Achyuta Samanta Receives National Recognition for Notable Contributions to the Health Sector : Ommtv
Achyuta Samanta Receives National Recognition for Notable Contributions to the Health Sector : Ommtv
Achyuta Samanta Receives National Recognition for Notable Contributions to the Health Sector : Ommtv
Bhubaneswar, Sept 29: Dr. Achyuta Samanta, Founder of KIIT, KISS and KIMS, has been awarded the ‘Iconic Healthcare Leader’ honour by the Association of Healthcare Providers India (AHPI). The award was presented during the second AHPI Leadership Convention held in Chennai on Sunday.Dr. Samanta received this accolade for his significant contributions to the healthcare sector in the country. The AHPI recognizes individuals in India who have made exemplary contributions to healthcare each year. This year, two recipients were honoured: Dr. Samanta and Dr. Prathap Reddy, Chairman of the Apollo Group, who also received the Iconic Leader award.Upon receiving the honour, Dr. Samanta expressed his gratitude to AHPI and emphasized that this recognition would inspire him to contribute even more to the healthcare field. He also thanked the selection committee, led by Dr. Vijay Agrawal, and AHPI Director General Dr. Girdhar J. Gyani, for choosing him for this prestigious award.
ସ୍ୱାସ୍ଥ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଅଚ୍ୟୁତ ସାମନ୍ତ ଜାତୀୟସ୍ତରରେ ସମ୍ମାନୀତ
ଭୁବନେଶ୍ୱର,୨୯ । ୯: କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆସୋସିଏସନ୍ ଅଫ୍ ହେଲ୍ଥକେୟାର ପ୍ରୋଭାଇଡର୍ସ (ଏଏଚ୍ପିଆଇ) ଇଣ୍ଡିଆ ପକ୍ଷରୁ ସମ୍ମାନଜନକ ଆଇକନିକ ହେଲଥକେୟାର ଲିଡର୍ ସମ୍ମାନ ପ୍ରଦାନ କରାଯାଇଛି । ରବିବାର ଚେନ୍ନଇଠାରେ ଅନୁଷ୍ଠିତ ଦ୍ୱିତୀୟ ଏଏଚ୍ପିଆଇ ଲିଡରସିପ୍ ଅଧିବେଶନରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏଏଚ୍ପିଆଇ ପକ୍ଷରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଦାହରଣୀୟ କାର୍ଯ୍ୟ କରିଥିବା ଭାରତୀୟ ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ। ଚଳିତବର୍ଷ ଏଏଚ୍ପିଆଇ ପକ୍ଷରୁ ଦୁଇ ଜଣଙ୍କୁ ସମ୍ମାନୀତ କରାଯାଇଛି । ଅଚ୍ୟୁତ ସାମନ୍ତଙ୍କ ବ୍ୟତୀତ ଆପୋଲୋ ଗ୍ରୁପ୍ ଅଧ୍ୟକ୍ଷ ଡା. ପ୍ରତାପ ରେଡ୍ଡୀଙ୍କୁ ଆଇକନିକ ଲିଡର ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ପାଇବା ପରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ଅଧିକ କାର୍ଯ୍ୟ କରିବାକୁ ଉତ୍ସାହ ମିଳିଥାଏ ବୋଲି ଶ୍ରୀ ସାମନ୍ତ କହିବା ସହ ଏଏଚ୍ପିଆଇକୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ତାଙ୍କୁ ଏହି ସମ୍ମାନ ପାଇଁ ଚୟନ କରାଯାଇଥିବାରୁ ଚୟନ କମିଟି ମୁଖ୍ୟ ଡା ବିଜୟ ଅଗ୍ରୱାଲ ଓ ଏଏଚ୍ପିଆଇ ମହାନିର୍ଦ୍ଦେଶକ ଡା. ଗିରିଧର ଜ୍ଞାନୀଙ୍କୁ ଶ୍ରୀ ସାମନ୍ତ ନିଜର କୃତଜ୍ଞତା ଜଣାଇଛନ୍ତି ।