ସହିଦ ଜାକ୍ତା ମାଝୀ ମେମୋରିଆଲ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୫:ଏସ୍ଏସ୍ଆଇଟି ଏଫ୍ସି ଚମ୍ପିଆନ୍:Ommtv Kalinga Vikas
ସହିଦ ଜାକ୍ତା ମାଝୀ ମେମୋରିଆଲ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୫:ଏସ୍ଏସ୍ଆଇଟି ଏଫ୍ସି ଚମ୍ପିଆନ୍:Ommtv Kalinga Vikas
ସହିଦ ଜାକ୍ତା ମାଝୀ ମେମୋରିଆଲ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୫:ଏସ୍ଏସ୍ଆଇଟି ଏଫ୍ସି ଚମ୍ପିଆନ୍:Ommtv Kalinga Vikas
Omm tv ମୟୁରଭଞ୍ଜ ଯଶିପୁର ରୁ ନିହାର ରଞ୍ଜନ ମହାନ୍ତ
କରଂଜିଆ :କରଂଜିଆ ବ୍ଲକ ଅନ୍ତର୍ଗତ ପାଟବିଲ ଗ୍ରାମ ପଂଚାୟତର କଳାକାଦ ମିନି ଷ୍ଟାଡିୟମ୍ଠାରେ କେଁଝରା ଜୟ ଜବାନ୍ କ୍ଲବ ଦ୍ବାରା ଏକଦିବସୀୟ ସହିଦ ସେନାନୀ ଜାକ୍ତା ମାଝୀ ମେମୋରିଆଲ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ -୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଫୁଟବଲ୍ ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲରେ ଖଡିକୁଦର ଏଫ୍ସି ବନାମ ଏସ୍ଏସ୍ଆଇଟି ଏଫ୍ସି ମଧ୍ୟରେ କଡା ମୁକାବିଲା ହୋଇଥିଲା। ଫାଇନାଲ୍ ମ୍ୟାଚ୍ରେ ଏସ୍ଏସ୍ଆଇଟି ଏଫ୍ସି ୨-୦ ଗୋଲ୍ରେ ଖଡିକୁଦର ଏଫ୍ସିକୁ ପରାସ୍ତ କରି ଚମ୍ପିଆନ୍ ହୋଇଛି। ଉଭୟ ବିଜେତା ଓ ଉପବିଜେତା ଦଳକୁ ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।ଏହି ଅବସରରେ ସହିଦ ସେନାନୀ ଜାକ୍ତା ମାଝୀଙ୍କ ଧର୍ମପତ୍ନୀ ଜବାମଣୀ ମାଝୀ ସତନ୍ତ୍ର ଅତିଥି ଭାବେ ଯୋଗଦେଇ ଫାଇନାଲ ମ୍ୟାଚ୍ରେ ଅନ୍ୟ ସମସ୍ତ ଅତିଥିମାନଙ୍କ ସହ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।ସମ୍ମାନିତ ଅତିଥି ଭାବେ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ୍ ଜନଜାତି ପ୍ରତିନିଧି ଏସ୍ଏସ୍ଆଇଟି ପଲିଟେକ୍ନିକ୍ର ଉପାଧ୍ୟକ୍ଷ ଇଂ ସତ୍ୟନାରାୟଣ ମାଝୀ ଯୋଗଦେଇ କ୍ରୀଡାବିତ୍ଓ କ୍ରୀଡାପ୍ରେମୀମାନଙ୍କୁ ଉତ୍ସାହିତ କରିବା ସହ ପରିବେଶ ସୁରକ୍ଷାରେ ହିଁ

କ୍ରୀଡା ଭିତ୍ତିଭୂମିର ବିକାଶ ହୋଇପାରିବ ବୋଲି ଆହ୍ବାନ ଦେଇଥିଲେ।ସେହିପରି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସାମାୟ ପୂର୍ତ୍ତି ସେନାନୀ ପରିବାର ଏଭଳି ଆୟୋଜନକୁ ସହଯୋଗ କରୁଥିବାରୁ ଭୁରିଭୁରି ପ୍ରଶଂସା କରିଥିଲେ।ପାଟବିଲ ସରପଞ୍ଚଙ୍କ ଉପଦେଷ୍ଟା ଦିପୁ ନାଏକ, ଅଧ୍ୟାପକ ଉତ୍ତମ କୁମାର ନାଏକ, ସମାଜସେବୀ ଜୟହରି ନାଏକ, ଲାଲମୋହନ ଟୁଡୁ, ଦେବେନ୍ଦ୍ରନାଥ ବାଲମୁଚ୍, ସୁଶାନ୍ତ କୁମାର ନାଏକ,କାପୁରା ଟୁଡୁ ପ୍ରମୁଖ ଯୋଗଦେଇଥିଲେ। କ୍ଲବର ସଭାପତି କୁନା ପାତ୍ର ଓ ସମ୍ପାଦକ ସୁନିଲ କୁମାର ମାଝୀଙ୍କ ନେତୃତ୍ବରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ମେଘରାୟ ମାର୍ଣ୍ଡି ସଭାମଂଚ ପରିଚାଳନା କରିଥିଲେ।ଫାଇନାଲ ମ୍ୟାଚ୍ରେ କଳାକାଦ ମା ବାଉଳି ଉଚ୍ଚ ବିଦ୍ୟାଳୟର କ୍ରୀଡାଶିକ୍ଷକ ମନୋଜ କୁମାର ପାତ୍ର ରେଫରୀ ଦାୟିତ୍ବ ତୁଲାଇଥିବା ବେଳେ ରୁପସିଂ ଦିଗି, ରାମଚନ୍ଦ୍ର ହେମ୍ବ୍ରମ,ବିକ୍ରମ ମାର୍ଣ୍ଣି, ଦେବେନ୍ଦ୍ର ସୋରେନ୍ ଓ ଲକ୍ଷ୍ମଣ ବାସ୍କେ ପ୍ରମୁଖ ଅନ୍ୟ ସମସ୍ତ ମ୍ୟାଚ୍ ଗୁଡିକପରିଚାଳନା କରିଥିଲେ।ଭାଷ୍ୟକାର ରାମଚନ୍ଦ୍ର ହେମ୍ବ୍ରମ ଓ କିସୁନ୍ ବାସ୍କେ ପ୍ରତ୍ୟକ୍ଷଧାରା ବିବରଣୀ ପ୍ରଦାନ କରିଥିବା ବେଳେ କ୍ଲବର ସଦସ୍ୟ ନରେନ୍ଦ୍ର ମାଝୀ, ରାଜୁରାଜ ମାଝୀ, ସୁଦାମ ମାଝୀ, ଭୁଜୁ ମାଝୀ, ବିଜୁରାଜ ମାଝୀ, ଦେବାଶିଷ ପାତ୍ର, ଦ୍ରୋଣ ପାତ୍ର,ପ୍ରଦୀପ ପାତ୍ର, ଘନ ପାତ୍ର, ଦିଲ୍ଲୀପ ମାର୍ଣ୍ଡି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ସଭା ସଂଯୋଜନା କରୁଥିବା ଶ୍ରୀମାର୍ଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍
