ଭାରତରେ ଡିଜାଇନ୍‌ ହୋଇଥିବା ସ୍ମାର୍ଟଫୋନ୍‌ ‘ଏଆଇପ୍ଲସ’:Ommtv Kalingavikas

ଭାରତରେ ଡିଜାଇନ୍‌ ହୋଇଥିବା ସ୍ମାର୍ଟଫୋନ୍‌ ‘ଏଆଇପ୍ଲସ’:Ommtv Kalingavikas

ଭାରତରେ ଡିଜାଇନ୍‌ ହୋଇଥିବା ସ୍ମାର୍ଟଫୋନ୍‌ ‘ଏଆଇପ୍ଲସ’:Ommtv Kalingavikas

ଭାରତରେ ଡିଜାଇନ୍‌ ହୋଇଥିବା ସ୍ମାର୍ଟଫୋନ୍‌ ‘ଏଆଇପ୍ଲସ’:Ommtv Kalingavikas

ନୂଆଦିଲ୍ଲୀ, ୧୦/୭: ଡିଜିଟାଲ୍ ହେଉଛି ଭାରତ। ତାହାକୁ ନଜରରେ ରଖି ନେକ୍ସଟ୍‌କ୍ବାଟମ୍‌ ପକ୍ଷରୁ ‘ଏଆଇପ୍ଲସ’ ସ୍ମାଟ୍‌ଫୋନ୍‌ର ଲୋକାର୍ପଣ ହୋଇଛି। ‘ଏଆଇପ୍ଲସ’ ସ୍ମାଟ୍‌ଫୋନ୍‌ ସିଇଓ ତଥା ନେକ୍ସଟ୍‌କ୍ବାଟମ୍‌ ସିଫ୍ଟ ଟେକ୍ନୋଲୋଜିର ପ୍ରତିଷ୍ଠାତା ମାଧବ ସେଠ୍‌, ଗୁଗ୍‌ଲ କ୍ଲାଉଡ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶଶିକୁମାର ଶ୍ରୀଧରନ୍‌ ଓ ଫ୍ଲିପ୍‌କାର୍ଟର ମୋବାଇଲ୍ସ ଉପସଭାପତି ସମୃତି ରବିଚନ୍ଦ୍ରନ୍‌ ପ୍ରମୁ୍‌ଖ ଅତିଥି ଭାବେ ଯୋଗଦେଇ ମୋବାଇଲ୍‌ର ଲୋକାର୍ପଣ କରିଥିଲେ। ଭାରତ ଦୁନିଆର ଦ୍ବିତୀୟ ବୃହତ୍ତମ ସ୍ମାର୍ଟଫୋନ୍‌ ବଜାର, ଯେଉଁଠାରେ ୮୦୦ ମିଲିୟନ୍‌ରୁ ଅଧିକ ବ୍ୟବହାରକାରୀ ଅଛନ୍ତି। ତଥାପି ଆଜି ଅଧିକାଂଶ ସ୍ମାର୍ଟଫୋନ୍‌ ବିଦେଶୀ ସଫ୍ଟୱେୟାର ଉପରେ ଚାଲିଥାଏ। ବ୍ୟବହାରକାରୀଙ୍କ ଡାଟାକୁ ଦେଶ ବାହାରର ତୃତୀୟ ପକ୍ଷ ସିଷ୍ଟମ ମାଧ୍ୟମରେ ପଠାଇଥାନ୍ତି। ତାହାର ସମାଧାନ କରିବାକୁ ଏଆଇପ୍ଲସ ସ୍ମାର୍ଟଫୋନ୍‌ର ଡିଜାଇନ୍‌ କରାଯାଇଥିବା ଅତିଥିମାନେ କହିଛନ୍ତି।

ସମ୍ପୂର୍ଣ୍ଣ ଭାବରେ ଭାରତରେ ନିର୍ମିତ ହୋଇଛି। ଦେଶର ପ୍ରଥମ ସ୍ବାଧୀନ ମୋବାଇଲ୍‌ ଅପରେଟିଂ ସିଷ୍ଟମ ଭାବେ ଏଥିରେ ସୁଲଭତା ଓ ଗୋପନୀୟତାକୁ ବଜାୟ ରଖାଯିବ। ପ୍ରାଥମିକ ଭାବେ ଦୁଇଟି ମଡେଲ୍‌ ଯଥା ପଲ୍ସ ଓ ନୋଭା ୫ଜି ୫ଟି ବୋଲ୍ଡ ରଙ୍ଗରେ ଉପଲବ୍ଧ ହୋଇଛି। ଶ୍ରୀ ସେଠ୍‌ କହିଛନ୍ତି ଯେ ଭାରତୀୟ ବ୍ୟବହାରକାରୀଙ୍କ ହାତରେ ନିୟନ୍ତ୍ରଣ ଫେରାଇ ଆଣିବା ହେଉଛି ଏଆଇପ୍ଲସ ସ୍ମାର୍ଟଫୋନ୍‌ର ମୁଖ୍ୟ ଉଦ୍ଦେଶ୍ୟ। ଭାରତୀୟଙ୍କୁ ନଜରରେ ରଖି ଏହି ଫୋନ୍‌ ନିର୍ମାଣ ହୋଇଛି। ଏହାକୁ ସୁନ୍ଦର ଭାବେ ଡିଜାଇନ୍‌ କରାଯାଇଛି। ନୋଏଡାରେ ପ୍ରସ୍ତୁତ ହେଉଥିବା ଏହି ମୋବାଇଲ୍‌ରେ ସଫ୍ଟୱେର୍‌ ଡିଜାଇନ୍‌ ଓ ଯୋଗାଣକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଜୁଲାଇ ୧୨ ଓ ୧୩ରେ ଏହି ଦୁଇ ଫୋନ୍‌ ପ୍ଲିପ୍‌କାର୍ଟରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।