ଷଷ୍ଠତମ ରାଜ୍ୟସ୍ତରୀୟ ସ୍ପୋର୍ଟସ ଚାମ୍ପିଅନସିପ ଉଦଘାଟିତ - ୨୦୨୫:Ommtv Kalinga Vikas
ଷଷ୍ଠତମ ରାଜ୍ୟସ୍ତରୀୟ ସ୍ପୋର୍ଟସ ଚାମ୍ପିଅନସିପ ଉଦଘାଟିତ - ୨୦୨୫:Ommtv Kalinga Vikas
ଷଷ୍ଠତମ ରାଜ୍ୟସ୍ତରୀୟ ସ୍ପୋର୍ଟସ ଚାମ୍ପିଅନସିପ ଉଦଘାଟିତ - ୨୦୨୫:Ommtv Kalinga Vikas
ଭୁବନେଶ୍ୱର :- (ରିପୋର୍ଟ:ରଞ୍ଜନକୁମାର ପାତ୍ର)
ଷଷ୍ଠତମ ରାଜ୍ୟସ୍ତରୀୟ ଯୋଗାସନ ସ୍ପୋର୍ଟସ ଚାମ୍ପିଅନସିପ -୨୦୨୫ କଳିଙ୍ଗ ଷ୍ଟାଡିୟମରେ ତା. ୧୬.୦୮.୨୦୨୫ ରୁ ୧୮.୦୮.୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଯାହା ଆଜି ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା ଉଦ୍ଘାଟନ ଉତ୍ସବ ରେ ରାଜ୍ୟ ଅଲିମ୍ପିକ ଆସୋସିଏସନ୍ ର ସଭାପତି ସମୀର କୁମାର ମହାନ୍ତି ଯୋଗ ଦେଇଥିଲେ। ତାହା ସହ ରମ୍ମା ବଲ୍ଲଭ, ସାନ୍ତମତୀ ଦାସ୍, ଦିବାକର ହରିଚନ୍ଦନ, ଆଲୋକ କୁମାର ସ୍ୱାଇଁ, ମମତା ସାହୁ, ପ୍ରକାଶ ଗୋଛି ଓ ବରଣ୍ୟ ଅତିଥି ବୃନ୍ଦ ପ୍ରଦୀପ ପଜୋଳନ କରି ଉଦ୍ଘାଟନ କରିଥିଲେ।

ଏହି ପ୍ରତିଯୋଗିତାରେ ସମଗ୍ର ଓଡ଼ିଶାରୁ ୩୦୦ ରୁ ଉର୍ଦ୍ଧ୍ବ ଆଥଲେଟ୍ ଏବଂ ୭୦ ବୈଷୟିକ ଅଫିସିଆଲ୍ ଭାଗ ନେଇଥିଲେ।
କ୍ରୀଡ଼ା ଓ ଯୁବସେବା ବିଭାଗ , ଓଡ଼ିଶା ର ନିର୍ଦ୍ଦେଶକ ଙ୍କ ମାର୍ଗଦର୍ଶନରେ , ଯୋଗାସନ ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡିଶା ର ସଭାପତି ସି.ଏ. ଦିବାକର ପ୍ରସାଦ ହରିଚନ୍ଦନ, ସଂପାଦକ ୟ୍ୱଆଇଟ୍. ମନୋଜ କୁମାର ମୁଖାର୍ଜୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଅଛି।
ସଫଳତାସହ କୃତକାର୍ଯ୍ୟ ହୋଇଥିବା ଆଥଲେଟ୍ ମାନେ ଆଗାମୀ ୩୯ ତମ ଜାତୀୟସ୍ତରୀୟ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଅଂଶଗ୍ରହଣ କରିବେ ବୋଲି ସଂପାଦକ ମନୋଜ କୁମାର ମୁଖାର୍ଜୀ କହିଛନ୍ତି।
