ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରେ ଭେକ୍ଟ ଛାତ୍ର ପାଠାଗାର ଉଦ୍ଘାଟିତ
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରେ ଭେକ୍ଟ ଛାତ୍ର ପାଠାଗାର ଉଦ୍ଘାଟିତ
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରେ ଭେକ୍ଟ ଛାତ୍ର ପାଠାଗାର ଉଦ୍ଘାଟିତ
ଭୁବନେଶ୍ୱର,୧୩ା୭ ଗାଡକଣ ସ୍ଥିତ ଆଦିମାତା କଲୋନୀ ସରସ୍ୱତୀ ଶିଶୁ
ବିଦ୍ୟା ମନ୍ଦିରରେ ବିକାଶ ଏଜୁକେସନାଲ ଚ୍ୟାରିଟେବୁଲ ଟ୍ରଷ୍ଟ(ଭେକ୍ଟ) ପକ୍ଷରୁ
ଭେକ୍ଟ ଛାତ୍ର ପାଠାଗାରର ଶୁଭ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଟ୍ରଷ୍ଟର ନିର୍ଦ୍ଦେଶକ ମାନସ ରଞ୍ଜନ ତ୍ରପାଠୀ ଅତିଥି
ପରିଚୟ ପ୍ରଦାନ କରିବା ସହ ପାଠାଗାର ପ୍ରତିଷ୍ଠାର ମୂଳ ଆଭିମୁଖ୍ୟ ଓ ଲକ୍ଷ
ସମ୍ପର୍କରେ ସୂଚନା ଦେଇ କହିଥିଲେ ଡିଜିଟାଲ ଯୁଗରେ ପୁସ୍ତକର ମହତ୍ତ୍ୱକୁ ବଜାୟ
ରଖିବା, ଛାତ୍ଛାତ୍ରୀଙ୍କ ମଧ୍ୟରେ ପାଠପଢାର ଅଭ୍ୟାସ ସୃଷ୍ଟି କରିବା,
ଭିତ୍ତିଭୂମି ସ୍ତରର ସାକ୍ଷରତା ଅଭାବ ଦୂର କରିବା ଏବଂ ରଙ୍ଗିନ ଓ ଆକର୍ଷଣୀୟ
ପୁସ୍ତକ ମାଧ୍ୟମରେ ଶିଶୁମାନଙ୍କର କଳ୍ପନା ଶକ୍ତି , ସୃଜନଶୀଳତା, ଭାଷା ଦକ୍ଷତାର
ବିକାଶ କରିବା ଟ୍ରଷ୍ଟ ମୂଳ ଉଦ୍ଦେଶ୍ୟ ରହିଛି । ଏବଂ ପଢ-ଶିଖ-ନେତୃତ୍ୱ ନିଅ
ବାର୍ତ୍ତା ରହିଛି ।

ପୂର୍ବତନ ଆୟକର ମୁଖ୍ୟ ଆୟୁକ୍ତ ପ୍ରଫୁଲ କୁମାର ଦାଶଙ୍କ ସଭାପତିତ୍ୱରେ
ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଟ୍ରଷ୍ଟର ଅଧ୍ୟକ୍ଷ ସୁଭାଷ
ଚନ୍ଦ୍ର ଚୌଧୁରୀ, ମୁଖ୍ୟ ବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ
ବିଶିଷ୍ଟ ଶିଶୁ ସାହିତ୍ୟିକ ଦାସ ବେନହୁର, ସମ୍ମାନିତ ଅତିଥି ଭାବେ ଓଡିଶା
ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ତଥା ଗାଳ୍ପିକ ପରେଶ
କୁମାର ପଟ୍ଟନାୟକ ଯୋଗଦେଇ ଶିଶୁମାନଙ୍କ ମଧ୍ୟରେ ଓଡିଆ ଭାଷା, ସାହିତ୍ୟର
ବିକାଶ ଏବଂ ଚିନ୍ତାଶୀଳ ପଠନ ଉପରେ ଗୁରୁତ୍ୱ ଦେବା ସହ ଛାତ୍ଛାତ୍ରୀଙ୍କ
ମଧ୍ୟରେ କୌତୁହଳ ଓ କଳ୍ପନା ଶକ୍ତି ବୃଦ୍ଧି କରିବାରେ ପୁସ୍ତକର ଭୂମିକା ଉପରେ
ଆଲୋକପାତ କରିଥିଲେ । ନେଲସନ ମଣ୍ଡେଲାଙ୍କ ବାଣୀ ଶିକ୍ଷା ହେଉଛି ସବୁଠାରୁ
ଶକ୍ତିଶାଳୀ ଅସ୍ତ୍ର ଏବଂ ସନାତନ ଉକ୍ତି ବିଦ୍ୟା ଦଦାତି ବିନୟଂ ର ଅବତାରଣା କରି
ପୁସ୍ତକକୁ ଜୀବନର ସର୍ବୋତ୍ତମ ବନ୍ଧୁ ବୋଲି ଅଭିହିତ କରିଥିଲେ । ଅନ୍ୟ ଅତିଥି
ମାନଙ୍କ ମଧ୍ୟରେ ଟ୍ରଷ୍ଟର ଅନ୍ୟତମ ନିର୍ଦ୍ଦେଶକ ବିକାଶ ବିହାରୀ ବିଶ୍ୱାଳ, ଦୀନବନ୍ଧୁ
ନନ୍ଦ, ଶିକ୍ଷାବିତ୍ ନନ୍ଦ କିଶୋର ସାହୁ, ଶାନ୍ତି ସୁଧା କାନୁନଗୋ,ପ୍ରଫୁଲ କୁମାର ଦାସ,
ସୁମନ୍ତ ନନ୍ଦୀ, ବସନ୍ତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଦାନ
ଆଚାର୍ଯ୍ୟ ଦୀପ୍ତିମୟ ରଥ ଏହି ପାଠାଗାର ଦ୍ୱାରା ଶିଶୁ ମାନଙ୍କର ମାନସିକ
ବିକାଶ ଘଟିବ ବୋଲି କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
