ବାମନ କ୍ଷେତ୍ର, ଉରାଳୀ ରେ ରଥ ଯାତ୍ରା:Ommtv Kalingavikas

ବାମନ କ୍ଷେତ୍ର, ଉରାଳୀ ରେ ରଥ ଯାତ୍ରା:Ommtv Kalingavikas

ବାମନ କ୍ଷେତ୍ର, ଉରାଳୀ ରେ ରଥ ଯାତ୍ରା:Ommtv Kalingavikas

ବାମନ କ୍ଷେତ୍ର, ଉରାଳୀ ରେ ରଥ ଯାତ୍ରା:Ommtv Kalingavikas

କଟକ ସଦର ଥାନା ଅନ୍ତର୍ଗତ ଉରାଳୀ ଗ୍ରାମରେ ଥିବା ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ଜିୟୁ ଙ୍କ ର ପବିତ୍ର ଘୋଷ ଯାତ୍ରା ପାରମ୍ପରିକ ରୀତିନୀତି ପାଳିତ ହୋଇଥିଲା: ଶ୍ରୀ ଶ୍ରୀ ଦଧିବାମନ ଜୀୟୁ ଟ୍ରଷ୍ଟ ବୋର୍ଡ଼ ର ପୂର୍ବ ନୀତି ନିର୍ଘଣ୍ଟ ସମୟ ଅନୁଯାଇ ବଡି ଭୋରୁ ପହଡ ଖୋଲା ଯିବା ସହ ସାନ୍ନ ମାର୍ଜନା ଓ ବେଶ ହୋଇ ଭୋଗ ବଢ଼ି ଥିଲା।: ଦଧିବାମନ ଜୀୟୁ ମନ୍ଦିର ରୁ ରଥଯାତ୍ରା ର ନିମନ୍ତ୍ରଣ ଗୋପୀନାଥ ଜୀୟୁ ଙ୍କୁ ପାଖକୁ ଗଲା ପରେ ନିମନ୍ତ୍ରଣ ରକ୍ଷାକରି ଗୋପୀନାଥ ଜୀୟୁ ମନ୍ଦିର କୁ ବିଜେ କରିଥିଲେ। ରଥ ର ଚାରମାଳ ବନ୍ଧାଯିବା ପରେ ଘୋଡା ଯୋଚା ଯାଇ ସେନାପଟା ଲାଗି ହୋଇଥିଲା। ଅପରାହ୍ନ ରେ ମନ୍ଦିର ରୁ ଆଜ୍ଞାମାଳ ରଥ କୁ ବିଜେ କରାଯାଇଥିଲା।: ଆଦ୍ୟ ସେବକ ଠାକୁରରାଜା ଙ୍କ ସେବା ଛେରାପହଁରା ନୀତି କରିବା ନିମନ୍ତେ ଦଧିବାମନ ଜୀୟୁ ଟ୍ରଷ୍ଟ ବୋର୍ଡ଼ ର ସଦସ୍ୟ ଲକ୍ଷ୍ମଣ ସାହୁ ନିମନ୍ତ୍ରିତ ହୋଇ ବିରାଟ ପଟୁଆର ରେ ଘଣ୍ଟ, କିର୍ଦ୍ଭନ, ସହ ବାଣ ଫୁଟାଇ ମନ୍ଦିର ପହଁଚି ପ୍ରଭୁ ଙ୍କୁ ଦର୍ଶନ କରିଥିଲେ। ଗୋଟି ପହଣ୍ଡି କରି ଚକ୍ରରାଜ ସୁଦର୍ଶନ ରଥ ଉପରେ ବସିବା ପରେ ଗୋପୀନାଥଜୀୟୁ ଓ ମଦନମୋହନ ପହଣ୍ଡି ହୋଇଥିଲା ଓ ଶେଷ ରେ ଦଧିବାମନ ଙ୍କ ପହଣ୍ଡି ଅନୁଷ୍ଠିତ ହୋଇଥିଲା ଘାଣ୍ଟୁଆ ଙ୍କ ଘଣ୍ଟ ମାଡ, କୀର୍ତନ, କାହାଳି, ହରିବୋଲ ହୁଳହୁଳି, ଜୟ ଧୋନି ଶବ୍ଦ ଗଗନ ପବନ ପ୍ରକମ୍ପିତ ହୋଇ ଥିଲା।ମଥା ରେ ଟାହିଆ ଲଗାଇ ହଲି ଝୁଲି ବାଇଶି ପାହାଚ ରେ ଭକ୍ତ ଗହଳି ମଧ୍ୟରେ ଚାରମାଳ ଦେଇ ରଥ ରୁଢ ହୋଇ ଟେରା ବନ୍ଧା ଯାଇ ଛେରା ପହଁରା ନୀତି ସମାପନ ପରେ ଚାରମାଳ ଖୋଲାଯାଇ ରଥ ଟଣା ଯାଇଥିଲା। ଗୋଟି ପହଣ୍ଡି ରେ ଚକ୍ରରାଜ ସୁଦର୍ଶନ ରଥ ରୁଢା ହେବାପରେ ଗୋପିନାଥଜୀୟୁ ଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀ ଦେବୀ, ଭୁଦେଵୀ ପହଣ୍ଡି ହୋଇଥିଲା...: ଡାହୁକ ର କୌତୁକିଆ ଡାକ ରେ ରଥ ଘର ଘର ନାଦ ରେ ମାଉସୀ ମା ଘର ଅଭିମୁଖେ ଯାଇ ସନ୍ଧ୍ୟା ରେ ରଥ ମାଉସୀ ମା ଘରେ ପହଁଚି ଥିଲା: ରଥ ଯାତ୍ରା କୁ ଶୃଙ୍ଖଳା ର ସହ ପରିଚାଳନା କରିବା ପାଇଁ ଶ୍ରୀ ଶ୍ରୀ ଦଧିବାମନ ଜୀୟୁ ମନ୍ଦିର କମିଟି ର ମ୍ୟାନେଜିଙ୍ଗ ଟ୍ରଷ୍ଟି ଚକ୍ରଧର ମହାରଣା ଓ ସମସ୍ତ ସଦସ୍ୟ, ଉରାଳୀ ଗ୍ରାମ୍ୟ ଉନ୍ନୟନ କମିଟି, ଅଞ୍ଚଳବାସୀ, ଜନସାଧାରଣ, ଭକ୍ତ, ପୋଲିସ ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନ ଉପସ୍ଥିତ ରହି କାର୍ଯ୍ୟ ରେ ସହଯୋଗ କରି ଥିଲେ। ଭାଗୋଜୀ ସିନ୍ଧେ ସାଇ ପରିବାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ରଥଯାତ୍ରା ଦେଖି ବାକୁ ଆସିଥିବା ଭକ୍ତ ମାନଙ୍କୁ ଦହି ସର୍ବତ, ଚା, ବିସ୍କୁଟ ସେବା ଯୋଗାଇ ଦିଆଯାଇଥିଲା।ମନ୍ଦିର ପରିଚାଳନା କମିଟି ତରଫରୁ "ଶାଶ୍ୱତ ଲହରୀ" ଭଜନ ପରିବେଷଣ କରିଥିଲେ।

: ବାମନ କ୍ଷେତ୍ର, ଉରାଳୀ ରେ ରଥ ଯାତ୍ରା :OMMTV କଳିଙ୍ଗ ବିକାଶ

କଟକ ଉରାଳୀ ଗ୍ରାମ ରୁ ଡ଼ନ ଙ୍କ ରିପୋର୍ଟ......