କିସ୍‌ରେ ଦଶହଜାର ଶିକ୍ଷାର୍ଥୀଙ୍କ ପରୀକ୍ଷା କେନ୍ଦ୍ର 

କିସ୍‌ରେ ଦଶହଜାର ଶିକ୍ଷାର୍ଥୀଙ୍କ ପରୀକ୍ଷା କେନ୍ଦ୍ର 

କିସ୍‌ରେ ଦଶହଜାର ଶିକ୍ଷାର୍ଥୀଙ୍କ ପରୀକ୍ଷା କେନ୍ଦ୍ର 

କିସ୍‌ରେ ଦଶହଜାର ଶିକ୍ଷାର୍ଥୀଙ୍କ ପରୀକ୍ଷା କେନ୍ଦ୍ର 

Kalinga Vikas: ସମ୍ବାଦ ପକ୍ଷରୁ ଆନୁଷ୍ଠିତ ଭାଷାଜ୍ଞାନ, ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗୀତାରେ ଆଜି କିସ୍ ପରୀକ୍ଷା କେନ୍ଦ୍ରରେ ପ୍ରାୟ ଦଶହଜାର ଶିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଆଖାପାଖ ଅଞ୍ଚଳର ପ୍ରାୟ ୧୦ରୁ ଅଧିକ ଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ଏହି ପ୍ରତିଯୋଗୀତାରେ ଭାଗନେଇ ନିଜର ଦକ୍ଷତା ପର୍ଦଶନ କରିଛନ୍ତି। ସକାଳ ଦଶଟାରେ ଆରମ୍ଭ ହୋଇଥିବା ଏହି ପରୀକ୍ଷାରେ କିସ୍ ମେଗା ଡ଼ାଇର୍ନିଂରେ ୫ହଜାର ପ୍ରାଇମେରୀ ସ୍କୁଲ ଛାତ୍ର ଛାତ୍ରୀ ଯୋଗଦେଇ ଚିତ୍ର ପ୍ରତିଯୋଗିତାରେ ଭାଗନେଇଥିଲେ। ଯେଉଁମାନଙ୍କୁ ଉତ୍ସାହିତ କରିବା ଉଦ୍ୟେଶରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଚିତ୍ରଶିଳ୍ପୀମାନଙ୍କ ଗହଣରେ ବୁଲି ସେମାନେ ଆଙ୍କୁଥିବା ଚିତ୍ରଗୁଡ଼ିକୁ ଦେଖିଥିଲେ। ସେହିଭଳି କିସ୍ ଏକାଡ଼େମିକ ବିଲଡ଼ିଂରେ ହସ୍ତାକ୍ଷର ପରୀକ୍ଷା ପାଇଁ ପ୍ରାୟ ଅଢ଼େଇ ହଜାର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଅନ୍ୟ ଏକ ବିଲଡ଼ିଂରେ ଅଢ଼େଇ ହଜାର ଛାତ୍ର ଛାତ୍ରୀ ଭାଷାଜ୍ଞାନ ପରୀକ୍ଷା ଦେଇଥିଲେ।

ଯେଉଁମାନଙ୍କ ମଧ୍ୟରୁ ହସ୍ତାକ୍ଷରରେ ପ୍ରଥମସ୍ଥାନରେ କିସ ସ୍କୁଲର ସପ୍ତମ ଶ୍ରେୀଣୀ ଛାତ୍ର ରାହେଲ ହାଁସଦାଃ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀ ମାଧବୀ କିଷାନ ଉତ୍ତିନ୍ନ ହୋଇଥିଲେ । ସେହିଭଳି ଦ୍ବୀତିୟ ସ୍ଥାନରେ ସପ୍ତମ ଶ୍ରେୀଣୀର ଛାତ୍ରୀ ଶୁଭଶ୍ରୀ ନାଏକ ଓ ‌ଷଷ୍ଠ ଶ୍ରେଣୀର ଆସଲିନ୍ ଟପ୍ପୋ  ଉତ୍ତିନ୍ନ ହୋଇଥିବା ବେଳେ ତୃତୀୟ ସ୍ଥାନରେ ଷଷ୍ଠ ଶ୍ରେଣୀର ସଚିନ ବାଗେ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ନୀଳାଦିବିହାର ଅଷ୍ଟମ ଶ୍ରେଣୀର ଛାତ୍ର ଶ୍ରୀହାନ ମହଲା ବିଜୟ ହୋଇଥିଲେ।

ଚିତ୍ରାଙ୍କନରେ ପ୍ରଥମ ସ୍ଥାନରେ କିସ ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ରୀ ସବିତା ଶବର ଓ ପଞ୍ଚମ ଶ୍ରେଣୀ ଛାତ୍ରୀ ମଲିକା ମୁଣ୍ଡା ଉତ୍ତିନ୍ନ ହୋଇଥିଲେ। ଦ୍ବୀତିୟ ସ୍ଥାନରେ ତୃତୀୟ ଶ୍ରେଣୀ ଛାତ୍ରୀ ମନିଷା ସିଙ୍କୁ ଓ କିଟ୍ ପବ୍ଲିକ୍ ସ୍କୁଲ ତୃତୀୟ ଶ୍ରେଣୀ ଛାତ୍ରୀ ସାନଭି ପ୍ରିୟଦର୍ଶିନୀ ଉତ୍ତିନ୍ନ ହୋଇଥିବା ବେଳେ ତୃତୀୟ ସ୍ଥାନରେ କିସ୍ ସ୍କୁଲ ପଞ୍ଚମ ଶ୍ରେଣୀ ଛାତ୍ର ଉଲ୍ଲାସ ବଡ଼ନାୟକ ଓ ପଞ୍ଚମ ଶ୍ରେଣୀ ଛାତ୍ରୀ ନିହରିକା ନାଏକ ବିଜୟ ହୋଇଥିଲେ।

ଭାଷାଜ୍ଞାନ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନରେ ନବମ ଶ୍ରେଣୀ ଛାତ୍ରୀ ରଶ୍ମିରାଣୀ ହେମ୍ବ୍ରମ ଓ ନବମ ଶ୍ରେଣୀ ଛାତ୍ର ଲକ୍ଷ୍ମଣ ହାଁସଦାଃ ଉତ୍ତିନ୍ନ ହୋଇଥିଲେ। ଦ୍ବୀତିୟ ସ୍ଥାନରେ ଦଶମ ଶ୍ରେଣୀ ଛାତ୍ରୀ ତନୁରାଣୀ ନାୟକ ଓ ନବମ ଶ୍ରେଣୀ ଛାତ୍ର ନନ୍ଦରାଜ ମଳିକ ଉତ୍ତିନ୍ନ ହୋଇଥିବା ବେଳେ ତୃତୀୟ ସ୍ଥାନରେ ନବମ ଶ୍ରେଣୀ ଛାତ୍ରୀ ବର୍ଷାରାଣୀ ଧରୁଆ ଓ ନବମ ଛାତ୍ରୀ ଡ଼ିମ୍ପଲ ଗଣ୍ଡ ବିଜୟ ହୋଇଥିଲେ। ବିଜୟୀ ପ୍ରତିଯୋଗୀମାନଙ୍କୁ ବିଚାରକ ଓ କିସ୍ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତୀମାନେ ପ୍ରମାଣପତ୍ର ଏବଂ ପୁରସ୍କାର ବିତରଣକରି ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବାଦ’ର ସାମ୍ବାଦିକ ବିଦ୍ୟାଧର ବାରିକ କେନ୍ଦ୍ର ଦାୟୀତ୍ବରେ ରହି ପରୀକ୍ଷା ପରିଚାଳନା କରିଥିଲେ। କିସ୍ ସ୍କୁଲ ପକ୍ଷରୁ ବସନ୍ତ ବେହେରା, ଦେବେନ୍ଦ୍ର ସ୍ବାଇଁ ଓ ସୁକାନ୍ତ କୁମାର ସ୍ବାଇଁ ସହଯୋଗ କରିଥିଲେ। କିସ୍ ପରୀକ୍ଷା କେନ୍ଦ୍ରରେ ମୁଲ୍ୟାୟନ କରିବା ନି‌ମନ୍ତେ ପ୍ରାକାଶ କୁମାର ବେହେରା, ଗୀତାଞ୍ଜଳୀ ପଣ୍ଡା, ନୟନାବାଳା ରାୟ, ପ୍ରମୀଳାବାଳା ରାୟ, ଉମାନ୍ତ ମହାନ୍ତି, ଉମାକାନ୍ତ ମିଶ୍ର, ସ୍ବାଗତୀକା ପରିଡ଼ା, ସନ୍ଧ୍ୟାରାଣୀ ହୋତା, ଝିଲୀଲତା ଜେନା, ରଞ୍ଜିତା ମହାପାତ୍ର, ପ୍ରିୟଙ୍କା ଚକ୍ର, ମଧୁସ୍ମିତା ପରିଡ଼ା, ସୁବ୍ରତ ମହଲା, ରଣଜିତ୍ ପାଣି, ସ୍ନେହଁଲତା ମଙ୍ଗରାଜ, ମଧୁସ୍ମିତା ପାଣି, ମୋନାଲିସା ରୟ ଶିକ୍ଷକ ଶିକ୍ଷୟତ୍ରୀମାନ‌େ ସହଯୋଗ କରିଥିଲେ।