ରାଜୀବଗାନ୍ଧୀ ପଞ୍ଚାୟତରାଜ ସଂଗଠନ ଏବଂ ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ରାଜଗୋପାଳ ନଗରରେ ବୃକ୍ଷ ରୋପଣ :Ommtv Kalinga Vikas

କଳାହାଣ୍ଡି ଜିଲ୍ଲା,୧୭/୦୮ (କବି) ଜିଲ୍ଲା ପ୍ରତିନିଧି ମହେଶ୍ୱର ପତିଙ୍କ ରିପୋର୍ଟ ସଦର ଭବାନୀପାଟଣା ଠାରେ ୧୫ ଅଗଷ୍ଟ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ କଂଗ୍ରେସ ଦ୍ୱାରା ଭବାନୀପାଟଣା ସହର ନିକଟରେ ଥିବା ରାଜଗୋପାଳ ନଗର ଠାରେ ମହା ଆଡ଼ମ୍ବରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେ ରାଜୀବଗାନ୍ଧୀ ପଞ୍ଚାୟତରାଜ ସଂଗଠନ ର ରାଜ୍ୟ ସଂଯୋଜକ ସରୋଜ ବାଗ ଙ୍କ ଅଧ୍ୟକ୍ଷତା ରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ଅବସରରେ କଂଗ୍ରେସ ର ରାଜ୍ୟ ଶୃଙ୍ଖଳା କମିଟି ସଦସ୍ୟ ସୁରଥ ମହାକୁଡ଼, ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ସିଦ୍ଧାର୍ଥ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ବାବା ଅଲ୍ଲୀଖାନ, ସଦର ବ୍ଲକ ସଭାପତି ସୁବାଷ ପ୍ରଧାନ, ମହିଳା କଂଗ୍ରେସ ସଭାନେତ୍ରୀ ମାର୍ଜିନା ପ୍ରଧାନ,ରାଜୀବଗାନ୍ଧୀ ପଞ୍ଚାୟତରାଜ ସଂଗଠନର ଟାଉନ ସହ ଆବାହକ କେଶବ ମାଝୀ, କଂଗ୍ରେସ ନେତା କାନ୍ହୁ ପ୍ରଧାନ ଉପସ୍ଥିତରେ ଓ ପଡ଼lବାସୀଙ୍କୁ ସଚେତନ କରାଇଥିଲେ I ପରେ ସମସ୍ତେ ପଡ଼ାରେ ଖାଲି ପଡିଥିବା ଜମିରେ ମିଳିତ ଭାବରେ ଗଛ ଲଗାଇଥିଲେ I ଏହି କାର୍ଯ୍ୟକ୍ରମ ରେ ରାଜଗୋପାଳ ନଗର ର ଅଞ୍ଜଳି ସିଂ, ଜୟନ୍ତୀ ନାଏକ, ସତ୍ୟଭାମା ସାଧକ, ସଂଗୀତା ବେହେରା, ରଶ୍ମି ରାଉତ, ଝିଲି ରାଉତ, ସଦାନନ୍ଦ ଗିରି, ଜୟସନ ବାଗଙ୍କ ସମେତ ସମସ୍ତ ପଡ଼ାର ଆବାଳ ବୃଦ୍ଧ ବନିତା ସହଯୋଗ କରିଥିଲେ,ଜଣକ ଗୋଟିଏ ଗଛ କରି ୫୦୦ ବୃକ୍ଷ ଆଗ୍ରହ ସହକାରେ ଲଗାଇଥିଲେ I ସମସ୍ତେ ଲୋକେ ବିଭିନ୍ନ ପ୍ରକାରର ଫଳ ମୂଳ ବୃକ୍ଷ ଆମ୍ବ,ପଣସ, କାଜୁ,ସୀତା ଫଳ,ନଡ଼ିଆ ଓ ଇତ୍ୟାଦି ବୃକ୍ଷ ରୋପଣ କରିଥିଲେ I