ନୂତନ ଓଡିଆ ବର୍ଣ୍ଣମାଳା ପୁସ୍ତକ ଲୋକାର୍ପିତ :Ommtv Kalingavikas

ନୂତନ ଓଡିଆ ବର୍ଣ୍ଣମାଳା ପୁସ୍ତକ ଲୋକାର୍ପିତ :Ommtv Kalingavikas

ନୂତନ ଓଡିଆ ବର୍ଣ୍ଣମାଳା ପୁସ୍ତକ ଲୋକାର୍ପିତ :Ommtv Kalingavikas

ନୂତନ ଓଡିଆ ବର୍ଣ୍ଣମାଳା ପୁସ୍ତକ ଲୋକାର୍ପିତ :Ommtv Kalingavikas

ରାଇରଙ୍ଗପୁର:ରାଇରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିର ସନ୍ନିକଟ କୁଡୁମୀ ଭବନରେ ଗବେଷକ ପ୍ରକଳ୍ପ ସଂଯୋଜକ ଶିକ୍ଷା ସଂସ୍କାରକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପରମାନନ୍ଦ ଦାସଙ୍କ ରଚିତ ତିନୋଟି ଓଡିଆ ବର୍ଣ୍ଣମାଳା ପୁସ୍ତକ ମନମନ୍ଦିର ଉନ୍ମୋଚିତ ହୋଇଯାଇଛି। ମନମନ୍ଦିର ପ୍ରଥମ ଭାଗ ଗଣିତ ବିଭାଗ ପ୍ରାରମ୍ଭ ପ୍ରାଥମିକ ନୂତନ ଓଡିଆ ଶିକ୍ଷା ପଦ୍ଧତି ସାହିତ୍ୟ ଏବଂ ପ୍ରାରମ୍ଭ ପ୍ରାଥମିକ ଓଡିଆ ଶିକ୍ଷା ବିକାଶର ମାର୍ଗ ପୁସ୍ତକ ତ୍ରୟ ଓଡିଆ ପ୍ରାଥମିକ ଶିକ୍ଷା-ସୌଧର ଭିତ୍ତିଭୂମି ବୋଲି ସମାରୋହରେ ପୌରହିତ୍ୟ କରି ସମ୍ଭକାର ଲଳିତ ମହାନ୍ତ ମତ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଭାବେ ଗୋରୁମହିଷାଣୀ ଆଇରନ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଡଃ ଦିଗମ୍ବର ଗିରି, ସମ୍ମାନିତ ଅତିଥି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ସେବାନିବୃତ ଶିକ୍ଷକ ଶଚିକାନ୍ତ କର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲିପ ମହାନ୍ତି, ରାଖାଲ ଚନ୍ଦ୍ର ବରାଳ, ତରଣୀସେନ୍‌ ଗିରି,ତିମିରରଂଜନ ପଣ୍ଡା,ଦିଗାମ୍ବର ସିଂ,ପ୍ରମିଳା ରାଉତ, ରବିନ୍ଦ୍ରନାଥ ଜେନା ଓ ଲେଖକଙ୍କ ଭାଇ ବ୍ରହ୍ମାନନ୍ଦ ଦାସ ପ୍ରମୁଖ ଯୋଗଦେଇ ପୁସ୍ତକ ଗୁଡିକ ଓଡିଆ ଭାଷା ଶିକ୍ଷାପ୍ରତି ମୋହ ବଢାଇବା ସହିତ କୋମଳମତି ଶିଶୁଙ୍କୁ ଓଡିଆ ଶିକ୍ଷାଭିମୁଖୀ କରାଇବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ସୌମିକ ଦାସ ପରିଚାଳନା କରିଥିବା ବେଳେ ମୋହିତ କୁମାର ପହି, ଆଦିତ୍ୟ ବଳ,ବିଷ୍ଣୁପଦ ସାହୁ ଓ ଉମେଶ୍ବର ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଲେଖକଙ୍କ ସୁପୁତ୍ର ତଥା ପୁସ୍ତକର ପ୍ରକାଶକ ମାନସ ଦାସ ଧନ୍ୟବାଦ ଦେଇଥିଲେ।

ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍‌