ଜନ୍ମବେଦିରୁ ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି :Ommtv Kalingavikas
ଜନ୍ମବେଦିରୁ ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି :Ommtv Kalingavikas
ଜନ୍ମବେଦିରୁ ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି :Ommtv Kalingavikas

ରାଇରଙ୍ଗପୁର: ମହାବାହୁଙ୍କର ବାହୁଡା ଯାତ୍ରା ପ୍ରବଳ ବର୍ଷା ସତ୍ତ୍ବେ ଶାନ୍ତି ଶୃଙ୍ଖଳାର ସହ ଅପୂର୍ବ ଜନସମାବେଶ ମଧ୍ୟରେ ସଂପନ୍ନ ହୋଇଛି।ଝିପିଝିପି ବର୍ଷାରେ ହଜାର ହଜାର ସଂଖ୍ୟାରେ ମହିଳା, ବିଶେଷତଃ ଯୁବତୀମାନେ ଆଗ୍ରହ ଓ ଉତ୍ସାହର ସହ ଭିଜିଭିଜି ଜୟ ଜଗନ୍ନାଥ ଧ୍ବନି ଦେଇ ନାଚିନାଚି ବାହୁଡା ରଥକୁ ଟାଣିଥିଲେ।ପରମ୍ପରା ଅନୁସାରେ ଦ୍ବିତୀୟଦିନ କେବଳ ମହିଳାମାନେ ସାହୁ ଲଜ୍ ସମ୍ମୁଖରୁ ରଥ ଟାଣିଥିଲେ। ଏହି ସମୟରେ ଭାଷ୍ୟକାର ଶ୍ରୀଜଗନ୍ନାଥ ଚେତନା ଓ ସେବା ସଂଘର ସଭାପତି ସ୍ତମ୍ଭକାର ଲଳିତ ମହାନ୍ତ, ସମ୍ପାଦକ ଶଚିକାନ୍ତ କର, ମୁଖ୍ୟ ସମ୍ପାଦିକା ପୁଷ୍ପାଂଜଳି ତ୍ରିପାଠୀ, ଉପସଭାପତି ଦୁଷ୍ମନ୍ତ ବସା, କାର୍ଯ୍ୟକାରୀ କମିଟି ସଦସ୍ୟ ନିଗମାନନ୍ଦ ପଟ୍ଟନାୟକ,ଆଜୀବନୀ ସଦସ୍ୟ ଦିଗମ୍ବର ଗିରି, ରଂଜନ ନନ୍ଦ,ବିଜୟ ରାମ ଓ ସଦସ୍ୟା ପୁଷ୍ପଲତା ମହାନ୍ତି ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ। ରଥଟଣା ହୋଇ ଜଗନ୍ନାଥ ମାର୍କେଟ୍ସ୍ଥିତ ରଥଖଳା ସମ୍ମୁଖକୁ ପହଂଚି ସ୍ଥରୀକରଣ ହେବା ପରେ ରଥ ଉପରେ ଭକ୍ତଙ୍କ ଉପରକୁ ଭୋଗ ନିକ୍ଷେପ କରାଯାଇଥିଲା। ପବିତ୍ର ହରିଶୟନ ଏକାଦଶୀ ଥିବାରୁ ନୀତିକାନ୍ତି ପୂଜାର୍ଚ୍ଚନା ପରେ ରଥ ଉପରେ ଆକର୍ଷଣୀୟ ସୁନାବେଶରେ ବାହୁଡା ବ୍ରହ୍ମ ସାହାଣ ମେଲାରେ ଦର୍ଶନ ଦେଇଥିଲେ। ମୁଖ୍ୟପୂଜକ ଦେବବ୍ରତ ରଥ ମହାପାତ୍ର, ପୂଜକ ଲକ୍ଷ୍ମୀକାନ୍ତ ରଥ ମହାପାତ୍ର (ବଳିଆ) ଓ ସାଥୀ ସହ ରଥରୁଢ
ମହାପ୍ରଭୁଙ୍କ ମହାଆଳତୀ ସମ୍ପନ୍ନ ହୋଇଥିଲା। ସେବକ ଗୌତମ ସେଠୀ, ମଦନ ମହାନ୍ତ,ଖଗେଶ୍ବର ସାହୁ ପ୍ରମୁଖ ସହଯୋଗ କରିଥିଲେ।ଦ୍ବାଦଶୀ ଦିନ ରଥ ଉପରେ ପୂଜାର୍ଚ୍ଚନା ପରେ ହରିବୋଲ,ହୁଳହୁଳି ହରିନାମ ସଂକୀର୍ତ୍ତନ ମଧ୍ୟରେ ବିଗ୍ରହମାନେ ଧାଡି ପହଣ୍ଡି ହୋଇ ନିଳାଦ୍ରି ବିଜେ ହୋଇଥିଲେ।ଏହି ସମୟରେ ରଥଯାତ୍ରା କମିଟିର ଅଧ୍ୟକ୍ଷ ତଥା ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ,ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ, ଉପଜିଲ୍ଲାପାଳ ସୌମ୍ୟରଂଜନ ପ୍ରଧାନ, ଅତିରିକ୍ତ ଏସ୍ପି ଯଦୁମଣି ଜେନା, ଏସ୍ଡିପିଓ ଗୋକୁଳାନନ୍ଦ ସାହୁ,ଡିଏଫ୍ଓ ଶିବପ୍ରସାଦ ରଥ ସ୍ଥାନୀୟ ମାନ୍ୟଗଣ୍ୟ ନବୀନ ରାମ, ସଂଜୀବ ମହାନ୍ତି, ବାପି ଦାସ, ବିକାଶ ମହାନ୍ତ, ଶିବୁ ଅଗ୍ରୱାଲ, ସୂରଥ ପଟ୍ଟନାୟକ, କାଉନସିଲର ଆଲୋକ ମହାନ୍ତ ଓ ଗୌରବ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।ଲଘୁଚାପ ଜନିତ ଲଗାଣ ବର୍ଷା ସତ୍ତ୍ବେ ନୀଳାଦ୍ରି ବିଜେ ନୀତି ଦେଖିବାପାଇଁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା।
ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍
