ସୃଷ୍ଟି ଏକାଡେମିରେ ରାଜ୍ୟସ୍ତରୀୟ ସୃଷ୍ଟି ଡିଏସ୍ ମେମୋରିଆଲ କୁଇଜ୍ ଓ ପ୍ରୋଜେକ୍ଟ ପ୍ରତିଯୋଗିତା
ସୃଷ୍ଟି ଏକାଡେମିରେ ରାଜ୍ୟସ୍ତରୀୟ ସୃଷ୍ଟି ଡିଏସ୍ ମେମୋରିଆଲ କୁଇଜ୍ ଓ ପ୍ରୋଜେକ୍ଟ ପ୍ରତିଯୋଗିତା
ସୃଷ୍ଟି ଏକାଡେମିରେ ରାଜ୍ୟସ୍ତରୀୟ ସୃଷ୍ଟି ଡିଏସ୍ ମେମୋରିଆଲ କୁଇଜ୍ ଓ ପ୍ରୋଜେକ୍ଟ ପ୍ରତିଯୋଗିତା

ଚନ୍ଦ୍ରଶେଖରପୁର, ୮/୨(ଇମିସ) : ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି ଏବଂ ଦିଲୀପ ଶତ ପଥୀ ମେମୋରିଆଲ ଟ୍ରଷ୍ଟଙ୍କ ମିଳିତ ଆନୁକୂଳ୍ୟରେ ଦିଲୀପ ଶତପଥି ମେମୋରିଆଲ କୁଇଜ୍ ଏବଂ ପ୍ରୋଜେକଟ ପ୍ରତିଯୋଗିତା ୨୦୨୬ ଆଜି ସଫଳତାର ସହିତ ଉଦ୍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଗ୍ରାଣ୍ଡ୍ ଫାଇନାଲରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଇଆର୍ସିର ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ଟ୍ରଷ୍ଟର ଅଧ୍ୟକ୍ଷ ଦୀନବନ୍ଧୁ ଶତପଥୀ ଏବଂ ସୃଷ୍ଟି ଏକାଡେମିର ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ଦାସ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଜେନା ଅନୁଷ୍ଠାନର ଏଭଳି ଆୟୋଜନକୁ ପ୍ରଶଂସା କରିଥିଲେ ଏବଂ ଏପରି ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଅଧିକ ପରିମାଣରେ କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟର ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ତିନି ବର୍ଷର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ରେଭେନ୍ସା ବିଶ୍ୱବିଦ୍ୟାଳୟର ଅମ୍ଲାନ ଦାସ ଓ ପିୟୁଷ ଶର୍ମା ଗ୍ରାଣ୍ଡ୍ ଫାଇନାଲରେ ବିଜେତା ହୋଇଥିଲେ। ସମସ୍ତ ସଫଳ ପ୍ରତିଯୋଗୀଙ୍କୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଶ୍ରେୟା ଦେୟ ଓ ଜୟଶ୍ରୀ ଖିଲାର ପ୍ରଥମ ରନର୍ସଅପ୍, ନୟାଗଡ଼ ସ୍ୱୟଂଶାସିତ କଲେଜର ସୂର୍ଯ୍ୟ ପ୍ରକାଶ ପାଣ୍ଡା ଓ ପ୍ରତୀକ ମିଶ୍ର ଦ୍ୱିତୀୟ ରନର୍ସଅପ୍, ଉଦୟନାଥ କଲେଜ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଅନିର୍ବାଣ ମହାନ୍ତି ଓ ବିଶ୍ୱଜିତ ମିଶ୍ର ତୃତୀୟ ରନର୍ସଅପ୍, ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ନିତୀଶ କୁମାର ସାହୁ ଓ ମିଲନ କୁମାର ଜେନା ଚତୁର୍ଥ ରନର୍ସଅପ୍ ଏବଂ ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଏସ୍କେ ସର୍ତାଜ ଓ ସତ୍ୟଜୀତ ଚକ୍ରବର୍ତ୍ତୀ ପଞ୍ଚମ ରନର୍ସଅପ୍ ହୋଇଥିଲେ ଏବଂ ପ୍ରୋଜେକ୍ଟ ପ୍ରତିଯୋଗିତାରେ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ଚିନ୍ମୟୀ ରାଉତ ଚ୍ୟାମ୍ପିଅନ୍, ରେଭେନ୍ସା ବିଶ୍ୱବିଦ୍ୟାଳୟର ଦେବୀ ପ୍ରସାଦ ମିଶ୍ର ପ୍ରଥମ ରନର୍ସଅପ୍, ପଞ୍ଚାୟତ ଡିଗ୍ରୀ କଲେଜ, ବରଗଡ଼ର ଆଶିଷ କୁମାର ସାହୁ ଦ୍ୱିତୀୟ ରନର୍ସଅପ୍ ଏବଂ ସେଞ୍ଚୁ ରିଅନ୍ ବିଶ୍ୱବିଦ୍ୟାଳୟର ଅରିନ୍ଦମ ମହାନ୍ତି ତୃତୀୟ ରନର୍ସଅପ୍ ହୋଇଥିଲେ।

ଅନୁଷ୍ଠାନର ଡିନ୍ (ପ୍ଲେସମେଣ୍ଟ) ପ୍ରଫେସର ଗଙ୍ଗାଧର ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ। ଅନୁଷ୍ଠାନର ଏମ୍ବିଏ ବିଭାଗୀୟ ମୁଖ୍ୟ ପ୍ରଫେସର ଜାକି ସମୀର ଖାନ, ନିର୍ମଳ ରାଉତରାୟ, ଧର୍ମ କୁମାର ରାଉତ, ଜିତେନ୍ଦୁ ନନ୍ଦ, କଲ୍ୟାଣୀ ସେନାପତି, ଦ୍ରୌପଦୀ ମିଶ୍ର, ହେମନ୍ତ କୁମାର ପଟ୍ଟନାୟକ, ସନ୍ଧ୍ୟାଦର୍ଶନ ଦାଶ, ସନ୍ଧ୍ୟାରାଣୀ ବେହେରା, ଭାନୁଶ୍ରୀ ଜେନା ଏବଂ ଆଲୋକ ଜାଟି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
