ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ଉପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଆଖି ପଡିବ କେବେ ?:Ommtv Kalingavikas
ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ଉପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଆଖି ପଡିବ କେବେ ?:Ommtv Kalingavikas
ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ଉପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଆଖି ପଡିବ କେବେ ?:Ommtv Kalingavikas
କଳାହାଣ୍ଡି ଜିଲ୍ଲା,୧୨/୦୮ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ଟାଙ୍ଗନକଣା ଛକ ଠାରୁ ଲାଞ୍ଜିଗଡ ଦେଇ ବିଜେପୁର ରାସ୍ତା ଟେଣ୍ଡର ହୋଇ ଦୁଇ ବର୍ଷ ହେଇଗଲା ପଛେ ରାସ୍ତା ସମ୍ପ୍ରସାରଣ ସମ୍ପୂର୍ଣ ହେବାର ନା ଧରୁନି I ଲାଞ୍ଜିଗଡ ଦୁଇ କଡ଼କୁ ଲାଞ୍ଜିଗଡ ତହସିଲଦାର, ଲାଞ୍ଜିଗଡ ପୋଲିସ, ଲାଞ୍ଜିଗଡ ଆର ଆଇ ଓ ୦୬ଗୋଟି ପଞ୍ଚାୟତର ଜଣା ଶୁଣା କିଛି ଭଦ୍ର ଲୋକ ଉପସ୍ଥିତ ଥାଇ ରାସ୍ତାର ମପା ଜୁପା କରି ଚି଼ହ୍ନଟ ତହସିଲଦାର ଚିନ୍ହ ନିଜେ ଉପସ୍ଥିତ ରହି କରିଥିଲେ I ଏହି ଚି଼ହ୍ନ ଦୁଇ ବର୍ଷ ପୂର୍ବେ କରାଯାଇଥିଲା କିନ୍ତୁ ଆଜିକୁ ଦୁଇ ବର୍ଷ ପୁରିଗଲା ପଛେ ରାସ୍ତା କାମ ସମ୍ପ୍ରସାରଣ ସମ୍ପର୍ଣ ହେIଇ ପାରିଲା ନାହିଁ I ଚଳିତ ବର୍ଷ ଫେବୃଆରୀ ମାସର ୧୭ ତାରିଖ ଦିନ କଳାହାଣ୍ଡି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର,ରାସ୍ତା ଯଥାଶୀଘ୍ର କରାଯାଉ ବୋଲି ଲାଞ୍ଜିଗଡ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆଙ୍କ ନେତୃତ୍ୱରେ ଆଞ୍ଚଳିକ ବିକାଶ ପରିଷଦ ସମସ୍ତ ସଦସ୍ୟ ଓ ୩୦ ଜଣ ଦଳ ଯାଇ ସ୍ମାରକ ପତ୍ର କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଦେଇଥିଲେ I କିନ୍ତୁ ଆଜି ପର୍ଯ୍ୟନ୍ତ ଲାଞ୍ଜିଗଡ ରାସ୍ତା ସମ୍ପ୍ରସାରଣ ହେଇ ପାରିଲା ନାହିଁ I ରାସ୍ତା ସମ୍ପ୍ରସାରଣ ନ ହେବା ଫଳରେ ସଦା ସର୍ବଦା ଦୁର୍ଘଟଣା ମାନ ଘଟୁଛି କାରଣ ଲାଞ୍ଜିଗଡ ଠାରେ ବୃହତ୍ତମ ବେଦାନ୍ତ ଆଲୁମିନା କାରଖାନା ଅଛି ଯାହା ଫଳରେ ଭାରୀଯାନ ଗମନାଗମନ ଓ ଶ୍ରମିକ ଏବଂ ସ୍ଥାନୀୟ ବାସିନ୍ଦା ଚଳାଚଳ କରବା ପାଇଁ ଜନ ସଂଖ୍ୟା ଅଧିକ ଥିବାରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I ରାସ୍ତା ସଦା ସର୍ବଦା ଗାଇଗୁରୁ ରାସ୍ତା ଉପରେ ରହୁଥିବା ଓ ବଡ଼ବଡ଼ ଯାନବାହନ ଚଳାଚଳ କରୁଥିବା ହେତୁ ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତାଟି ସଦା ସର୍ବଦା ଟ୍ରାଫିକ ଯାମ ପ୍ରାୟ ସମୟରେ ହୋଇଥାଏ I ଏହି ମୁଖ୍ୟ ରାସ୍ତା ଦେଇ ଯଦି ଟ୍ରାଫିକ ଯାମ ହୋଇଥିବା ସମୟରେ ଗୋଟେ ରୋଗୀକୁ ନେଇ ଯାଉଥିବା ଆମ୍ବୁଲେନ୍ସ ସେ ଭିତରେ ଫସିଯାଏ ତେବେହେଲେ ସେହି ଦୁଇସହ ମିଟର ରାସ୍ତାକୁ ଅତିକ୍ରମ କରି ବାହାରିକୁ ଯିବାକୁ ହେଲେ ଅତି କମସେ ୪୦ ରୁ ୫୦ ମିନିଟ ସମୟ ଲାଗିଯାଏ, ଅତି ଗମ୍ଭୀରତା ଭାବରେ ଥିବା ରୋଗୀଙ୍କୁ ଆମ୍ବୁଲେନ୍ସରେ ନେବା ପାଇଁ ବହୁତ କଷ୍ଟ ସାଧ୍ୟ୍ୟ ହୋଇଥାଏ I ଯାହାଫଳରେ ସହରର ଏଇ ମୁଖ୍ୟ ରାସ୍ତାରେ ପ୍ରତେକ ଦିନ ଛୋଟ ମୋଟ ଦୁର୍ଘଟଣା ମାନ ଦେଖିବାକୁ ମିଳିଥାଏ ଇ

ଲାଞ୍ଜିଗଡ ଅଞ୍ଚଳର ଯେଉଁ ୩୦ ଜଣିଆ ଦଳ ଯାଇ କଳାହାଣ୍ଡି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ସେମାନେ କହିବା କଥାଯେ ୦୬ ମାସ ପୁରିଗଲା ପଛେ କିଛି ହେଲେ ଜିଲ୍ଲାପାଳ ଠିକାଦାରଙ୍କ ଉପରେ ପଦକ୍ଷପ ନେଲେ ନାହିଁ I ଆଜି ପଯ୍ୟନ୍ତ ଲାଞ୍ଜିଗଡ ରାସ୍ତା ସମ୍ପ୍ରସାରଣ କଲେ ନାହିଁ ତେଣୁ ଆମ ଛ ଗୋଟି ପଞ୍ଚାୟତ ବାସୀ ମିଶି ଆଗାମୀ ଭବିଷ୍ୟତରେ ବଡ଼ ଭାରି ଆନ୍ଦୋଳନ କରିବୁ I ଯଦି ସେହି ଆନ୍ଦୋଳନ ସମୟରେ କାହର କୌଣସି କ୍ଷତି ହୁଏ ତେବେହେଲେ ସରକାର ଦାୟୀ ରହିବେ ତେଣୁକରି କଳାହାଣ୍ଡି ଜିଲ୍ଲାପାଳ ଲାଞ୍ଜିଗଡ ମୁଖ୍ୟ ରାସ୍ତା ଠିକା ନେଇଥିବା ଠିକା ସଂସ୍ଥାକୁ ଡାକି ରାସ୍ତାକୁ ସମ୍ପୂର୍ଣ କରିବାକୁ ନିର୍ଦ୍ଧେଶ ଦିଅନ୍ତୁ ଯେ ଯଥାଶୀଘ୍ର ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା କରାଯାଉ I ଯଦି ଶୀଘ୍ର ରାସ୍ତା କାମ ସମ୍ପୂର୍ଣ ନ କରାଯାଏ ତେବେହେଲେ ଲାଞ୍ଜିଗଡ ପଞ୍ଚାୟତ,ଛତ୍ରପୁର ପଞ୍ଚାୟତ,ବସନ୍ତପଡ଼ା ପଞ୍ଚାୟତ,ଜଗନ୍ନାଥପୁର ପଞ୍ଚାୟତ, ବାତେଳିମା ପଞ୍ଚାୟତ,ତ୍ରିଲୋଚନପୁର ପଞ୍ଚୟତ ଏଇ ଛ ଗୋଟି ପଞ୍ଚାୟତ ବାସୀ ଏଇ ରାସ୍ତା ଉପରେ ନିର୍ଭର କରିଥାନ୍ତି I ଯଦି ଜିଲ୍ଲା ମୁଖ୍ୟ ପ୍ରଶାସନ ଯଥାଶୀଘ୍ର ଏହାରି ଉପରେ ପଦକ୍ଷେପ ନ ନିଅନ୍ତି ତାହାହେଲେ ଏହି ଛ ଗୋଟି ପଞ୍ଚାୟତର ଅଞ୍ଚଳ ବାସୀ ରାଜ ରାସ୍ତାକୁ ଆନ୍ଦୋଳନ କାରବାକୁ ବାଧ୍ୟ୍ୟ ହୋଇ ଉଲ୍ହାଇ ଆସିବେ
