ଓଡ଼ିଶା ଲଲିତ କଳା ଏକାଡ଼େମୀ : Ommtv

ଓଡ଼ିଶା ଲଲିତ କଳା ଏକାଡ଼େମୀ : Ommtv

ଓଡ଼ିଶା ଲଲିତ କଳା ଏକାଡ଼େମୀ : Ommtv

ଓଡ଼ିଶା ଲଲିତ କଳା ଏକାଡ଼େମୀ : Ommtv

ଓଡ଼ିଶା ଲଲିତ କଳା ଏକାଡ଼େମୀ ,ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ବୁଦ୍ଧ ଆର୍ଟ ଗ୍ୟାଲେରୀ ଭୁବନେଶ୍ଵର ଠାରେ ହୋଇଯାଇଅଛି ପାରମ୍ପରିକ କାଗଜ ମୁଖା, ଗୋବର କଣ୍ଢେଇ ଓ କାଠ କାଣ୍ଢେଇ ଶିଳ୍ପୀଙ୍କୁ ନେଇ ଏକ ନାରୀ ଶିଳ୍ପୀ ଶିବିର, ଏହି ଶିବିରରେ ୩୧ ଜଣ ମହିଳା ଶିଳ୍ପୀ ମାନେ ଅଂଶଗ୍ରହଣ କରିଛନ୍ତି। ଏହି ଉତ୍ସବର ଅତିଥି ଭାବେ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ ଓ ଏକାଡ଼େମୀ ସଭାପତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟାକ ଯୋଗ ଦେଇ ଶିବିର କୁ ଉଦ୍‌ଘାଟନ କରିଥିଲେ । ପାରମ୍ପରିକ କଳାରୁ ଆଧୁନିକ କଳା ବଳିଷ୍ଟ ହୋଇଥାଏ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥି ମାନଙ୍କ ପରିଚୟ ପ୍ରଦାନ ପୂର୍ବକ ଶିବିର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ୪ ଦିନ ଧରି ଆୟୋଜିତ ଏହି ଶିବିରରେ ଶିଳ୍ପୀମାନେ ପାରମ୍ପରିକ କାଗଜ ମୁଖା ,ଗୋବର କଣ୍ଢେଇ ଓ କାଠ କଣ୍ଢେଇ ଗୁଡିକ ପ୍ରସ୍ତୁତ କରିବା ସହ ଦର୍ଶକ ମନେ ଏଗୁଡିକର ପ୍ରସ୍ତୁତି ପ୍ରଣାଳୀକୁ ଦେଖିପାରିବେ । କଳା ଛାତ୍ରଛାତ୍ରୀ ମନେ ମଧ୍ୟ ଏଥିରୁ ଶିକ୍ଷାଲାଭ କରି ନିଜ ସୃଜନଶୀଳ କଳାକୃତିରେ ବିନିଯୋଗ କରିପାରିବେ । ଶିବିରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସ୍ଵତନ୍ତ୍ର ଶୈଳୀରେ କାଗଜ ମୁଖା, ଗୋବର କଣ୍ଢେଇ ଓ କାଠ କଣ୍ଢେଇ ଗୁଡିକ ଶିଳ୍ପୀମାନେ ଗଠନ କରିବେ । ଏହି ଶିବିର ମାର୍ଚ୍ଚ୨୪ ତାରିଖ ପର୍ଯ୍ୟନ୍ତ ପ୍ରତେହ ସକାଳ୧୦ଟା ରୁ ସନ୍ଧ୍ୟା ୬ .ଟା ପର୍ଯ୍ୟନ୍ତ ଦର୍ଶକଙ୍କ ଦେଖିବାପାଇଁ ଖୋଲା ରହିବା ।