କିଟ୍ କ୍ୟାମ୍ପସ୍‌ରେ ବିଶ୍ବକର୍ମା ପୂଜା: Ommtv Kalinga Vikas

କିଟ୍ କ୍ୟାମ୍ପସ୍‌ରେ ବିଶ୍ବକର୍ମା ପୂଜା: Ommtv Kalinga Vikas

କିଟ୍ କ୍ୟାମ୍ପସ୍‌ରେ ବିଶ୍ବକର୍ମା ପୂଜା: Ommtv Kalinga Vikas

କିଟ୍ କ୍ୟାମ୍ପସ୍‌ରେ ବିଶ୍ବକର୍ମା ପୂଜା: Ommtv Kalinga Vikas

BBSR, ୧୭/୯(KV): ପବିତ୍ର ବିଶ୍ବକର୍ମା ପୂଜା ଅବସରରେ ଆଜି କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ବିଶ୍ବକର୍ମା ଦେବଙ୍କ ପୂଜାର୍ଚ୍ଚନା। ଏହି ଅବସରେ ୩୦ ଟି କ୍ୟାମ୍ପସ୍‌ର ହଜାର ହଜାର ଶିକ୍ଷାର୍ଥୀ, ଓ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ବରିଷ୍ଠ ଅଧିକାରୀମା‌ନେ ପୂଜା ମଣ୍ଡପ ନିକଟରେ ଏକାଠି ହୋଇ ପୂଷ୍ପାଞ୍ଜଳୀ ଦେଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ହୋମରେ ଘୃତ ଦାନକରିବା ସହିତ ବିଶ୍ବକର୍ମାଙ୍କ ନିକଟରେ ଜଳଲାଗି କରିଥିଲେ। ଅନୁଷ୍ଠାନରେ ଥିବା ଧନ୍ଧାମୂଳକ ପ୍ରଶିକ୍ଷଣ ଛାତ୍ରଛାତ୍ରୀମାନେ ନିଜର ଯନ୍ତ୍ରପାତିକୁ ଠାକୁରଙ୍କ ନିକଟରେ ପୂଜା ପାଇଁ ଆଣି ଶେଷର ସେଗୁଡ଼ିକୁ ପୁଣି କ୍ୟାମ୍ପସ୍‌କୁ ନେଇଯାଇଥିଲେ। ଏହି ଅବସରରେ ଅଙ୍କୁରରୋପଣ ପରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ବିଶ୍ବକର୍ମା ଦେବଙ୍କ ଦର୍ଶନକରି ପ୍ରସାଦ ସେବନ କରିଥିଲେ। ସଂଧ୍ୟାରେ ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।