ଦୃଘଟଣା

ଦୃଘଟଣା

ଦୃଘଟଣା

ଭୟାବହ ସାଜିଛି 16 ନମ୍ବର ଜାତୀୟ ରାଜ ପଥ ପଛରୁ ଧକ୍କା 

କଟକ,ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ଥାନା ଅଞ୍ଚଳର 16 ନମ୍ବର ଜାତୀୟ ରାଜପଥରେ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ନୁନ୍ଟିଗିରି ରୁ ମଙ୍ଗୁଳି ଯିବା ରାସ୍ତାରେ ରାସ୍ତା ପାର୍ଶ୍ୱରେ ଥୁଆ ହୋଇଥିବା ଗୋଟିଏ ରଡ଼ ବୋଝେଇ 12 ଚକିଆ ବଡ ଟ୍ରକକୁ ପଛରୁ ଏକ ଆଇଚର ଧକ୍କା ଦେଇଥିଲା। ସୂଚନା ଅନୁସାରେ ରଡ଼ ବୋଝେଇ ଗାଡି ଦୁର୍ଘଟଣା ଗସ୍ତ ହୋଇଥିବା ସମୟରେ ପୁନର୍ବାର ଆଉଥରେ ଦୁର୍ଘଟଣା ହେଇଚିଏହି ଦୁର୍ଘଟଣାରେ ଆଇଚର ଗାଡ଼ିର ସମ୍ମୁଖ ଭାଗ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିବା ସହ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଆଇଚରର ହେଲ୍ପର ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାସ୍ତା ଉପରେ ଟ୍ରକଟି ଥୁଆ ହୋଇଥିଲେ ମଧ୍ୟ ସେଠାରେ କୌଣସି ଆଲୋକ ବ୍ୟବସ୍ଥା କିମ୍ବା ସତର୍କତା ସଙ୍କେତ (signal) ଲଗାଯାଇନଥିଲା। ଏହାର ଫଳରେ ଆସୁଥିବା ଆଇଚର ଡ୍ରାଇଭର ଟ୍ରକଟିକୁ ସମୟରେ ଦେଖିପାରିନଥିଲେ ଏବଂ ଦୁର୍ଘଟଣା ଘଟିଥିଲା।ଖବର ପାଇ ସହସା ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ଆଇଚର ଗାଡ଼ି ଭିତରେ ଅଟକିଥିବା ଡ୍ରାଇଭର ଓ ହେଲ୍ପରଙ୍କୁ ଉଦ୍ଧାର କରିଥିଲେ। ପରେ ଚୌଦ୍ୱାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜନସାଧାରଣଙ୍କୁ ନିୟନ୍ତ୍ରଣ କରି ଆହତ ଡ୍ରାଇଭର ଓ ହେଲ୍ପରଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ପଠାଇଥିଲେ।

ଦୁର୍ଘଟଣା ପରେ କିଛି ସମୟ ପର୍ଯ୍ୟନ୍ତ 16 ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

ସ୍ଥାନୀୟ ଲୋକମାନେ ରାସ୍ତା ଉପରେ ଯେଉଁ ଗାଡ଼ିଗୁଡ଼ିକ ଥୁଆ ହେଉଛି, ସେଥିପାଇଁ ଯଥାଯଥ ଆଲୋକ ଓ ସତର୍କତା ସଙ୍କେତ ବ୍ୟବସ୍ଥା କରିବାକୁ ପ୍ରଶାସନଙ୍କୁ ଦାବି କରିଛନ୍ତି, ନହେଲେ ଏପରି ଦୁର୍ଘଟଣା ପୁନରାବୃତ୍ତି ହେବାର ଆଶଙ୍କା ରହିଛି।

Report -: ମନୋରଞ୍ଜନ ଦାସ