ମଧୁସୂଦନ ପତି ଙ୍କ ୩ୟବାର୍ଷିକ ତିରୋଧାନ ସ୍ମରଣସଭା : ommtv କଳିଙ୍ଗ ବିକାଶ

ମଧୁସୂଦନ ପତି ଙ୍କ ୩ୟବାର୍ଷିକ ତିରୋଧାନ ସ୍ମରଣସଭା : ommtv କଳିଙ୍ଗ ବିକାଶ

ମଧୁସୂଦନ ପତି ଙ୍କ ୩ୟବାର୍ଷିକ ତିରୋଧାନ ସ୍ମରଣସଭା : ommtv କଳିଙ୍ଗ ବିକାଶ

୰ମଧୁସୂଦନ ପତି ଙ୍କ ୩ୟବାର୍ଷିକ ତିରୋଧାନ ସ୍ମରଣସଭା : ommtv କଳିଙ୍ଗ ବିକାଶ

କଟକ,୪୨ମୌଜା ରୁ ପଦ୍ମଲୋଚନ ସାହୁ ଙ୍କ ରିପୋର୍ଟ

କଟକ,୪୨ମୌଜା ଅଞ୍ଚଳର ବିଶିଷ୍ଟ ଜନନେତା କର୍ମବୀର, ଶ୍ରମିକ, କୃଷକ,ଦଳିତ,ଗରିବ ଜନସାଧାରଣଙ୍କ ଦରଦୀ, ଲଢୁଆସାଥୀ,ବେଣ୍ଟକାର ପଂଚାୟତର ପ୍ରାକ୍ତନସରପଞ୍ଚ, ଶାନ୍ତିକମିଟିର ସାଧାରଣସମ୍ପାଦକ, ରାଜନେତା ସ୍ବର୍ଗତ ମଧୁସୂଦନ ପତିଙ୍କ ୩ୟବାର୍ଷିକ ତିରୋଧାନଦିବସ ଅବସରରେ ତାଙ୍କର ଅମ୍ଲାନ ସ୍ମୁତି ଉଦ୍ଦ୍ୟେଶରେ ଏକ ସ୍ମରଣସଭା ସ୍ଥାନୀୟ ଉତ୍କଳମଣିଗୋପବନ୍ଧୁ ପୌଢାଶ୍ରମ ଠାରେତା ୧୦।୭।୨୦୨୫ରିଖ ଦିନ ଅନୁଷ୍ଟିତ ହୋଇଥିଲା।

ଲୋକଶକ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଏହି ସ୍ମରଣସଭାରେ ଟ୍ରଷ୍ଟର ମ୍ୟାନେଜିଙ୍ଗଟ୍ରଷ୍ଟି ଇଂ ମନମୋହନ ପତି ଅଧ୍ଯକ୍ଷତାରେ ଅଞ୍ଚଳର ବହୁ ବ୍ୟକ୍ତିବିଶେଷ ୪୨ମୌଜା ଶାନ୍ତି କମିଟିର କର୍ମକର୍ତ୍ତା ତଥା ବରିଷ୍ଠ ନାଗରିକ ସର୍ବଶ୍ରୀ ଶରତ କୁମାର ରାୟ,ବୁଲେଇ ବେହେରା, ଇଂ ଅଶୋକ ବିଶ୍ୱାଳ,ବିନୋଦ ବେହେରା,ପୂର୍ଣ୍ଣ ଚନ୍ଦ୍ର ଦାଶ, କେଦାର ନାଥ ସାହୁ,ନକୁଳ ଚରଣ ବେହେରା ସମେତ ଲୋକଶକ୍ତିଟ୍ରଷ୍ଟର ଅଧକ୍ଷ ଶ୍ରୀଯୁକ୍ତ ଜନାର୍ଦନ ପତି ବିଶିଷ୍ଟ ସମାଜବାଦୀ ନେତା ରବି ନାରାୟଣ ମଲ୍ଲିକ, ଶ୍ରମିକନେତା ଅଭୟ କୁମାର ସ୍ୱାଇଁ,ଶରତ ଚନ୍ଦ୍ର ପରିଡା, ଗୋକୁଳାନନ୍ଦ ବେହେରା ପ୍ରମୁଖ ସ୍ବର୍ଗତ ପତିଙ୍କ ସ୍ମୁତିଚାରଣ କରିବାସହ ସାଂପ୍ରାତିକ ସ୍ଥିତିରେ ସ୍ବର୍ଗତ ପତିଙ୍କଭଳି ମହାନ ନେତାଙ୍କ ପଦାନୁଶରଣ କରି କାର୍ଯ୍ୟକଲେ ତାହାହିଁ ହେବ ତାଙ୍କପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ବକ୍ତବ୍ୟ ରଖିଥିଲେ।ସର୍ବଶେଷରେ ଶରତ ଚନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କଲା ପରେ ଆମନ୍ତ୍ରିତ ଅତିଥି ମାନଙ୍କୁ ନୈଶ୍ୟ ଭୋଜିରେ ଆପ୍ୟାୟିତ କରାଯାଇଥିଲା।*