ରଜ ମହୋତ୍ସବ ଅବସରରେ ମେଧାବୀ ଙ୍କୁ ସମ୍ବର୍ଦ୍ଧନା ଓ ବନ୍ଧୁମିଳନ:Ommtv Kalinga Vikas
ରଜ ମହୋତ୍ସବ ଅବସରରେ ମେଧାବୀ ଙ୍କୁ ସମ୍ବର୍ଦ୍ଧନା ଓ ବନ୍ଧୁମିଳନ:Ommtv Kalinga Vikas
ରଜ ମହୋତ୍ସବ ଅବସରରେ ମେଧାବୀ ଙ୍କୁ ସମ୍ବର୍ଦ୍ଧନା ଓ ବନ୍ଧୁମିଳନ:Ommtv Kalinga Vikas
ଫୁଲନଖରା ଅଂଚଳ ର ମର୍ଣିଂ ଟି ଫେଷ୍ଟ ଓ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସହଯୋଗ ଓଡିଶା ପକ୍ଷରୁ ଉତ୍କଳୀୟ ପରମ୍ପରା ର ଗଣପର୍ବ "ରଜଉତ୍ସବ"ଅବସରେ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଯାଇଛି। ସହ ଯୋଗ ଓଡିଶା ର ସଭାପତି ଗଣେଶ ପ୍ରସାଦ ଦାଶ ଙ୍କ ପୌରୋହିତ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ତଥା ଆଧ୍ୟ୍ୟତ୍ମିକ ପତ୍ରିକା ''ଦିବ୍ୟାଲୋକ ସନ୍ଧାନେ"ର ସମ୍ପାଦକ ଡକ୍ଟର ଶରତ କୁମାର ରଥ ଯୋଗ ଦେଇ ଆଧୁନିକ ତା ଭିତରେ ରଜ ଗ୍ରାମୀଣ ପରିବେଶ ରୁ ହଜି ଯାଉ ଥିବା ବେଳେ ଅନୁଷ୍ଠାନ ତରଫରୁ ଏଭଳି ଏକ ଆୟୋଜନ ପରିଣତ ବୟସ ରେ ଆମ ମାନଙ୍କୁ ପୁଣି ରଜ ଅନ୍ୟ ମନସ୍କା କରାଇ ବାରେ ସାହାଯ୍ୟ କରୁଛି ବୋଲି ମତ ପ୍ରକାଶ କରିଥିଲେ। ଆଧ୍ୟ୍ୟାତ୍ମକ ସ୍ତମ୍ବକାର ଶ୍ରୀ ସନ୍ୟାସୀ ଜୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମାଟି ମା ଓ ମେଘ ର ମହା ମିଳନ ପର୍ବ ରଜ ବୋଲି ଅଭିହିତ କରିବା ସହ ରଜ ଉତ୍ସବ ବିଷୟରେ ଅଭିଭାଷଣ ରଖି ଥିଲେ। ସାମ୍ମାନିତ ଅତିଥି ରୂପେ ସମାଜ ସେଵୀ ସ୍ୱାଧୀନ ଚେତା ମହାନ୍ତି ଓ ଆଞ୍ଚଳିକ ଶାନ୍ତି କମିଟି ର ସମ୍ପାଦକ ସୁରେନ୍ଦ୍ର ମହାପାତ୍ର ଶିକ୍ଷାବିତ ଆରତୀ ପଣ୍ଡା ଆଇନଜିବୀ ଦିଲ୍ଲୀପ ମହାରଣା ଓ ସାମ୍ବାଦିକ ରମେଶ ପ୍ରଧାନ ପ୍ରମୁଖ ଯୋଗ ଦେଇ ଉତ୍କଳୀୟ ପରମ୍ପରା ରେ ରଜ ଉତ୍ସବ ର ମହତ୍ଵ ଉପରେ ନିଜ ନିଜ ର ମତ ରଖି ଥିଲେ। ପୋଡ଼ ପିଠା କୁ କାଟି ଅତିଥି ମାନେ ନିଜ ନିଜ ମଧ୍ୟରେ ବାଣ୍ଟିବା ସହ ପ୍ରେମ, ପ୍ରୀତ ର ବନ୍ଦନ ସ୍ବରୂପ ବଂନ୍ଧୁ ତାର ସଦଭାବନା ଉଦ୍ଦେଶ୍ଯ ରେ ରଜ ପାନ କୁ ସେଠାରେ ଉପସ୍ଥିତ ଥିବା ସମସ୍ଥ ବଂନ୍ଧୁ ମାନଙ୍କ ମଧ୍ୟରେ ବଣ୍ଟା ଯାଇ ଥିଲା। ଚଳିତ ବର୍ଷ ଓଡିଶା ମାଧ୍ୟମିକଶିକ୍ଷା ପରିଷଦ ର ଦଶମ ଶ୍ରେଣୀ ରେ ୯୦% ରୁ ଉର୍ଦ୍ଧ ମାର୍କ ରଖି ଏ -୧ ଗ୍ରେଡ ପାଇଥିବା ଅରବିନ୍ଦ ପୂର୍ଣ୍ଣାଙ୍ଗ କେନ୍ଦ୍ର ର ଛାତ୍ରୀ ଶର୍ମିଷ୍ଠା ବେହେରା ଓ ସଇଁଦା ନୋଡାଲ ହାଇ ସ୍କୁଲ ର ଛାତ୍ରୀ ଅଙ୍କିତା ଦାସ ମେଧା ସଂମ୍ମାନ ଓ ଉପହାର ପ୍ରଦାନ ସହ ସାନମ୍ମାନିତ କରାଯାଇଥିଲା। ସାମ୍ବାଦିକ କାନନ ବିହାରୀ ନାୟକ ଉତ୍ସଵ ର ଆଭିମୁଖ୍ୟ ବର୍ଣନା କରି ଥିବା ବେଳେ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ମନୋରଂଜନ ମହାନ୍ତି, ସୁକାନ୍ତ କୁମାର ସାହୁ,ପ୍ରଭାତ ସାହୁ, ଟୁନା ଜେନା, ବାବାଜୀ ସାହୁ, କୃଷ୍ଣ ଚନ୍ଦ୍ର ଭୋଇ,ରାଜକିଶୋର ବେହେରା,ନରେଶ ମହାନ୍ତି, ବୈକୁଣ୍ଠ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିବା ବେଳେ ସାମ୍ବାଦିକ କୈଳାସ ଚନ୍ଦ୍ର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।
ଫୁଲନଖରା ରୁ ଡ଼ନ୍ ଙ୍କ ରିପୋର୍ଟ
