ପଟିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ
ପଟିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ
ପଟିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ
: ପଟିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଦୈନିକ ଖବରକାଗଜ ‘ସକାଳ ସାଥୀ’ ର ସଂପାଦକ ପ୍ରସନ୍ନ କୁମାର ଦାସ, ସମ୍ବାଦର ସାମ୍ବାଦିକ ବିଦ୍ୟାଧର ବାରିକ ଅତିଥି ଭାବେ ଯୋଗଦାନ କରି ଶ୍ରୀକୃଷ୍ଣଙ୍କ ଜୀବନୀ ଓ ଜନ୍ମାଷ୍ଟମୀର ମହତ୍ଵ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ବିଦ୍ୟାଳୟର ସଭାପତି ସୁବାସ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସାଂସ୍କୃତିକ ପ୍ରତିଯୋଗିତା ପାଇଁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ସଂପାଦକ ବିଜୟ କୁମାର ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର କଳାତ୍ମକ ଗୁଣକୁ ପ୍ରାଶଂସା କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଧକ୍ଷ ରାଜେଶ କୁମାର ପାଣି ଶ୍ରୀକୃଷ୍ଣଙ୍କ ଜୀବନ ଓ ଶିକ୍ଷା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଜନ୍ମାଷ୍ଟମୀ ଉତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗୁରୁମା’ ଜୟଶ୍ରୀ ପରିଡା ପରିଚାଳନା କରିଥିଲେ। ବିଦ୍ୟାଳୟରେ ନୃତ୍ୟ,ଏକକ ଅଭିନୟ, ନାଟକ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ ରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ।ଗୁରୁମା ସୁଚରିତା ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଅନ୍ୟ ଗୁରୁଜୀ ଗୁରୁମା’ମାନେ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ମହେଶ୍ଵର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

