କଳିଙ୍ଗ ହସ୍ପିଟାଲ ଲିମିଟେଡ୍ ପକ୍ଷରୁ ୱାକାଥନ୍ ସହ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି : Ommtv

କଳିଙ୍ଗ ହସ୍ପିଟାଲ ଲିମିଟେଡ୍ ପକ୍ଷରୁ ୱାକାଥନ୍ ସହ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି : Ommtv

କଳିଙ୍ଗ ହସ୍ପିଟାଲ ଲିମିଟେଡ୍ ପକ୍ଷରୁ ୱାକାଥନ୍ ସହ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି : Ommtv

କଳିଙ୍ଗ ହସ୍ପିଟାଲ ଲିମିଟେଡ୍ ପକ୍ଷରୁ ୱାକାଥନ୍ ସହ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି : Ommtv
ବିଶ୍ୱ ହୃଦୟ ଦିବସ ପାଳନ ଅବସରରେ ଆୟୋଜିତ ଏହି ପଦଯାତ୍ରା ରାଲିରେ ୪୦୦ରୁ ଉର୍ଦ୍ଧ୍ୱ ଉତ୍ସାହି
ଯୋଗଦେଇ ଲୋକଙ୍କୁ ହୃଦୟ ସମ୍ବନ୍ଧୀୟ ରୋଗ ସମ୍ପର୍କରେ ସଚେତନ କରାଇଥିଲେ ।
ଭୁବନେଶ୍ୱର ସେପ୍ଟେମ୍ବର ୨୮, ୨୦୨୪ : ଓଡିଶାର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା କଳିଙ୍ଗ ହସ୍ପିଟାଲ ଲିମିଟେଡ୍ (କଐଖ)
ଭୁବନେଶ୍ୱର ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳନ ସହ ଲୋକଙ୍କୁ ହୃଦୟ ସମ୍ବନ୍ଧୀୟ ରୋଗ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏକ
ପଦଯାତ୍ରା (ୱାକାଥନ୍‌) ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହୃଦୟକୁ ସୁସ୍ଥ ରଖିବା ପାଇଁ ଶାରିରୀକ ବ୍ୟାୟାମ ବିଷୟରେ ଗୁରୁତ୍ୱ
ଦିଆଯାଇଥିଲା ।
“ଏହି ପଦଯାତ୍ରାରେ ଡାକ୍ତର, ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ହସ୍ପିଟାଲ ପରିସରରୁ ସକାଳ ୬.୦୦ ଘଟିକା
ଠାରୁ ପଦଯାତ୍ରା ଆରମ୍ଭ କରିଥିଲେ । ସ୍ଥାନୀୟ ସମୁଦାୟକୁ ଏକଜୁଟ କରିବା ପାଇଁ ଏହା ଏକ ପ୍ରୟାସ । କଳିଙ୍ଗ ହସ୍ପିଟାଲ ଉଭୟ ବୟସ୍କ ଏବଂ
ଶିଶୁଙ୍କ ଠାରେ ହୃଦ୍‌ରୋଗ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶୃତିବଦ୍ଧ ଏବଂ ଆମେ ବିଶ୍ୱାସ କରୁ ଯେ ସଚେତନତା ବୃଦ୍ଧି କରିବା
ନିରାକରଣର ସର୍ବୋ ମ ଉପାୟ ଅଟେ ।” ବୋଲି କହିଛନ୍ତି ଶ୍ରୀମତି ନିଲାଞ୍ଜନା ମୁଖେର୍ଜୀ, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା, କଳିଙ୍ଗ ହସ୍ପିଟାଲ
ଲିମିଟେଡ୍ ।


ସମାବେଶକୁ ସମ୍ବୋଧିତ କରି କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ ର ଚେୟାରମ୍ୟାନ ଡା. ଶୀତକଣ୍ଠ ଦାଶ କହିଛନ୍ତି ସାରା ବିଶ୍ୱରେ ଏବେ ହୃଦ୍‌
ଘାତରେ ମୃତ୍ୟୁ ଏକ ପ୍ରମୁଖ କାରଣ । ଏହି ପରି ଜନ ସଚେତନ କର୍ଯ୍ୟକ୍ରମ ଦ୍ୱରା ହିଁ ଲୋକମାନେ ନିଜ ହୃଦୟ ତଥା ଓ ସ୍ୱାସ୍ଥ୍ୟ ପାଇଁ ଯତ୍ନବାନ
ହେବେ । ଚାଲିବା ତଥା ଅନ୍ୟାନ୍ୟ ଶାରିରୀକ ବ୍ୟାୟାମ୍ ହିଁ ହୃଦ୍‌ଘାତର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ।
ଏହି ୱାକାଥନ୍ ଇଭେ , କଳିଙ୍ଗ ହସ୍ପିଟାଲ ଏବଂ ସ୍ଥାନୀୟ ଜନସମଦାୟକୁୁ ଏକତ୍ର କରି ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ପ୍ରୟାସ । ଉଭୟ
ବୟସ୍କ ଏବଂ ଶିଶୁଙ୍କ ପାଇଁ ହୃଦ୍‌ରୋଗ ଉପଚାରକୁ ପ୍ରୋତ୍ସାହିତ କରିବା ପାଇଁ କଳିଙ୍ଗ ହସ୍ପିଟାଲ ପ୍ରତିଶୃତିବଦ୍ଧ, ଏହି ଭଳି ସଚେତନତା
କାର୍ଯ୍ୟକ୍ରମ ହିଁ ସର୍ବେ ।ମ ଉପାୟ ବୋଲି ଆମେ ବିସ୍ୱାସ କରୁ, ଏହି ୱାକାଥନ୍‌ରେ କଳିଙ୍ଗ ହସ୍ପିଟାଲର ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡା. ସୁଦିପ୍ତ
ଆଚାର୍ଯ୍ୟ, ଡା. ଶୁଶାନ୍ତ ଶୈଳ ଏବଂ କାର୍ଡିଆକ୍ ସର୍ଜନ ଡା. ପଙ୍କଜ କୁମାର ମିଶ୍ର, ଡା. ଶୁଶାନ୍ତ କୁମାର ପାତ୍ର ଯୋଗ ଦେଇ ଉଦ୍‌ବୋଧନ
ଦେଇଥିଲେ ।
କଳିଙ୍ଗ ହସ୍ପିଟାଲ ସୁପରିଟେଣ୍ଡେ ୍ ଡାକ୍ତର ପି. କେ. ମିଶ୍ର କହିଛନ୍ତି, “ବ୍ୟାୟାମ କେବଳ ଫିଟ୍ ରହିବା ପାଇଁ ନୁହେଁ, ବରଂ ହୃଦୟକୁ ମଜଭୂତ
ରଖିବା ପାଇଁ ହୋଇଥାଏ । ୱାକାଥନ୍ ହେଉଛି ସମସ୍ତ ବର୍ଗର ଲୋକମାନଙ୍କୁ ସେମାନଙ୍କର ଦୈନନ୍ଦିନ ଜୀବନରେ ବ୍ୟାୟାମକୁ ଅନ୍ତର୍ଭୁକ୍ତ କରିବା
ପାଇଁ ଏକ ମଜାଦାର ଉପାୟ” କହିଛନ୍ତି ଶ୍ରୀ ଦେବୀ ପ୍ରସାଦ ନନ୍ଦ, ସିଓଓ, କଳିଙ୍ଗ ହସ୍ପିଟାଲ ।