ଆନନ୍ଦପୁରରେ ଅଭାବନୀୟ: ଛେଳିକୁ ଗିଳି ଦେଲା ଅଜଗର
ଆନନ୍ଦପୁରରେ ଅଭାବନୀୟ: ଛେଳିକୁ ଗିଳି ଦେଲା ଅଜଗର
ଆନନ୍ଦପୁରରେ ଅଭାବନୀୟ: ଛେଳିକୁ ଗିଳି ଦେଲା ଅଜଗର
ଆନନ୍ଦପୁର: ଆନନ୍ଦପୁର ବ୍ଲକ ବେଲବାହାଳି ନିକଟରେ ଛେଳିକୁ ଏକ ଅଜଗର ଗିଳି ଦେଇଥିବା ବେଳେ ଛେଳିଟି ମରି ଯାଇଛି l ଗ୍ରାମର ରଙ୍କନିଧି ବେହେରା ନିଜର ଛେଳି ଛାଡ଼ିଦେଇ ଗଛ ମୂଳେ ବିଶ୍ରାମ ନେଉଥିଲେ l ହଠାତ୍ ଛେଳିର ଚିତ୍କାର ଶୁଣି ପହଞ୍ଚିବାରୁ ଏକ ବିରାଟ ଅଜଗର ଗୋଟିଏ ଛେଳିକୁ ଅଧା ଗିଳି ଦେଇଥିବା ଦେଖିବାକୁ ପାଇଥିଲେ lରଙ୍କନିଧି ଠେଙ୍ଗା ଆଣିବାକୁ ଯାଇ ନିକଟରେ ଥିବା ଲୋକଙ୍କୁ ଡାକିଥିଲେ l ତେବେ ଲୋକ ପହଞ୍ଚିବା ବେଳକୁ ଅଜଗର ଛେଳିକୁ ଛାଡ଼ି ନିକଟରେ ଥିବା ଛୋଟ ଜଙ୍ଗଲ ମଧ୍ୟକୁ ପଳାଇଥିଲା l କିଛି ସମୟ ମଧ୍ୟରେ ଛେଳିଟି ମରି ଯାଇଥିଲା l

