କିଟ୍ ପଲିଟେକ୍ନିକ୍ର ୩୧ତମ ପ୍ରତିଷ୍ଠା ଦିବସ : Ommtv Kalinga Vikas
କିଟ୍ ପଲିଟେକ୍ନିକ୍ର ୩୧ତମ ପ୍ରତିଷ୍ଠା ଦିବସ : Ommtv Kalinga Vikas
କିଟ୍ ପଲିଟେକ୍ନିକ୍ର ୩୧ତମ ପ୍ରତିଷ୍ଠା ଦିବସ : Ommtv Kalinga Vikas
ଭୁବନେଶ୍ୱର, ୨୦ ।୮: କିଟ୍ ପଲିଟେକ୍ନିକ୍ର ୩୧ତମ ପ୍ରତିଷ୍ଠା ଦିବସ ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀ ତଥା କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ଶ୍ରୀ ସାମନ୍ତ କହିଲେ, ସବୁବେଳେ ନିଜ ସହ ପ୍ରତିଯୋଗିତା କରିବାକୁ ଚେଷ୍ଟ କର। ଥିଲି କଣ, ହେଲି କଣ ଓ ହେବି କଣ ଉକ୍ତିର ଉଦାହରଣ ଦେଇ ଶ୍ରୀ ସାମନ୍ତ କହିଲେ, ଛାତ୍ରଛାତ୍ରୀମାନେ ନିଜର ମୂଳ ବା ଅତୀତକୁ କେବେ ବି ଭୁଲିବା ଉଚିତ ନୁହେଁ। ପିତା ମାତା, ଅଭିଭାବକ ଓ ନିଜ ଜନ୍ମସ୍ଥାନ ତଥା ବାଲ୍ୟବନ୍ଧୁଙ୍କୁ କେବେ ବି ଭୁଲିଯିବା ଉଚିତ ନୁହେଁ ବୋଲି ସେ ପରାମର୍ଶ ଦେଇଥିଲେ। କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କହିଲେ, ପଲିଟେକ୍ନିକ ଦେଶର ଅଗ୍ରଣୀ ପଲିଟେକ୍ନିକ ମଧ୍ୟରୁ ଅନ୍ୟତମ। ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସେଥିପାଇଁ ନିଜକୁ ଗର୍ବ ଅନୁଭବ କରିବା ଉଚିତ। ଏହି ଅବସରରେ କିଟ୍ ସ୍କିଲ୍ର ଅତିରିକ୍ତ ନିର୍ଦ୍ଦେଶକ ଡ. ହୃଷୀକେଶ ମହାନ୍ତି କହିଲେ, ସେ ବିଶ୍ୱର ପ୍ରତିଷ୍ଠିତ ପଲିଟେକ୍ନିକଗୁଡ଼ିକୁ ଦେଖିବାର ସୁଯୋଗ ପାଇଛନ୍ତି। କିଟ୍ ପଲିଟେକ୍ନିକ୍ ତା ତୁଳନାରେ ଯଥେଷ୍ଟ ଭଲ। କିଟ୍ ନିକଟ ଭବିଷ୍ୟତରେ ଏକ ସ୍କିଲ୍ ହବ ହେବାକୁ ଯାଉଛି ବୋଲି ସେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଏସ୍ଟିଇର କାର୍ଯ୍ୟକାରୀ ସମ୍ପାଦକ ଡ. ଏସ୍ ଏମ୍ ଅଲ୍ଲୀ, କିସ୍ ସମ୍ପାଦକ ଆର ଏନ୍ ଦାଶ, କିଟ୍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ଜ୍ଞାନରଞ୍ଜନ ମହାନ୍ତି ଓ କିଟ୍ ପଲିଟେକ୍ନିକ ଅଧ୍ୟକ୍ଷ ପ୍ରଫେସର ତନ୍ମୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ କିଟ୍ ପଲିଟେକ୍ନିକ ବାର୍ଷିକ ମୁଖପତ୍ର କର୍ମକାରକୁ ଅତିଥିମାନେ ଉନ୍ମୋଚିତ କରିଥିଲେ।

31st Foundation Day of KIT Polytechnic
Bhubaneswar , 20.8: The 31st Foundation Day of KIT Polytechnic was celebrated with great enthusiasm today. KIT and KIIS founder Achyut Samant graced the occasion as the chief guest and congratulated the students and staff. Addressing the students, Mr. Samant said , always try to compete with yourself. Giving examples of what I have been, what I will be and what I will be, Mr. Samant said , students should never forget their roots or past. He advised that they should never forget their fathers, mothers, guardians, their birthplace and childhood friends. Professor Sharanjit Singh, Vice Chancellor of KIT University, attended the event as the guest of honor and said , the Polytechnic is one of the leading polytechnics of the country. The students studying here should feel proud of that. On this occasion, Dr. Additional Director, KIT Skill Hrishikesh Mohanty said that he had the opportunity to see the world's leading polytechnics. KIT Polytechnic is much better than that. He informed that KIT is going to become a skill hub in the near future. Among others, ISTE Executive Editor Dr. SM Alli , KISC Editor RN Dash , KIT University Registrar Dr. Gyanranjan Mohanty and KIT Polytechnic Chairman Professor Tanmay Mohanty were prominently present and encouraged the students. On this occasion, the guests unveiled the annual cover of KIT Polytechnic.
