ବୟାଳିଶମୌଜା ବିଦ୍ୟୁତ ବିଭାଗର ମନମାନୀ ବିରୁଦ୍ଧରେ ଏକତ୍ରିକରଣ : ommtv କଳିଙ୍ଗବିକାଶ
ବୟାଳିଶମୌଜା ବିଦ୍ୟୁତ ବିଭାଗର ମନମାନୀ ବିରୁଦ୍ଧରେ ଏକତ୍ରିକରଣ : ommtv କଳିଙ୍ଗବିକାଶ
ବୟାଳିଶମୌଜା ବିଦ୍ୟୁତ ବିଭାଗର ମନମାନୀ ବିରୁଦ୍ଧରେ ଏକତ୍ରିକରଣ : ommtv କଳିଙ୍ଗବିକାଶ
*କଟକ,୪୨ମୌଜା ରୁ ପଦ୍ମଲୋଚନ ସାହୁ ଙ୍କ ରିପୋର୍ଟ

: *କଟକ ସଦର ଅନ୍ତର୍ଗତ ଵୟାଳିଶମୌଜା ଅଞ୍ଚଳରେ ଆଜକୁ ଦୀର୍ଘ ଦିନ ହେଲା ବିଦ୍ୟୁତ୍ ସମସ୍ୟା ଲାଗିରହିଛି । ଏହା ବିରୁଦ୍ଧରେ ଏଵଂ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗତକାଲି ରବିବାର ଦିନ ଅଞ୍ଚଳବାସୀ ମେଳି ହୋଇଥିବା ଜଣାପଡିଛି। ଏଥିପାଇଁ ଝିଙ୍କିରିଆ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ରଣେଷଣ୍ଢ ମହାବୀର ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇ ସମସ୍ୟା ର ଯଥାଶୀଘ୍ର ସମାଧାନ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ମତପ୍ରକାଶ ପାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକଙ୍କ ସମେତ ଶାନ୍ତକୃଷ୍ଣ ଦେଵତା, ମଧୁସୂଦନ ଦେଵତା,ଵୁଲେଇ ବେହେରା,ରବିନ୍ଦ୍ର ଦେଵତା,ଚିନ୍ମୟ ଦେଵତା, ଦୁଷ୍ମନ୍ତ ନନ୍ଦ, ଆନନ୍ଦ ଦେଵତା, ପ୍ରଶନ୍ନ ବେହେରା,ଗୈ।ତମ ସ୍ୱ।ଇଁ, ଵିଜୟ ନାୟକ, ଚନ୍ଦନ ପରିଡ଼ା , ଦୀପକ ଆଚାର୍ଯ୍ୟ, ଲୁଲା ପରିଡ଼ା, ପ୍ରକାଶ ମାଝି ପ୍ରମୁଖ ବହୁ ବ୍ୟକ୍ତି ବିଶେଷ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।*
