ଶ୍ରୀଜୀଉଙ୍କ ପାଖରେ କାଲି ରଥ ଉପରେ ଲାଗିହେଲା ଆଧରପଣ,ଆଜିହେଲା ନୀଳାଦ୍ରି ବିଜେ:Ommtv Kalingavikas
ଶ୍ରୀଜୀଉଙ୍କ ପାଖରେ କାଲି ରଥ ଉପରେ ଲାଗିହେଲା ଆଧରପଣ,ଆଜିହେଲା ନୀଳାଦ୍ରି ବିଜେ:Ommtv Kalingavikas
ଶ୍ରୀଜୀଉଙ୍କ ପାଖରେ କାଲି ରଥ ଉପରେ ଲାଗିହେଲା ଆଧରପଣ,ଆଜିହେଲା ନୀଳାଦ୍ରି ବିଜେ:Ommtv Kalingavikas

କଳାହାଣ୍ଡି ଜିଲ୍ଲା,୦୯/୦୭ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ସୋମବାର ଦିନ ସନ୍ଧ୍ୟାରେ ଲାଞ୍ଜିଗଡ ବୈକୁଣ୍ଠପୁରୀ ପାଖରେ ଅଟିକି ଥିବା ରଥ ଉପରେ ତିନି ଠାକୁରଙ୍କ ଆଧାରପଣା ତିନୋଟି ହାଣ୍ଡି ଭଙ୍ଗା ଯାଇଥିଲା I ପ୍ରଥମେ ବଲଭଦ୍ରଙ୍କ ପାଖରେ ଅଧରପଣା ହାଣ୍ଡି ପୂଜା କରାଯାଇଥିଲା ତାପରେ ଭୋଉଣୀ ସୁଭଦ୍ରାଙ୍କ ପାଖରେ ଅଧରପଣା ହାଣ୍ଡି ପୂଜା ହେଇଥିଲା ପରେପରେ ଜଗନ୍ନାଥଙ୍କ ପାଖରେ ଅଧରପଣା ହାଣ୍ଡି ପୂଜା କରାଯାଇଥିଲା,ତାପରେ ତିନିଠାକୁରଙ୍କ ଅଧରପଣା ହାଣ୍ଡିକୁ ଭଙ୍ଗାଯାଇଥିଲା ଘୋଷଯାତ୍ରା ବାରଦିନ ଲୀଳାଖେଳା ପରେ ଶ୍ରୀଜୀଉମାନେ ମଙ୍ଗଳବାର ସନ୍ଧ୍ୟାରେ ନୀଳାଦ୍ରି ବିଜେ କରିଥିଲେ I ରଥାରୁଢ଼ ଚତୁର୍ଦ୍ଧା ବିଗ୍ରହ ରଥ ଉପରୁ ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରା ଯାଇଥିଲା I ଏତେ ଦିନ ଧରି ମାନ କରି ରହିଥିବା ମା " ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥିଲେ ବ୍ରହ୍ମIଣ୍ଡଠାକୁର I ଲାଞ୍ଜିଗଡ ବୈକୁଣ୍ଠପୁରୀର ମନ୍ଦିର ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ପାଇଁ ଆଘୁଆ ପ୍ରସ୍ତୁତ କରାଯାଇଥିଲା I ଜନଶ୍ରୁତି ଅନୁଯାୟୀ ଠାକୁରମାନଙ୍କ ଉଦେଶ୍ୟରେ ଭୋଗ ହୋଇ ରଥର ପାର୍ଶ୍ଵ ଦେବଦେବୀ ଓ ଅନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କ ପାଇଁ ଅଧରପଣା ହାଣ୍ଡି ଭଙ୍ଗା ଯାଇଥିଲା I ପୁଣି ତା ପର ଦିନ ବା ମଙ୍ଗଳବାର ଦିନ ସନ୍ଧ୍ୟାରେ ଚତୁର୍ଦ୍ଧା ଠାକୁରଙ୍କୁ ଶ୍ରୀମନ୍ଦିରରେ ବ୍ରାହ୍ମଣମାନେ ବିଜେ କରେଇ ଥିଲେ I
