ) : Ommtv

ରାଇରଙ୍ଗପୁର ସହରର ଅଶନବଣୀସ୍ଥିତ କେରଳା ପବ୍ଲିକ ସ୍କୁଲଠାରେ ହିନ୍ଦି ଦିବସ (ପାକ୍ଷିକ) ମହାସମାରୋହରେ ପଳନ ହୋଇପାରିଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳୀ ତ୍ରିପାଠୀ, ଉପପ୍ରଧାନ ଅଧ୍ୟାପିକା ଶ୍ରୀମତୀ ସାକ୍ର ଟୁଡୁ ତଥା ହିନ୍ଦି ବିଭାଗର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ପବିତ୍ର ଉତ୍ସବର ଶୁଭାରମ୍ଭ କରିଥିଲେ । ଶ୍ରୀମତୀ ତ୍ରିପାଠୀ ହିନ୍ଦି ଦିବସ ତଥା ହିନ୍ଦି ଭାଷାର ମହତ୍ତ୍ୱ ବିଷୟରେ ଅତ୍ୟନ୍ତ ଚିତାକର୍ଷକ ବକ୍ତବ୍ୟ ପ୍ରଦାନ କରିଥିଲେ । ହିନ୍ଦି ଦିବସର ଆୟୋଜକ ଶ୍ରୀମତୀ ସନ୍ତୋଷୀ ରାମ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ  ସାଧାରଣଜ୍ଞାନ ପ୍ରତିଯୋଗିତାର ଆୟୋଜନ କରିଥିଲେ । ହିନ୍ଦି ବିଭାଗର ଶିକ୍ଷକ ଶ୍ରଯୁକ୍ତ ଦେବାନନ୍ଦ ଝା, ତଥା ଶିକ୍ଷୟିତ୍ରୀ ନିକି ସିଂ, ହିନ୍ଦି ଭାଷାର ମହତ୍ତ୍ୱ ବିଷୟରେ ବର୍ଣ୍ଣନାକରି ହିନ୍ଦି ସାହିତ୍ୟର ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ମାନଙ୍କର ପ୍ରଶଂସା କରିଥିଲେ । କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ ହିନ୍ଦି ବିଭାଗର ଶିକ୍ଷୟିତ୍ରୀ କୁମାରୀ ସଙ୍ଗୀତା ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

ଯଶିପୁରରୁ ନିହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି କଳିଙ୍ଗ ବିକାଶ ନ୍ୟୁଜ୍‌