ବାଲିଶଙ୍କରା ଅଞ୍ଚଳରୁ ଉଭାନ ହେଲାଣି ପାଏନ ସିଙ୍ଗଡ଼ା: ଜଳାଶୟ ପ୍ରଦୂଷଣକୁ ନେଇ ଚିନ୍ତାରେ ଅଞ୍ଚଳବାସୀ, ସଫାସୁତୁରା ଓ ସଂରକ୍ଷଣ ପାଇଁ ଦାବି

ବାଲିଶଙ୍କରା: ଦିନେ ବାଲିଶଙ୍କରା ଅଞ୍ଚଳର ଜଳାଶୟଗୁଡ଼ିକରେ ପ୍ରଚୁର ପରିମାଣରେ ଦେଖିବାକୁ ମିଳୁଥିବା ପାଏନ ସିଙ୍ଗଡ଼ା ଏବେ ଧୀରେ ଧୀରେ ଉଭାନ ହୋଇଯାଇଛି। ଗତ କିଛି ବର୍ଷ ହେଲା ଏହା ଆଉ ଦେଖିବାକୁ ମିଳୁନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଜଳାଶୟର ସ୍ଥିତି ଓ ଜଳଜ ଉଦ୍ଭିଦର ସଂରକ୍ଷଣକୁ ନେଇ ଚିନ୍ତା ବଢ଼ିଛି। ପୂର୍ବରୁ ଅଞ୍ଚଳର ମୁଣ୍ଡା, କଟା ଓ ଅନ୍ୟାନ୍ୟ ଜଳାଶୟରେ ପାଏନ ସିଙ୍ଗଡ଼ା ପ୍ରଚୁର ପରିମାଣରେ ମିଳୁଥିଲା। ପାଏନ ସିଙ୍ଗଡ଼ାର ଚାଷ ମଧ୍ୟ କରୁଥିଲେ। ଏହାର ସ୍ୱାଦ ପାଇଁ ସ୍ଥାନୀୟ ଲୋକେ ଏହାକୁ ଖାଦ୍ୟ ଭାବେ ବ୍ୟବହାର କରୁଥିଲେ। ଏଥିସହ ଏହାର ଔଷଧୀୟ ବ୍ୟବହାର ମଧ୍ୟ ରହିଥିବାରୁ ପୂର୍ବରୁ ଏହାକୁ ବଜାରରେ ବିକ୍ରି କରାଯାଉଥିଲା। ଯାହାଫଳରେ କିଛି ଦୁଇ ପଇସା ରୋଜଗାର ମଧ୍ୟ କରିପାରୁଥିଲେ। କିନ୍ତୁ ବର୍ତ୍ତମାନ ଅଞ୍ଚଳର ଜଳାଶୟଗୁଡ଼ିକରେ ଅବ୍ୟବସ୍ଥା, ପରିବେଶ ପ୍ରଦୂଷଣ ଓ ଚାଷଜମିରୁ ରାସାୟନିକ ପଦାର୍ଥ ମିଶ୍ରିତ ପାଣି ଜଳାଶୟକୁ ପ୍ରବେଶ କରୁଥିବା ପାଏନ ସିଙ୍ଗଡ଼ା ଆଉ ହେଉନାହିଁ। ଯାହାଫଳରେ ଧୀରେ ଧୀରେ ଲୋପ ପାଇଗଲାଣି ପାଏନ ସିଙ୍ଗଡ଼ା। ଅଂଚଳର ଜଳାଶୟଗୁଡିକରେ ପାଏନ ସିଙ୍ଗଡ଼ା ହେଉନଥିବାରୁ ଆଉ ଚାଷୀମାନେ ଚାଷ ମଧ୍ୟ କରୁନାହାନ୍ତି। କାରଣ ସରକାରଙ୍କ ତରଫରୁ ସେଭଳି କୌଣସି ପ୍ରୋତ୍ସାହନ ନାହିଁ। ପାଏନ ସିଙ୍ଗଡ଼ାର ଅନୁପସ୍ଥିତି କେବଳ ଏକ ପାରମ୍ପରିକ ଖାଦ୍ୟର ଅଭାବ ନୁହେଁ, ବରଂ ଜଳାଶୟର ପରିବେଶଗତ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ହୋଇପାରେ। ତେଣୁ ଏହାର ପ୍ରକୃତ କାରଣ ଅନୁଧ୍ୟାନ କରିବା ସହ ଜଳାଶୟଗୁଡ଼ିକର ନିୟମିତ ସଫେଇ, ରକ୍ଷଣାବେକ୍ଷଣ ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।