ଏଣ୍ଡୋ‌କ୍ରାଇନ୍ ଡ଼ାକ୍ତର ସଂଘ ପକ୍ଷରୁ ଏକାଦଶ ବାର୍ଷିକ ସମ୍ମିଳନୀ ଉଦଘାଟିତ : Ommtv

ଏଣ୍ଡୋ‌କ୍ରାଇନ୍ ଡ଼ାକ୍ତର ସଂଘ ପକ୍ଷରୁ ଏକାଦଶ ବାର୍ଷିକ ସମ୍ମିଳନୀ ଉଦଘାଟିତ : Ommtv

ଏଣ୍ଡୋ‌କ୍ରାଇନ୍ ଡ଼ାକ୍ତର ସଂଘ ପକ୍ଷରୁ ଏକାଦଶ ବାର୍ଷିକ ସମ୍ମିଳନୀ ଉଦଘାଟିତ : Ommtv

ଏଣ୍ଡୋ‌କ୍ରାଇନ୍ ଡ଼ାକ୍ତର ସଂଘ ପକ୍ଷରୁ ଏକାଦଶ ବାର୍ଷିକ ସମ୍ମିଳନୀ ଉଦଘାଟିତ : Ommtv

: ଏଣ୍ଡୋକ୍ରାଇମ ଡ଼ାକ୍ତର ସଂଘ ପକ୍ଷରୁ ଆଜି ଏକ ତାରକା ହୋଟେଲରେ ଏକାଦଶ ବାର୍ଷିକ ସମ୍ମିଳନୀ ଅନୁ‌ଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟଅତିଥିଭାବେ ଯୋଗଦେଇ ସଂଘର ସଚେତନତା ଓ ନୂତନ ଜ୍ଞାନ ପ୍ରଦାନ କ‌ୌଶଳକୁ ପ୍ରଶଂସାକରିଥିଲେ। କ୍ରୀୟାଯୋଗ ଆଶ୍ରମର ପ୍ରତିଷ୍ଠାତା ସ୍ବାମୀ ଶଙ୍କରାନନ୍ଦ ଗିରି ସମ୍ମାନିୟ ଅତିଥିଭାବେ ଯେଗାଦେଇ କାର୍ଯ୍ୟକ୍ରମରେ ଉପସ୍ଥିତ ଡ଼ାକ୍ତରମାନଙ୍କୁ ଏପରି ସଚେତନା ଅଭିନବ କାର୍ଯ୍ୟକ୍ରମପାଇଁ ନିଜର କୃତଜ୍ଞତା ଜଣାଇଥିଲେ। ଅନୁ‌ଷ୍ଠିତ ସମ୍ମିଳନୀରେ ମେଦବହୁଳ, ମଧୁମେୟ ଓ ଥାଇରଏଡ଼ ରୋଗ ଉପଚାର ଏବଂ ଉଚିତ ଚିକିତ୍ସାନେଇ ଆଲୋଚନା କରାଯାଇଥିଲା। ଏହି ଅବସରରେ ଅନ୍ତସାର୍ବି‌ରୋଗଗୁଡ଼ିକ ବିଷୟରେ ଗବେଷକ ଡ଼ାକ୍ତରମାନେ ନିଜର ପ୍ରୋଜେକ୍ଟ ପ୍ରସ୍ତୁତ କରି ସମସ୍ତଙ୍କୁ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୨ଶହ ଡ଼ାକ୍ତର ଯୋଗଦେଇଥିଲେ। ତିନିଦିନ ଧରି ଚାଲୁଥିବା ଏହି ଉତ୍ସବରେ ଡ଼ାକ୍ତର ଛାତ୍ରଛାତ୍ରୀ, କନିଷ୍ଠ ଡ଼ାକ୍ତର, ବରିଷ୍ଠ ଡ଼ାକ୍ତର ଏବଂ ଗବେଷକ ଉପସ୍ଥିତରହି ଆଲୋଚନାରେ ଭାଗନେବେ। ଏହା ବ୍ୟତିର ୩୫ରୁ ଅଧିକ ପ୍ରଫେସର ବିଭିନ୍ନ ଅନ୍ତସାର୍ବି ରୋଗ ବିଷୟରେ ୱାନ୍ ଟୁ ୱାନ୍ ଆଲୋଚନା କରିବେ। ସମ୍ମିଳନୀ ପରିସରରେ ବିଭିନ୍ନ ପ୍ରକାର ପୋଷ୍ଟର ଶିବିର ଅନୁଷ୍ଠିହୋଇଥିଲା। ଯେଉଁଠାରେ ଡ଼ାକ୍ତରା ଛାତ୍ରମାନେ ନିଜର ଅଭ୍ୟାସଜାରି ରଖିଥିଲେ।  ଅନୁଷ୍ଠାନପକ୍ଷରୁ ଏକ ବାର୍ଷିକ ସ୍ମରଣିକା ଅତିଥିମାନଙ୍କ ଦ୍ବାର ଉନ୍ମ‌ୋଚନ କରାଯାଇଥିଲେ। ଆୟୋଜକ ଅନୁଷ୍ଠାନ ଅଧ୍ୟକ୍ଷ ଡ଼ା.ଏସଆର ପଟ୍ଟନାୟକ, ସଂଗଠନିକ ସମ୍ପାଦକ ଡ଼ା.ଦେବାର୍ଚ୍ଚନ ଜେନା, ସଂଘ ସମ୍ପାଦକ ଡ଼ା.ଜୟଶ୍ରୀ ସ୍ବାଇଁ ଓ ସହପାଠୀମାନେ କାର୍ଯ୍ୟକ୍ରମକୁ ପରିଚାଳନାକରିଥିଲେ। ପ୍ରତିଦିନ ଏହାର ବିଭିନ୍ନ ସେସନରେ ଡ଼ାକ୍ତରମାନେ ବର୍ତମାନର ରୋଗସ୍ଥିତି ଏବଂ ତା’ର ଉପଚାରନେଇ ଆଲୋଚନାକରିବେ।