ମା ଖରଖାଇ ଯୁବକସଂଘ ପକ୍ଷରୁ କାଉଡିଆ ଭକ୍ତ ମାନଙ୍କୁ ମାଗଣା ସେବା ପ୍ରଦାନ : ommtv କଳିଙ୍ଗବିକାଶ
ମା ଖରଖାଇ ଯୁବକସଂଘ ପକ୍ଷରୁ କାଉଡିଆ ଭକ୍ତ ମାନଙ୍କୁ ମାଗଣା ସେବା ପ୍ରଦାନ : ommtv କଳିଙ୍ଗବିକାଶ
ମା ଖରଖାଇ ଯୁବକସଂଘ ପକ୍ଷରୁ କାଉଡିଆ ଭକ୍ତ ମାନଙ୍କୁ ମାଗଣା ସେବା ପ୍ରଦାନ : ommtv କଳିଙ୍ଗବିକାଶ
କଟକ,ଫୁଲନଖରା ରୁ ଡ଼ନ ଙ୍କ ରିପୋର୍ଟ

କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରା ଜାତୀୟ ରାଜପଥର ଫ୍ଲାଏ ଓଭରବ୍ରିଜ ନିକଟରେ ଥିବା ଟାଟା ମୋଟର୍ସ ଶୋରୁମ ପାଖରେ ମୁଗଭଙ୍ଗା ଗ୍ରାମର ଅଗ୍ରଣୀ ସ୍ୱଚ୍ଛାସେଵୀ ସଂଘଠନ ମା ଖରଖାଇ ଯୁବକସଂଘ ପକ୍ଷରୁ ଶ୍ରାବଣମାସର ଜଳ ଲାଗି ଅବସରରେ କାଉଡିଆ ଭକ୍ତମାନଙ୍କ ଲାଗି ପ୍ରଥପ୍ରାନ୍ତ ବିଶ୍ରାମ ନିମନ୍ତେ ନିଶୁଳ୍କ ସେବା ଯୋଗାଇ ଦିଆଯାଇଥିଲା।କଟକ ଗଡ଼ଗଡିଆ ଘାଟରୁ ସଂକଳ୍ପ କରି ଅଭିମନ୍ତ୍ରିତ ଜଳକୁ କଳସରେ ଭରି ବାହୁଙ୍ଗୀଭାର କୁ କାନ୍ଧରେ କାନ୍ଧଇ ଖାଲିପାଦରେ ଚାଲି ବିଭିନ୍ନ ଶୈବ୍ୟପୀଠରେ ଜଳଲାଗି କରିଵାକୁ ଯିବା ସମୟରେ ପ୍ରଥକ୍ଲାନ୍ତି ଲାଘବ ନିମନ୍ତେ କାଉଡିଆ ଭକ୍ତ ମାନଙ୍କୁ ମାଗଣା ଖାଦ୍ୟ, ପାନୀୟ, ଚା, ଜଳଖିଆ ଯୁବକସଂଘ ତରଫରୁ ଯୋଗାଇ ଦିଆଯାଇଥିଲା। ମନରଂଞ୍ଜନ ନିମନ୍ତେ ଓଡିଶା ପ୍ରତିଷ୍ଠିତ କଳାକାର ମାନଙ୍କଦ୍ୱାରା ଭଜନ ପରିବେଷଣ କରାଯାଇଥିଲା। ସମଗ୍ର ଆଧ୍ୟ୍ୟାତ୍ମିକ ପରିବେଶ ପବିତ୍ର ଶିବ ନାମରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଅଂଚଳ ଜନସାଧାରଣ, ଭଦ୍ରବ୍ୟକ୍ତି, ଗ୍ରାମବାସୀ, ଉତ୍ସହୀ ଯୁବବଂନ୍ଧୁ ଓ ମା ଖରଖାଇ ଯୁବକସଂଘର କର୍ମକର୍ତ୍ତା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ।*
