ମହାସଂଘ ପକ୍ଷରୁ ନିଶୁଳ୍କ ଅନ୍ନପ୍ରସାଦ ବଣ୍ଟନ:Ommtv Kalingavikas
ମହାସଂଘ ପକ୍ଷରୁ ନିଶୁଳ୍କ ଅନ୍ନପ୍ରସାଦ ବଣ୍ଟନ:Ommtv Kalingavikas
ମହାସଂଘ ପକ୍ଷରୁ ନିଶୁଳ୍କ ଅନ୍ନପ୍ରସାଦ ବଣ୍ଟନ:Ommtv Kalingavikas

ପୁରୀ : (ରିପୋର୍ଟ :ଚକ୍ରଧର ): ବିଶ୍ୱ ପ୍ରସିଦ୍ଧ ବାହୁଡା଼ ଯାତ୍ରା ଅବସରରେ ଓଡିଶା ଡ୍ରାଇଭର ମହାସଂଘର ସମସ୍ତ କର୍ମକର୍ତାଙ୍କ ମିଳିତ ପ୍ରଚେଷ୍ଟାରେ ପୁରୀ ଗୁଣ୍ଡିଚା ମନ୍ଦିର ପାଖରେ ୪୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ଓ ଜଳସେବା ସହିତ ଜୁସ ବଣ୍ଟନ ଭଳି ଏକ ମହତ କାର୍ଯ୍ୟକ୍ରମ ସେଇ ପ୍ରଭୁ ଜଗନ୍ନାଥଙ୍କ ଆଦେଶରେ ସଫଳ ରୂପେ ଅନୁଷ୍ଠିତ ହୋଇଯାଇଛି |
ଏହିଭଳି ଏକ ମହତ କାର୍ଯ୍ୟକୁ ସୁଚାରୁରୂପେ ସମ୍ପର୍ଣ୍ଣ କରିବାପାଇଁ ପୁରୀ ପ୍ରଶାସନ ଆମ୍ଭମାନଙ୍କୁ ବେଶ ସାହାର୍ଯ୍ୟ ଓ ସହଯୋଗ କରିଥିବାରୁ ପ୍ରଶାସନର ସମସ୍ତ କର୍ମକର୍ତ୍ତାଙ୍କୁ ଓଡିଶା ଡ୍ରାଇଭର ମହାସଂଘ ଧନ୍ୟବାଦ ଜଣାଉଛି | ଉକ୍ତ ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମରେ ଓଡ଼ିଶାର ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ପରିବହନ କମିଶନର ଅମିତାଭ ଠାକୁର, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ଡ୍ରାଇଭର ମହାସଂଘ ର ରାଜ୍ୟ ସଭାପତି -ପ୍ରଶାନ୍ତ ମାଣ୍ଡୁଲି, ସମ୍ପାଦକ ଚିତନ୍ୟ ପ୍ରଧାନ, କୋଷାଧକ୍ଷ ଆଦିତ୍ୟ ପ୍ରସାଦ ବେହେରା ଏବଂ ରାଜ୍ୟ ସମୀକ୍ଷକ ଦିଲୀପ ସାହୁ ଏବଂ ସଂଗଠନର ପ୍ରାୟ ପାଞ୍ଚହଜାରରୁ ଉର୍ଦ୍ଧ କର୍ମକର୍ତା ଉପସ୍ଥିତ ରହିଥିଲେ ।
