ଗୋଟିଏ ସୁନ୍ଦର ଭଲ ଖବର ଦୟାକରି ପଢନ୍ତୁ : ଓମଟିଭି

ଛତିଶଗଡ ବିଲାସପୁର ଜିଲ୍ଲାପାଳ ଡ.ସଞ୍ଜୟ ଅଲଙ୍ଗ କେନ୍ଦ୍ରୀୟ କାରାଗାର ନିରୀକ୍ଷଣ ବେଳେ ଏକ ୬ ବର୍ଷ ର ଶିଶୁକନ୍ୟା କୁ ତା ପିତା ପାଖରେ କାନ୍ଦୁଥିବାର ଦେଖିବାକୁ ପାଇଲେ

ଗୋଟିଏ ସୁନ୍ଦର ଭଲ ଖବର ଦୟାକରି ପଢନ୍ତୁ : ଓମଟିଭି

ଗୋଟିଏ ସୁନ୍ଦର ଭଲ ଖବର ଦୟାକରି ପଢନ୍ତୁ : ଓମଟିଭି

ଛତିଶଗଡ ବିଲାସପୁର ଜିଲ୍ଲାପାଳ ଡ.ସଞ୍ଜୟ ଅଲଙ୍ଗ କେନ୍ଦ୍ରୀୟ କାରାଗାର ନିରୀକ୍ଷଣ ବେଳେ ଏକ ୬ ବର୍ଷ ର ଶିଶୁକନ୍ୟା କୁ ତା ପିତା ପାଖରେ କାନ୍ଦୁଥିବାର ଦେଖିବାକୁ ପାଇଲେ | ପଚାରି ବୁଝିବାରୁ ଜାଣିବାକୁ ପାଇଲେ  ୫ ବର୍ଷ ର ଦଣ୍ଡ ଭୋଗି ସାରିଥିବା ଜଣେ  ଅପରାଧୀ ର ଝିଅ ବୋଲି ,ଯାହାର ଆହୁରି ୫ବର୍ଷ କାରାଗାର ରେ ରହିବାର ଦଣ୍ଡ ମିଳିଛି | ଶିଶୁକନ୍ୟା କୁ ଯେତେବେଳେ ଜନ୍ମ ହେବାର ୧୫ ଦିନ ହୋଇଥିଲା  ତା ମା ର ମୃତ୍ୟୁ ହୋଇ ଯାଇଥିଲା |ଲାଳନ ପାଳନ ପାଇଁ ଘରେ ଆଉ କେହି ନ ଥିବାରୁ  ତା କୁ କାରାଗାରରେ ତା ପିତା ସହ ରହିବାକୁ ପଡ଼ୁଛି  । ଜିଲ୍ଲାପାଳ ମହୋଦୟ ଝିଅ କୁ ନିଜ ଗାଡ଼ି ରେ ବସାଇ ବିଦ୍ୟାଳୟ କୁ ଛାଡ଼ିବାକୁ ଗଲେ | ସହରରେ ଥିବା ଜୈନ ଇଣ୍ଟରନ୍ୟାସନାଲ ବିଦ୍ୟାଳୟ ରେ ତାର ନାମ ଲେଖାଇ ବିଶେଷ ପରିଚାରିକା ଅଧିନରେ ହଷ୍ଟେଲ ରେ ରହିବାର ବ୍ୟବସ୍ଥା କରିଲେ  ଏବଂ ସବୁ ଖର୍ଚ ନିଜେ ବହନ କରୁଛନ୍ତି | ଏଥିରୁ ୨ଟି କଥା ଶିକ୍ଷା ପାଇବାର ଅଛି. ପ୍ରଥମେ ବାପା ର କର୍ମ ଫଳ ରେ ପରିବାର ଟା ଛାରଖାର ହୋଇଗଲା. ଦ୍ୱିତୀୟ ଟି ମାନବିକତା ଆଜିବି ବଞ୍ଚିଛି ବୋଲି ପିଲାଟି ବଂଚିବାର ବାଟ ପାଇଗଲା. (ଆପଣଙ୍କ ମୋତିଭେସନାଲ ସ୍ପିକର ବିଦ୍ୟାଧର ବାରିକ (ମଧୁ )