ବେଆଇନ୍ ଧର୍ମାନ୍ତରୀଣକୁ ତୀବ୍ର ବିରୋଧ, ସାଗାରସାହି ଓ ଉଦୟସାହି ଗ୍ରାମବାସୀଙ୍କର ମିଳିତ ବୈଠକ
ବେଆଇନ୍ ଧର୍ମାନ୍ତରୀଣକୁ ତୀବ୍ର ବିରୋଧ, ସାଗାରସାହି ଓ ଉଦୟସାହି ଗ୍ରାମବାସୀଙ୍କର ମିଳିତ ବୈଠକ
ବେଆଇନ୍ ଧର୍ମାନ୍ତରୀଣକୁ ତୀବ୍ର ବିରୋଧ, ସାଗାରସାହି ଓ ଉଦୟସାହି ଗ୍ରାମବାସୀଙ୍କର ମିଳିତ ବୈଠକ

ଯଶିପୁର,୫/୪: ଯଶିପୁର ଥାନା ଅନ୍ତର୍ଗତ ନିଉଁନ୍ତି ଗ୍ରାମପଞ୍ଚାୟତର ଉଦୟସାହିରେ ଜନୈକ ଆଦିବାସୀ ପରିବାର ଆଦିବାସୀ ଧର୍ମ ପରିତ୍ୟାଗ କରି ଧର୍ମାନ୍ତରୀଣ ହୋଇଥିଲେ l ଯାହାକୁ ନେଇ ଗ୍ରାମରେ ବେଶ୍ କିଛି ଦିନ ଆଦିବାସୀ ହୋ ସମାଜ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା l ତେବେ ଗ୍ରାମର ଦେହୁରୀ ଦେବେନ୍ଦ୍ର ତିରିଆଙ୍କ ତତ୍କାଳ ପ୍ରଚେଷ୍ଟା ଯୋଗୁଁ ଅନ୍ୟ ଧର୍ମ ଆପଣେଇ ଥିବା ପରିବାରକୁ ପୁର୍ନବାର ମୂଳ ଧର୍ମକୁ ଫେରାଇ ଅଣା ଯାଇଥିଲା l ନିକଟସ୍ଥ ବାଟିସାହିରେ ସରକାରୀ/ଜଙ୍ଗଲ ଜମିରେ ବେଆଇନ୍ ଭାବେ ଏକ ଉପାସନା ପୀଠ ନିର୍ମାଣ ହୋଇଛି l ଏହି ଉପାସନା ପୀଠ(ଚର୍ଚ୍ଚ) ଦାୟିତ୍ବରେ ଥିବା ଧର୍ମ ପ୍ରଚାରକମାନେ ନିରୀହ ଆଦିବାସୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବେଆଇନ୍ ଭାବେ ଧର୍ମାନ୍ତରୀଣ କରୁଥିବାରୁ ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଯାଉଛି l ଆଦିବାସୀଙ୍କ ମଧ୍ୟରେ ବେଆଇନ୍ ଧର୍ମାନ୍ତରୀକରଣ ଆଗକୁ ଉଗ୍ର ରୂପ ଧାରଣ କରିପାରେ ବୋଲି ଆଶଙ୍କା କରାଯାଉଛି l
ଆଜି ବେଆଇନ୍ ଧର୍ମାନ୍ତରୀକରଣରୁ ଆଦିବାସୀ ହୋ ସମାଜକୁ ସୁରକ୍ଷା ଦେବା ପାଇଁ ଉଦୟସାହି ଓ ସାଗାରସାହି ଗ୍ରାମବାସୀମାନେ ମିଳିତ ବୈଠକରେ ଏକତ୍ରିତ ହୋଇଥିଲେ l ଉକ୍ତ ବୈଠକ ରେ ବିଶିଷ୍ଟ ସାମାଜିକ କର୍ମୀ ତଥା ହୋ ସମାଜ ସଙ୍ଗଠକ ମନୋରଞ୍ଜନ ତିରିଆ, ତିଳକୁଟି ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ମିନୁ ଚାତାର, ଉଦୟସାହି ଗ୍ରାମର ଦେହୁରୀ ଦେବେନ୍ଦ୍ର, ଶିରୋମଣି ତିରିଆ, କ୍ରିଷ୍ଣଚନ୍ଦ୍ର ତିରିଆ, ମହେନ୍ଦ୍ରନାଥ ତିରିଆ, ଅର୍ଜୁନ ତିରିଆ ପ୍ରମୁଖ ଆଦିବାସୀ ହୋ ସମାଜର ଲୋକମାନଙ୍କୁ ନିଜର ଧର୍ମ, ସଂସ୍କୃତି, ସାମାଜିକ ରୀତିନୀତି, ପରମ୍ପରା ଓ ପର୍ବପର୍ବାଣୀକୁ ବଜାୟ ରଖିବା ପାଇଁ ଏକଜୁଟ ହେବାକୁ ଆହ୍ବାନ କରିଥଲେ l ଏହା ସହିତ ସ୍ଥାନୀୟ ଅଞ୍ଚଳର ଯେଉଁ ଆଦିବାସୀମାନେ ଜାଣତରେ ହେଉ କି ଅଜାଣତରେ ହେଉ ଅନ୍ୟ ଧର୍ମକୁ ଆପଣେଇଛନ୍ତି, ସେମାନଙ୍କ ପରିବାରକୁ ଚିହ୍ନଟ କରି ସ୍ଵଧର୍ମକୁ ଫେରାଇ ଆଣିବା ନିମନ୍ତେ ପଦକ୍ଷେପ ନିଆଯିବ l ଏଥିପାଇଁ ଆଗାମୀ ୧୯ ତାରିଖ ଦିନ ସାଗାରସାହି ଠାରେ ବଡ଼ ଧରଣର ସମାବେଶ/ ସମ୍ମିଳନୀ ନିମନ୍ତେ ବୈଠକରେ ସର୍ବସମ୍ମତ୍ତି ନିଷ୍ପତ୍ତି ନିଆଯାଇଥିଲା l ଏଥିପାଇଁ ଆଗାମୀ ୧୯ ତାରିଖ ଈଶ୍ୱରଚନ୍ଦ୍ର ତିରିଆଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉକ୍ତ ବୈଠକ ଆୟୋଜନରେ ବେଣୁଧର ତିରିଆ, ଅଭିରାମ ତିରିଆ, ସାଗାର ତିରିଆ, ପୁରୁଷୋତ୍ତମ ତିରିଆ, ରାଜେନ୍ଦ୍ର ହେମ୍ବ୍ରମ୍, ଘନ ତିରିଆ ପ୍ରମୂଖ ସକ୍ରିୟ ଅଂଶଗ୍ରହଣ କରିଥଲେ
ମୟୁରଭଞ୍ଜ ଯଶିପୁର ରୁ ନିହାର ରଞ୍ଜନ ମହାନ୍ତ କଳିଙ୍ଗ ବିକାଶ
