"ଆଞ୍ଚଳିକ ଉନ୍ନୟନ ପରିଷଦ ଲାଞ୍ଜିଗଡ " ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରାଗଲା : Ommtv Kalinga Vikas

"ଆଞ୍ଚଳିକ ଉନ୍ନୟନ ପରିଷଦ ଲାଞ୍ଜିଗଡ " ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରାଗଲା : Ommtv Kalinga Vikas

"ଆଞ୍ଚଳିକ ଉନ୍ନୟନ ପରିଷଦ ଲାଞ୍ଜିଗଡ " ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରାଗଲା : Ommtv Kalinga Vikas

"ଆଞ୍ଚଳିକ ଉନ୍ନୟନ ପରିଷଦ ଲାଞ୍ଜିଗଡ " ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରାଗଲା : Ommtv Kalinga Vikas

କଳାହାଣ୍ଡି ଜିଲ୍ଲା,୧୫/୧୦ (ବି,ପ୍ର) ଆଜି ଅପରାହ୍ଣ ସମୟରେ ଲାଞ୍ଜିଗଡ଼ ସାପ୍ତାହିକ ହାଟ ପ୍ରାଙ୍ଗଣରେ ଲାଞ୍ଜିଗଡ଼ ତଥା ପାଖ ପଡୋଶୀ ୦୬ ଗୋଟି ପଞ୍ଚାୟତ ର ଜନସାଧାରଣଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ଗତ ମାସ ୧୪/୦୯/୨୦୨୫ ତାରିଖ ଦିନ ପ୍ରଥମ ବୈଠକ ହୋଇଥିଲା I ସେହି ବୈଠକରେ ଆବାହକ ଚନ୍ଦ୍ରଧ୍ଵଜ ପେସନିଆ ସମସ୍ତ କଥା ଉପରେ ଆଲୋକପାତ କରିଥିଲେ ଯଥା:- ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଠାରେ ପ୍ରତିଷ୍ଠା କରିବା ଓ ବିଶ୍ୱନାଥପୁର ନୂତନ ବ୍ଲକ ପ୍ରତିଷ୍ଠା କରାଯାଉ,ଲାଞ୍ଜିଗଡ ଠାରେ ଅତିରିକ୍ତ ତହସିଲ ଅଫିସ ପ୍ରତିଷ୍ଠା, ଲାଞ୍ଜିଗଡ କୁ ବିଜ୍ଞIପିତ ଅଞ୍ଚଳ ପରିଷଦ (ଏନ ଏ ସି) ଘୋଷଣା କରାଯାଉ, ସରକାରଙ୍କ ଦ୍ଵାରା ଲାଞ୍ଜିଗଡ଼ ର ଜଗନ୍ନାଥପୁରଠାରେ ପ୍ରସ୍ତାବିତ ସରକାରୀ ଆଇ ଟି ଆଇ ପ୍ରତିଷ୍ଠା,ଲାଞ୍ଜିଗଡ଼ ସହରର ମୁଖ୍ୟ ରାସ୍ତାକୁ ସାମ୍ପ୍ରସାରଣ କରାଯାଉ, ଲାଞ୍ଜିଗଡ ଠାରେ ରେଜିଷ୍ଟIର ଓ ସବ ଟ୍ରେଜେରି ଅଫିସ୍ ପ୍ରତିଷ୍ଠା କରାଯାଉ, ଲାଞ୍ଜିଗଡ ଠାରେ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ କରାଯାଉ, ଲାଞ୍ଜିଗଡ ଠାରେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଉ, ଲାଞ୍ଜିଗଡ଼ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ କରାଯାଉ,ଛତ୍ରପୁର ଛକ ଠାରୁ ବାତେଲିମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ,ବlତେଳିମା ଠାରୁ ସିନ୍ଧବାହଲ ଓ ଧାରତୋଟା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ,୬ ଗୋଟି ଗ୍ରାମ ପଞ୍ଚାୟତ ଗାଁ ଗୁଡିକରେ ଆଲୋକିକରଣର ବ୍ୟବସ୍ଥା କରାଯାଉ ଇତ୍ୟାଦି ଉପରେ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରିବା ସ୍ଥିର କରାଯାଇଥିଲା I ଏହି କାର୍ଯ୍ୟଗୁଡ଼ିକ ଆଗେଇ ନେବା ପାଇଁ ଏକ ଉନ୍ନୟନ ପରିଷଦ ଗଠନ କରିବା ଓ ତାର ନାମ କରଣ ପାଇଁ ପ୍ରସ୍ତାବ ମଧ୍ୟ ଆଗତ ହୋଇଥିଲା I ଏହି ପରିଷଦର ନାମକରଣ ସମସ୍ତଙ୍କର ସର୍ବସମ୍ବତି କ୍ରମେ"ଆଞ୍ଚଳିକ ଉନ୍ନୟନ ପରିଷଦ ଲାଞ୍ଜିଗଡ଼"ନାମ କରଣ କରାଯାଇଥିଲା । ଏହି ପରିଷଦକୁ ପରିଚାଳନା କରିବା ପାଇଁ ଏକ ଗଭର୍ଣିଂବଡି କମିଟି ସଦସ୍ୟ ବଛାଯାଇଥିଲା ଓ ଅନ୍ୟାନ୍ୟ କମିଟି ଗୁଡ଼ିକ ସଦସ୍ୟ ବଛା ଯାଇଥିଲl I :-ସେମାନେ ହେଲେ: ଗଭର୍ଣିଂବଡି ବୋର୍ଡ ସଦସ୍ୟ ହେଲେ :-ଶ୍ରୀଧର ପେଶନିଆ-ସଭାପତି, ରାଜେନ୍ଦ୍ର ପ୍ରତାପ ସିଂଦେଓ - କାର୍ଯ୍ୟକାରୀ ସଭାପତି,ଶ୍ରୀମୁଖ ଅଗସ୍ତି - ସାଧାରଣ ସମ୍ପାଦକ,ଅଶୋକ କୁମାର ପଟ୍ଟନାୟକ ସହ ସମ୍ପାଦକ,ଶିଶିର ପୁଝାରୀ ସହ ସମ୍ପାଦକ,ଭୂପେନ୍ଦ୍ର ମହରଥା ସହ ସମ୍ପାଦକ,ସୁବାସ ଅଗ୍ରୱାଲ କୋଷାଧ୍ୟକ୍ଷ,ସୁବାସ ଚନ୍ଦ୍ର ମହାପାତ୍ର ସହ କୋଷାଧ୍ୟକ୍ଷ,ଆବାହକ ଦ୍ବୟ:-ସୁରେନ୍ଦ୍ର ପ୍ରତାପ ସିଂଦେଓ,ଚନ୍ଦ୍ରଧ୍ଵଜ ପେସନିଆ ଆଇନ ପରାମର୍ଶଦାତା :- ସିଦ୍ଧାର୍ଥ ନାୟକ, ଆଇନଜିବୀ,ଅନ୍ ୱାର ଭାରତୀ ଆଇନଜିବୀ ପରାମର୍ଶଦାତା କମିଟି ସଦସ୍ୟ:-ସରସ୍ଵତୀ ମୁଣ୍ଡା ସରପଞ୍ଚ ଲାଞ୍ଜିଗଡ଼ ପଞ୍ଚାୟତ,ଚlଞ୍ଚେର ମାଝୀ ସରପଞ୍ଚ ବସନ୍ତପଡ଼l ପଞ୍ଚୟତ,ସୁଷମା ମାଝୀ ସରପଞ୍ଚ ଛତ୍ରପୁର ପଞ୍ଚାୟତ,ମୁଗୁନା ମାଝୀ ସରପଞ୍ଚ ଜଗନ୍ନାଥପୁର ପଞ୍ଚାୟତ, କରୁଣାକର ମାଝୀ, ସରପଞ୍ଚ ବlତେଲିମା ପଞ୍ଚାୟତ,ସୋନାଲି ମାଝୀ ସରପଞ୍ଚ ତ୍ରିଲୋଚନପୁର ପଞ୍ଚାୟତ, କାମରାଜ ଦଳବେହେରା,ହରେକୃଷ୍ଣ ଯୋଶୀ, ସେନାପତି ନାଏକ,ବିପିନ୍ ପଟ୍ଟନାୟକ, ତ୍ରିନାଥ ମହାଖୁଡ,ଧାନ ମାଝୀ ମିଡ଼ିଆ ସେଲ୍ ପରିଚାଳନା କମିଟି:- କ୍ଷମlନିଧି ମହାଖୁଡ଼ (ସମ୍ବାଦ),ମହେଶ୍ବର ପତି (କଳିଙ୍ଗ ବିକାଶ,ଓମ ଟିଭି) ଓ ଏମ୍. ଚନ୍ଦ୍ରଶେଖର (ପ୍ରମେୟ )ଏଥିସହିତ ଏକ ୭୫ ଜଣ କାର୍ଯ୍ୟନିର୍ବାହୀ କମିଟି ଗଠନ ହୋଇଥିଲା I ସେହିଦିନ ହିଁ ନିଷ୍ପତି ହୋଇଥିଲା ଯେ ଅକ୍ଟୋବର ମାସରେ ଅନୁଷ୍ଠାନିକ ଭାବରେ ଶୁଭ ଉଦଘାଟନ କରାଯିବ ।ଆଜି ପ୍ରଥମେ ଆମର ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ଲାଞ୍ଜିଗଡ଼ ପlଟରାଜା ସ୍ୱର୍ଗତ ମାହେଶ୍ୱରୀ ପ୍ରସାଦ ଦେଓ ଙ୍କ ଫୋଟୋ ରେ ପୁଷ୍ପ ମlଲ୍ୟ ଓ ପୂଜାର୍ଚ୍ଚନା କରି ଆଜିର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆଜିକାର ଉଦଘାଟନ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ରାଜା ଶ୍ରୀ ସୁରେନ୍ଦ୍ର ପ୍ରତାପ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସେହି ଉଦଘାଟନ କାର୍ଯ୍ୟକ୍ରମକୁ ଏହି କମିଟି ସଦସ୍ୟ ସବୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ଲାଞ୍ଜିଗଡ଼ ଅଞ୍ଚଳର ବିକାଶ କରିବା ପାଇଁ କାର୍ଯ୍ୟକରିବେ ବୋଲି ସର୍ବସମ୍ବତି କ୍ରମେ ଆଜି ସ୍ଥିର କରାଗଲା । ଏହି "ଆଞ୍ଚଳିକ ଉନ୍ନୟନ ପରିଷଦ ଲାଞ୍ଜିଗଡ"କାର୍ଯ୍ୟକଳାପ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଆଗlମୀ ଦିନରେ ଯଥା ଶୀଘ୍ର ୦୬ ଗୋଟି ପଞ୍ଚୟତର ପ୍ରାୟ ସହସହ ଜନସାଧାରଣ ମିଶି ଏହି କାର୍ଯ୍ୟକ୍ରମକୁ ଅIଗକୁ ବଢ଼େଇବା ବୋଲି ସମସ୍ତ ଜନସାଧାରଣ ଗାଁର ଇଷ୍ଟ ଦେବା ଦେବୀ ଙ୍କୁ ସ୍ମରଣକରି ଶପଥ ନେଲେ I ଏହି କାର୍ଯ୍ୟକ୍ରମକୁ ପରିଷଦର ନୂତନ ସାଧାରଣ ସମ୍ପାଦକ ଶ୍ରୀମୁଖ ଅଗସ୍ତି ପରିଚାଳନା କରିଥିଲେ। କାର୍ଯ୍ୟ ନିର୍ବାହ କମିଟି ସଦସ୍ୟ ପାତ୍ର ମାଝୀ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ସଭା ସାଙ୍ଗ କରିଥିଲେ I