ସାବଧାନ ପଥର ଖଣିରେ ବୁଲୁଛି କୁମ୍ଭୀର:Ommtv
ସାବଧାନ ପଥର ଖଣିରେ ବୁଲୁଛି କୁମ୍ଭୀର:Ommtv
ସାବଧାନ ପଥର ଖଣିରେ ବୁଲୁଛି କୁମ୍ଭୀର:Ommtv

ଭୁବନେଶ୍ୱର (KV): ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଅଳିଆ ଗଦା ପଥର ଖଣିରେ ଆଜି ଦେଖିବାକୁ ମିଳିଛି ଘଡ଼ିଆଳ କୁମ୍ଭୀର। ଯାହାର ଲମ୍ବ ପ୍ରାୟ ଚାରି ଫୁଟ ହେବ। ଏହି କୁମ୍ଭୀରକୁ ଠାବକରିଛନ୍ତି ସ୍ଥାନୀୟ ଜୁଝଗଡ଼ ବାସୀନ୍ଦା। ଏନେଇ ଚନ୍ଦକା ଥାନାକୁ ଆଜି ସୂଚନା ଦିଆଯାଇଥିଲେ ମଧ୍ୟ ପୁଲିସ୍ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ କିମ୍ବା ବନବିଭାଗ ସହାୟତାରେ ପଥର ଖଣିପାଣିରୁ କୁମ୍ଭୀରକୁ ଉଦ୍ଧାର କରାଯିବା ନେଇ ପ୍ରୟାସ ହୋଇନାହିଁ। ଯାହାନେଇ ସ୍ଥାନୀୟଲୋକ ବର୍ତମାନ ଭୟଭିତହୋଇ ରହିଛନ୍ତି। କୁମ୍ଭୀରଟି ରହିଥିବା ସ୍ଥାନରେ ପ୍ରତିଦିନ ଗାଇଗୋରୁ ପାଣି ପିଇବା ପାଇଁ ଯାଇଥାନ୍ତି। ଏପରିକି ସ୍ଥାନୀୟ ଅଞ୍ଚଳର ପିଲାମାନେ ଜଳ କ୍ରିଡ଼ା ମଧ୍ୟ କରିଥାନ୍ତି। ଏହି ସ୍ଥାନରେ ବର୍ତମାନ ଆଉ ଅଳିଆ ପଡ଼ୁନଥିବାରୁ ପଥର ଖଣି ଅଞ୍ଚଳରେ ରିଲସ୍ ସୁଟିଂ କରିବାପାଇଁ ରାଜଧାନୀରୁ ଯୁବକ ଯୁବତୀମାନେ ଚାଲିଯାଉଛନ୍ତି। ତେବେ ଆଜି କୁମ୍ବୀରଟି ପାଣିରୁ ବାହାରି ଏକ ଶୁଖିଲା ସ୍ଥାନରେ ଖରାରେ ଆଁ କରି ଶୋଇଥିଲାବେଳେ କିଛି ସ୍ଥାନୀୟ ଯୁବକ ଭିଡ଼ିଓ କରି ଲୋକମାନଙ୍କୁ ଦେଖାଇଥିଲେ। ଫଳରେ ଖବର ଆଖପାଖ ଅଞ୍ଚଳରେ ପ୍ରକଟ ହୋଇଯାଇଥିଲା। ଖୁବ ଶୀଘ୍ର ସଚେତନ ସୂଚନା ଫଳକ କିମ୍ବା କୁମ୍ଭୀର ଉଦ୍ଧାର କାର୍ଯ୍ୟ ନହେଲେ ବିପଦ ବଢ଼ିବ ବୋଲି ଆଶାରହିଛି। ସୂଚନା ଥାଉକି ସ୍ଥାନୀୟ ଯୁବକଙ୍କ କହିବା ଅନୁଯାୟୀ ଗତବର୍ଷ ବଦଳ ପାଣିରେ ଏକ ଛୋଟ ଛୁଆ କୁମ୍ଭୀର ସେହି ସ୍ଥାନକୁ ଚାଲିଆସିଥିଲା। ଯାହାକୁ ଲୋକମାନେ ଦେଖିଥିଲେ। ଅନୁମାନ କରାଯାଏ ସେହି କୁମ୍ଭୀର ବର୍ତମାନ ବଡ଼ ହୋଇ ୪ଫୁଟର ହୋଇଛି।
