ଏସ୍ଏସ୍ଆଇଟି ଓ ସ୍କିମ୍ସ୍ରେ ୭୯ତମ ସ୍ବାଧୀନତା ଦିବସ ପାଳିତ:Ommtv Kalinga Vikas
ଏସ୍ଏସ୍ଆଇଟି ଓ ସ୍କିମ୍ସ୍ରେ ୭୯ତମ ସ୍ବାଧୀନତା ଦିବସ ପାଳିତ କରଂଜିଆ : କରଂଜିଆ Omm tv ମୟୁରଭଞ୍ଜ ଯଶିପୁର ରୁ ନିହାର ରଞ୍ଜନ ମହାନ୍ତ କଳାକାଦସ୍ଥିତ ଏସ୍ଏସ୍ଆଇଟି ପଲିଟେକ୍ନିକ୍ ଓ ସ୍କିମ୍ସ୍ ନର୍ସିଂ ଶିକ୍ଷାନୁଷ୍ଠାନରେ ୭୯ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।ଭୋରରୁ କଳାକାଦ ଗାଁରେ ତ୍ରିରଙ୍ଗା ପରିକ୍ରମା କରିବା ପରେ ମୁଖ୍ୟ ଅତିଥି ପାଟବିଲ ପଂଚାୟତ ସରପଞ୍ଚ ସୌଦାମିନୀ ନାଏକଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।ଅନୁଷ୍ଠାନର ଉପାଧ୍ୟକ୍ଷ ସତ୍ୟନାରାୟଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ସୁଶ୍ରୀ ନାଏକ ସ୍ବାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ଯରେ ସଂକ୍ଷିପ୍ତ ବାର୍ତ୍ତା ଦେଇଥିଲେ।ଅନୁଷ୍ଠାନର ନର୍ସିଂ ଇନ୍ଚାର୍ଜ୍ କୁନାଲ୍ ଚନ୍ଦ୍ର ମହାନ୍ତ, ଏକ୍ସ୍ଜାମ୍ ଇନ୍ଚାର୍ଜ୍ ଇଂ ବିଜୟିନୀ ମହାନ୍ତ, ଆକାଡେମିକ୍ ଇନ୍ଚାର୍ଜ୍ ଇଂ ଅମିତ କୁମାର ବେହେରା, ଇଲେକ୍ଟ୍ରିକାଲ ବିଭାଗ ମୁଖ୍ୟ ଇଂ ଯୁଧିଷ୍ଠିର ମହାନ୍ତ, ବେସିକ୍ ସାଇନ୍ସ୍ ଓ ହ୍ୟୁମାନିଟିଜ୍ ବିଭାଗ ମୁଖ୍ୟ ଇଂ ଦିନେଶ କୁମାର ସେଠୀ ପ୍ରମୁଖ ସ୍ବାଧୀନତା ଆନ୍ଦୋଳନ ସମ୍ପର୍କରେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପ୍ରାଙ୍ଗଣରେ ବକ୍ତୃତା, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ନୃତ୍ୟମାନ ପ୍ରଦର୍ଶିତ କରି ଦେଶପ୍ରେମରେ ଭାବବିହ୍ବଳ କରିଥିଲେ।ଏଥିରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦିକା ଇଂ ଉପାଲି ଉପାମିତା ପ୍ରଧାନଙ୍କ ମାର୍ଗଦର୍ଶନରେ ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଂସ୍କୃତିକ ସଂଯୋଜକ ପ୍ରଦୀପ ପାତ୍ର ପରିଚାଳନା କରିଥିବାବେଳେ ଇଂ ଉତ୍ତମ କୁମାର ନାଏକ,ଇଂ ଗାୟତ୍ରୀଦେବୀ ସେଠି,ଇଂ ଭବାନୀ ଶଙ୍କର ପାତ୍ରଙ୍କ ସମେତ ଅନ୍ୟାନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହଯୋଗ କରିଥିଲେ। ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍
ଏସ୍ଏସ୍ଆଇଟି ଓ ସ୍କିମ୍ସ୍ରେ ୭୯ତମ ସ୍ବାଧୀନତା ଦିବସ ପାଳିତ:Ommtv Kalinga Vikas
କରଂଜିଆ : କରଂଜିଆ
Omm tv ମୟୁରଭଞ୍ଜ ଯଶିପୁର ରୁ ନିହାର ରଞ୍ଜନ ମହାନ୍ତ କଳାକାଦସ୍ଥିତ ଏସ୍ଏସ୍ଆଇଟି ପଲିଟେକ୍ନିକ୍ ଓ ସ୍କିମ୍ସ୍ ନର୍ସିଂ ଶିକ୍ଷାନୁଷ୍ଠାନରେ ୭୯ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।ଭୋରରୁ କଳାକାଦ ଗାଁରେ ତ୍ରିରଙ୍ଗା ପରିକ୍ରମା କରିବା ପରେ ମୁଖ୍ୟ ଅତିଥି ପାଟବିଲ ପଂଚାୟତ ସରପଞ୍ଚ ସୌଦାମିନୀ ନାଏକଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।ଅନୁଷ୍ଠାନର ଉପାଧ୍ୟକ୍ଷ ସତ୍ୟନାରାୟଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ସୁଶ୍ରୀ ନାଏକ ସ୍ବାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ଯରେ ସଂକ୍ଷିପ୍ତ ବାର୍ତ୍ତା ଦେଇଥିଲେ।ଅନୁଷ୍ଠାନର ନର୍ସିଂ ଇନ୍ଚାର୍ଜ୍ କୁନାଲ୍ ଚନ୍ଦ୍ର ମହାନ୍ତ, ଏକ୍ସ୍ଜାମ୍ ଇନ୍ଚାର୍ଜ୍ ଇଂ ବିଜୟିନୀ ମହାନ୍ତ, ଆକାଡେମିକ୍ ଇନ୍ଚାର୍ଜ୍ ଇଂ ଅମିତ କୁମାର ବେହେରା, ଇଲେକ୍ଟ୍ରିକାଲ ବିଭାଗ ମୁଖ୍ୟ ଇଂ ଯୁଧିଷ୍ଠିର ମହାନ୍ତ, ବେସିକ୍ ସାଇନ୍ସ୍ ଓ ହ୍ୟୁମାନିଟିଜ୍ ବିଭାଗ ମୁଖ୍ୟ ଇଂ ଦିନେଶ କୁମାର ସେଠୀ ପ୍ରମୁଖ ସ୍ବାଧୀନତା ଆନ୍ଦୋଳନ ସମ୍ପର୍କରେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପ୍ରାଙ୍ଗଣରେ ବକ୍ତୃତା, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା।

ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ନୃତ୍ୟମାନ ପ୍ରଦର୍ଶିତ କରି ଦେଶପ୍ରେମରେ ଭାବବିହ୍ବଳ କରିଥିଲେ।ଏଥିରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦିକା ଇଂ ଉପାଲି ଉପାମିତା ପ୍ରଧାନଙ୍କ ମାର୍ଗଦର୍ଶନରେ ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଂସ୍କୃତିକ ସଂଯୋଜକ ପ୍ରଦୀପ ପାତ୍ର ପରିଚାଳନା କରିଥିବାବେଳେ ଇଂ ଉତ୍ତମ କୁମାର ନାଏକ,ଇଂ ଗାୟତ୍ରୀଦେବୀ ସେଠି,ଇଂ ଭବାନୀ ଶଙ୍କର ପାତ୍ରଙ୍କ ସମେତ ଅନ୍ୟାନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହଯୋଗ କରିଥିଲେ।
ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍
