ମର୍ନିଙ୍ଗ ଟି ଫେଷ୍ଟ ପକ୍ଷରୁ ଲକ୍ଷେଶ୍ୱର ଶୈବପୀଠରେ ବୋଲବମ ଭକ୍ତଙ୍କୁ ସେବା : Ommtv କଳିଙ୍ଗବିକାଶ

ଫୁଲନଖରା ଲକ୍ଷେଶ୍ୱର ଶୈବପୀଠରୁ ଡ଼ନ ଙ୍କ ରିପୋର୍ଟ

ଭୁବନେଶ୍ୱର ମହାନଗର ନିଗମର ୪ ନଂୱାର୍ଡ ନଖରା ଅଞ୍ଚଳ ଥିବା ବହୁ ପୁରାତନ ଶୈବପୀଠ ଲକ୍ଷେଶ୍ୱର ମହାଦେବଙ୍କ ପବିତ୍ର ଶ୍ରାବଣମାସର ଦ୍ଵିତୀୟ ସୋମବାରରେ ଜଳଲାଗି କରିବା ପାଇଁ ଚାରି ହଜାରରୁ ଉର୍ଦ୍ଧ ବୋଲବମ ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ଭିଡ଼ ପରିଲକ୍ଷିତ ହୋଇଥିଲା।ରବିବାର ଦିନ ବିଭିନ୍ନ ନଦୀଜଳ କୁ କଳସିରେ ଭରି ସଂକଳ୍ପ କରି ଖାଲି ପାଦରେ ଚାଲି ଶିବ ନାମ ଗାଇ ମନ୍ଦିରରେ ଜଳ ଲାଗି କରିଥିଲେ।ଭକ୍ତ ମାନଙ୍କର ସୁବିଧା ନିମନ୍ତେ ଲକ୍ଷେଶ୍ୱର ମନ୍ଦିର ପରିଚାଳନା କମିଟି ବ୍ୟାରିକେଟ କରାଯାଇ ସୁଵେବସ୍ତା କରିବା ସହ ରାତି ୧୨ଟାରୁ ଟିକେଟ କାଉଣ୍ଟର ଖୋଲା ଯାଇ ରାତି ୪ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଶ୍ରାବଣୀ ଲିଙ୍ଗରେ ଜଳଭିଷେକ କରିଥିଲେ।ବୋଲବମ ଭକ୍ତଙ୍କ କ୍ଲାନ୍ତିଭାର ଲାଘବ ନିମନ୍ତେ ନୃସିଂହ ପାର୍ବତୀ ଫାଉଣ୍ଡେସନ ଓ ମର୍ଣ୍ଣିଙ୍ଗ ଟି ଫେଷ୍ଟ ପକ୍ଷରୁ ମନ୍ଦିର ପରିସର ମଧ୍ୟରେ ମାଗଣା ସାଦ୍ଭ୍ଵିକ ଆହାର କେନ୍ଦ୍ର ଖୋଲାଯିବା ସହ ଲକ୍ଷେଶ୍ୱର ଭଜନ ସଂନ୍ଦ୍ୟା ଅନୁଷ୍ଠାନ ଦ୍ୱାରା ଭଜନ ପରିବେଷିତ ହୋଇ ଶିବ ନାମ ରେ ଆଧ୍ୟ୍ୟାତ୍ମିକ ପରିବେଶ ସୃଷ୍ଟି ହେଇ ଗଗନପବନ ପ୍ରକମ୍ପିତ ହୋଇଥିଲା।କାର୍ଯ୍ୟକ୍ରମ କୁ ମର୍ଣ୍ଣିଙ୍ଗ ଟି ଫେଷ୍ଟ ସଭାପତି ଗଣେଶ ପ୍ରସାଦ ଦାଶ, ମନ୍ଦିର ପରିଚାଳନା କମିଟିର ସଭାପତି ଗୁଣନିଧି ପଟ୍ଟନାୟକ ଅଞ୍ଚଳିକ ଶାନ୍ତି କମିଟିର ସମ୍ପାଦକ ସୁରେନ୍ଦ୍ର ମହାପାତ୍ର ପ୍ରମୁଖ*

*ଅନୁଷ୍ଠାନିକ ଉଦଘାଟନ କରିଥିବା ବେଳେ କାନନ ବିହାରୀ ନାୟକ, କୈଳାଶ ଚନ୍ଦ୍ର ମୁଦୁଲି, ପାହାଳ ଥାନାର ଆଇଆଇସି ଅଶ୍ଵିନୀ କୁମାର ଜେନା ଙ୍କ ତଭ୍ଵବଧାନରେ ଶାନ୍ତିଶୃଙ୍ଗଳା ରକ୍ଷା କରିବା ଲାଗି ପୋଲିସ ପ୍ରଶାସନ ନିୟୋଜିତ ହୋଇଥିଲେ ଅଞ୍ଚଳର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ବିଶେଷ ସମେତ ଉପଦେଷ୍ଟା ମଣ୍ଡଳୀ ମନ୍ଦିର ର ସେବାୟତମାନେ ସହଯୋଗ କରିଥିଲେ।...*