ଯଶିପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳନ:Ommtv Kalinga Vikas
ଯଶିପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳନ:Ommtv Kalinga Vikas
ଯଶିପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳନ:Ommtv Kalinga Vikas
ଯଶିପୁର: ଯଶିପୁରର ଧୋବାଡିହାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରାହ୍ମୀ ସରୋବର ବୌଦ୍ଧିକ ମଣ୍ଡପରେ ଅନୁଷ୍ଠାନର ସମ୍ପାଦକ କାର୍ତ୍ତିକ ମହାନ୍ତଙ୍କର ଅଧ୍ୟକ୍ଷତାରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ଯତିନ୍ଦ୍ରନାଥ ବେହେରା ସମ୍ପାଦନା କରିଥିବା ବେଳେ ଗୁରୁମା ସଂଯୋଜନା କରିଥିଲେ।ପ୍ରାରମ୍ଭ ବୌଦ୍ଧିକ ମଣ୍ଡପରେ ପ୍ରତିଷ୍ଠିତ ମା ବୀଣାପାଣି ଓ ଭାରତମାତାଙ୍କ ଫୋଟଚିତ୍ରରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଯଶିପୁର ଖଣ୍ଡ ସହକାର୍ଯ୍ୟବାହ ଇଂ ସତ୍ୟନାରାୟଣ ମାଝୀଙ୍କର କରକମଳରେ ପୂଜାର୍ଚ୍ଚନା କରଯାଇଥିଲା।ତତ୍ପରେ ବିଦ୍ୟାର୍ଥୀମାନଙ୍କ ଦ୍ବାରା ମାତୃବନ୍ଦନା କରାଯାଇଥିଲା।ମୁଖ୍ୟ ଅତିଥି ଇଂ ମାଝୀ ମହର୍ଷି ବ୍ୟାସଦେବ ଏବଂ ଗୈରିକ ଧ୍ବଜ କିପରି ଗୁରୁର ଭୂମିକା ଅବତୀର୍ଣ୍ଣ ହୋଇଥିଲେ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ।ସମସ୍ତ ବିଦ୍ୟାର୍ଥୀଙ୍କ ସମେତ ଗୁରୁଜୀ ଗୁରମା ଭଗବା ଧ୍ବଜକୁ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ।ଗୁରୁଜୀ ଅର୍ଜୁନ ଚରଣ ମାଝୀଙ୍କ ଦ୍ବାରା ସଂଘର ପ୍ରାର୍ଥନାକୁ ସମବେତ ଧ୍ବନିରେ ଉଚ୍ଚାରଣରେ ଗାନ କରାଯାଇଥିଲେ।ଶେଷରେ ଗୁରୁମା ରଶ୍ମିତା ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍
