ବାତ୍ୟା ଅର୍ଣ୍ଣବକୁ ନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି:  ସ୍ଥାନାନ୍ତର ହେଲେ ୬୦ଗର୍ଭବତୀ, ପହଞ୍ଚିଲା ଏନ ଡି ଆର ଏଫ ଟିମ୍

ରାୟଗଡ଼ା: ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନ ବେଶ୍ ସଜାଗ ରହିବା ସହ ବାତ୍ୟାରେ ଜିରୋ କାଜୁଆଲିଟି ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା  ଜିଲ୍ଲାପାଳ  ଆଶୁତୋଷ  କୁଲକର୍ଣ୍ଣି  ସୂଚନା  ଦେଇଛନ୍ତି I ରାୟଗଡ଼ା ଜିଲ୍ଲା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ଗୋଟିଏ ଏନଡିଆରଏଫ ଓ  ପାଇଁ ୭ଟି  ଓଡ୍ରାଫ ଟିମ ନିୟୋଜିତ କରାଯାଇଥିବା ନେଇ ଜିଲାପାଳ ସୂଚନା  ଦେଇଛନ୍ତି  I ଅଗ୍ନିଶମ ବିଭାଗର ୧୧ଟି ଟିମ ମଧ୍ୟ ନିୟୋଜିତ ହୋଇଛନ୍ତି I ୩ଟି ବହୁମୁଖୀ ସ୍ଥାୟୀ ଆଶ୍ରୟସ୍ଥଳ ସହ ୧୩୧ଟି ଅସ୍ଥାୟୀ ଆଶ୍ରୟସ୍ଥଳ, ପ୍ରତ୍ୟେକ ସ୍ଥାୟୀ ଆଶ୍ରୟ ସ୍ଥଳ ପାଇଁ ନୋଡାଲ ଅଫିସର ନିୟୋଜିତ କରାଯାଇଛି I ସମ୍ଭାବ୍ୟ ବାତ୍ୟା ପାଇଁ ୧୪୮ଟି ସମ୍ବେଦନଶୀଳ ଗ୍ରାମ ଠାବ ହୋଇଛି ବୋଲି ଜିଲ୍ଲପାଳ ଶ୍ରୀ କୁଲକର୍ଣ୍ଣି ସୂଚନା ଦେଇଛନ୍ତି I ଏଯାଏଁ ୬୦ ଜଣ ଗର୍ଭବତୀ ମହିଳାଙ୍କୁ ମା ଗୃହ ଓ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି I ଲଗାଣ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବ୍ଲକ ର ବିଡିଓ ଓ ତହସିଲଦାରମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି । ଜିଲ୍ଲାରେ ୨ଟି ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବିଭାଗର ଟିମ୍ ରହିଥିବା ବେଳେ ଗତକାଲି ସନ୍ଧ୍ଯାରେ କଟକର ମେରାମଣ୍ଡଳୀରୁ NDRFର ଏକ ଟିମ୍ ରାୟଗଡ଼ାରେ ପହଞ୍ଚିଛନ୍ତି। ତେବେ ଜିଲ୍ଲାରେ ୮୪ଟି ଆଶ୍ରୟସ୍ଥଳୀ ରହିଥିବା ବେଳେ ବାତ୍ଯା ଲ୍ଯାଣ୍ଡଫଲ୍ ପୂର୍ବରୁ ସମସ୍ତ ପ୍ରଭାବିତଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ କ୍ୟାଣ୍ଡଲ,ଶୁଖିଲା ଖାଦ୍ଯ ଏବଂ ଅନ୍ୟାନ ସମଗ୍ରୀ ମଧ୍ଯ ବିଭିନ୍ନ ସ୍ଥାନରେ ମହଜୁଦ ରହିଛି। ସେହିଭଳି ୫୯ଜଣ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଥିବା ବେଳେ ଆଜି ୧୩ ଜଣ ମହିଳାଙ୍କ ପ୍ରସବ ହୋଇସାରିଛି।ଜିଲ୍ଲାରେ ଭୂସ୍ଖଳନ ଘଟୁଥିବା ୧୧ଟି ସ୍ଥାନକୁ ଚିହ୍ନଟ କରାଯାଇ ସେହି ସ୍ଥାନମାନଙ୍କ ପ୍ରତି ସତର୍କ ରହିବାକୁ କ୍ଷେତ୍ର ଅଧିକାରୀଙ୍କୁ କୁହାଯାଇଛି। ଅନ୍ଯପଟେ ବାତ୍ଯାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜାରି କରିଛି ଟୋଲଫ୍ରି ନମ୍ବର। ସେଭଳି ୨ଦିନ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ସରକାର ନିର୍ଦେଶ ଦେଇଛନ୍ତି I